ହାଇଦ୍ରାବାଦ:ଗତ ତିନିବର୍ଷ ଧରି କୋଭିଡ ମହାମାରୀ ଦ୍ବାରା ସାରା ବିଶ୍ବ କିଭଳି ଭାବେ କବଳିତ ହୋଇଥିଲା ସେ ବିଷୟରେ ସମସ୍ତେ ଅବଗତ। କୋରୋନା ଭାଇରସ ଗ୍ରାସ କରିବା ଦ୍ବାରା ଶ୍ବାସନଳୀର ସଂକ୍ରମଣ ହେବା ସହ ଅନେକ ଅଙ୍ଗ ମଧ୍ୟ ପ୍ରଭାବିତ ହୋଇଥିଲା । ବର୍ତ୍ତମାନ, ଏହାର ବିପଦ ସର୍ବଭାରତୀୟ ସ୍ତରରେ କମ ରହିଛି । ଆମେ ସମସ୍ତେ COVID ର ବିପଦ ସହିତ ପରିଚିତ କିନ୍ତୁ ଆପଣ CVID ର ସମସ୍ୟା ବିଷୟରେ ଜାଣିଛନ୍ତି କି ?
କହିବାକୁ ଗଲେ ଉଭୟ COVID-19 ଏବଂ CVID ସମସ୍ୟା ରୋଗ ପ୍ରତିରୋଧକ ଶକ୍ତି କମିଯାଇଥିଲେ, ଶୀଘ୍ର ଗ୍ରାସ କରିଥାଏ। COVIDକୁ କୋରୋନା ଭାଇରସ ଡିଜିଡ କୁହାଯାଉଥିବହା ବେଳେ CVID କୁ କମନ୍ ଭେରିଏବଲ୍ ଇମ୍ୟୁନୋଡେଫିସିଏନ୍ସି କୁହାଯାଏ । ଏହା ଏକ ପ୍ରକାର ପ୍ରତିରକ୍ଷା ପ୍ରଣାଳୀ ବ୍ୟାଧି ଯାହା ଶରୀରରେ ପ୍ରୋଟିନର କମ୍ ସ୍ତର ଥାଏ । ଉକ୍ତ ପ୍ରୋଟିନ କୋରୋନା ସଂକ୍ରମଣ ସହ ଲଢିବାରେ ସାହାଯ୍ୟ କରିଥାଏ ।
କମନ୍ ଭେରିଏବଲ୍ ଇମ୍ୟୁନୋଡେଫିସିଏନ୍ସି ବା CVID କଣ?
କମନ୍ ଭେରିଏବଲ୍ ଇମ୍ୟୁନୋଡେଫିସିଏନ୍ସି (CVID) ହେତୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ଫଳରେ ବାରମ୍ବାର ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ। ଏହିପରି ବ୍ୟକ୍ତିମାନେ ହଜମ ପ୍ରକ୍ରିୟା, ଅଟୋମ୍ୟୁନି ଡିସଅର୍ଡର୍, ରକ୍ତ ବ୍ୟାଧି ଏବଂ କର୍କଟ ରୋଗର ଆଶଙ୍କା, କାନ ଏବଂ ଶ୍ୱାସକ୍ରିୟାରେ ବାରମ୍ବାର ସଂକ୍ରମଣ ହୋଇଥାଏ। CVID ବଂଶଗତ ରୋଗ ହୋଇପାରେ କିମ୍ବା ଜୀବନଶୈଳୀ ମଧ୍ୟ ପରିବର୍ତ୍ତନ ଯୋଗୁଁ ହୋଇପାରେ। 25 ହଜାର ଲୋକଙ୍କ ମଧ୍ୟରେ ଜଣେ ଏହି ରୋଗର ଶିକାର ହୋଇଥାଆନ୍ତି। ଶିଶୁ କିମ୍ବା କିଶୋର ଅବସ୍ଥାରେ ମଧ୍ୟ ଏହା ଦେଖାଯାଇଥାଏ।
CVIDର ଲକ୍ଷଣ କଣ?
CVID ର ଲକ୍ଷଣଗୁଡ଼ିକ ପ୍ରତ୍ୟକ ବ୍ୟକ୍ତିଙ୍କ ଠାରେ ଭିନ୍ନ ଭିନ୍ନ ହୋଇଥାଏ। ଏହି ସମସ୍ୟା କେତେକାଂଶରେ ଗମ୍ଭୀର ମଧ୍ୟ ହୋଇପାରେ। ଯେହେତୁ ଏହା ପ୍ରତିରକ୍ଷା ପ୍ରଣାଳୀରେ ଦୁର୍ବଳତାର ସମସ୍ୟା, ଏହାର ରୋଗୀମାନଙ୍କରେ ବାରମ୍ବାର ସଂକ୍ରମଣ ହେବାର ଆଶଙ୍କା ଥାଏ।
ଶ୍ବାସକ୍ରିୟାରେ ସମସ୍ୟା ଏବଂ କାଶ ଲାଗି ରହିବା