ଓଡିଶା

odisha

ETV Bharat / sukhibhava

ବିଶୋଧିତ ଶସ୍ୟ ଜାତୀୟ ଖାଦ୍ୟର ମାତ୍ରାଧିକ ସେବନ ଡାକିପାରେ ବିପଦ - କାହିଁକି ହୁଏ ହୃଦ୍‌ରୋଗ

ବିଶୋଧିତ ଶସ୍ୟଜାତୀୟ ଖାଦ୍ୟର ମାତ୍ରାଧିକ ସେବନ ଅକାଳରେ କରୋନାରୀ ଧମନୀ ରୋଗ (premature coronary artery disease, PCAD)ର ଆଶଙ୍କା ବଢାଇପାରେ । ଅଧିକ ପଢନ୍ତୁ

ବିଶୋଧିତ ଶସ୍ୟଜାତୀୟ ଖାଦ୍ୟର ମାତ୍ରାଧିକ ସେବନ ଅକାଳରେ ହୃଦ ସମସ୍ୟା ସୃଷ୍ଟି କରିପାରେ
ବିଶୋଧିତ ଶସ୍ୟଜାତୀୟ ଖାଦ୍ୟର ମାତ୍ରାଧିକ ସେବନ ଅକାଳରେ ହୃଦ ସମସ୍ୟା ସୃଷ୍ଟି କରିପାରେ

By

Published : Oct 3, 2022, 1:38 PM IST

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, ବିଶୋଧିତ ଶସ୍ୟଜାତୀୟ ଖାଦ୍ୟର ମାତ୍ରାଧିକ ସେବନ ଅକାଳରେ କରୋନାରୀ ଧମନୀ ରୋଗ (premature coronary artery disease, PCAD)ର ଆଶଙ୍କା ବଢାଇପାରେ । ଅନୁସନ୍ଧାନରୁ ଜଣାପଡିଛି ଯେ, ବିଶୋଧିତ ଶସ୍ୟଜାତୀୟ ଖାଦ୍ୟ(Consuming refined grains) ସହ କମ୍ ବୟସରେ ହୃଦ୍ ରୋଗର ଆଶଙ୍କା ଏବଂ ହ୍ରାସ ହେବାର ଆଶଙ୍କା ସହିତ ସମ୍ପୂର୍ଣ୍ଣ ରୂପେ ଜଡିତ ଥିଲା ।

ଇସଫାହାନ ମେଡିକାଲ ସାଇନ୍ସ ୟୁନିଭରସିଟି(Isfahan University of Medical Sciences)ର ଲେଖକ ମହମ୍ମଦ ଅମିନ ଖାଜାଭି ଗାସକେରୀ କହିଛନ୍ତି ଯେ, ଏକ ଡାଏଟ୍ ବା ଖାଦ୍ୟ ରୁଟିନ୍, ଯେଉଁଥିରେ ବହୁ ପରିମାଣର ଅସ୍ୱାସ୍ଥ୍ୟକର ଏବଂ ବିଶୋଧିତ ଶସ୍ୟଜାତୀୟ ଖାଦ୍ୟ ରହିଥାଏ ତାହା ବିଭିନ୍ନ ଅସ୍ୱାସ୍ଥ୍ୟକର ଶର୍କରା ଏବଂ ତେଲ ଥିବା ଖାଦ୍ୟ ସହ ସମାନ ବୋଲି ବିବେଚନା କରାଯାଏ ।

2,099 ଜଣଙ୍କୁ PCAD ସହ ଜଡିତ ଥିବା ବ୍ୟକ୍ତିଙ୍କୁ ନେଇ ଏହି ଅନୁସନ୍ଧାନ କରାଯାଇଥିଲା । ମୋଟାମୋଟି ଭାବେ, ସାଧାରଣ କରୋନାରୀ ଧମନୀ ଥିବା 1,168 ରୋଗୀଙ୍କୁ ନିୟନ୍ତ୍ରଣ ଗୋଷ୍ଠୀରେ ଅନ୍ତର୍ଭୁକ୍ତ କରାଯାଇ ଥିବାବେଳେ କରୋନାରୀ ଧମନୀରେ 75%ରୁ ଅଧିକ ସମସ୍ୟା ଥିବା 1,369 ରୋଗୀ ଥିଲେ ।

ଖାଦ୍ୟପେୟର ମୂଲ୍ୟାଙ୍କନ ପାଇଁ ଅଂଶଗ୍ରହଣକାରୀମାନଙ୍କୁ ଡାଏ ଫ୍ରିକ୍ୱେନ୍ସି ପ୍ରଶ୍ନପତ୍ର ଦିଆଯାଇଥିଲା ଏବଂ ଖାଦ୍ୟଶସ୍ୟର ଆଚରଣର ମୂଲ୍ୟାଙ୍କନ କରିବା ଏବଂ ସମ୍ପୂର୍ଣ୍ଣ ଶସ୍ୟଜାତୀୟ ଖାଦ୍ୟ ଏବଂ ବିଶୋଧିତ ଶସ୍ୟଜାତୀୟ ଖାଦ୍ୟ ଗ୍ରହଣ ଏବଂ ହୃଦରୋଗର ପୂର୍ବ ନିରାକରଣ ବିନା ବ୍ୟକ୍ତିବିଶେଷଙ୍କ ମଧ୍ୟରେ PCADର ବିପଦକୁ ଆକଳନ କରାଯାଇଥିଲା । ଅନୁସନ୍ଧାନୁର ଏହା ଜଣାପଡିଲା ଯେ, ବିଶୋଧିତ ଶସ୍ୟଜାତୀୟ ଖାଦ୍ୟର ଅଧିକ ଗ୍ରହଣ PCADର ବିପଦ ସହିତ ଜଡିତ ଥିବାବେଳେ ସମ୍ପୂର୍ଣ୍ଣ ଶସ୍ୟଜାତୀୟ ଖାଦ୍ୟ ଗ୍ରହଣ PCADର ବିପଦ ସହ ଜଡିତ ନଥିଲା ।

ABOUT THE AUTHOR

...view details