ଓଡିଶା

odisha

ETV Bharat / sukhibhava

କଫି ଲଭର୍‌ଙ୍କ ପାଇଁ ଖୁସି ଖବର, ସେବନ କରୁଥିଲେ ଏହି ସ୍ବାସ୍ଥ୍ୟ ସମସ୍ୟା ହୋଇପାରେ ଦୂର - କେଉଁ ରୋଗ ଦୂର କରେ କଫି

କଫି ଲଭର୍‌ମାନଙ୍କ ପାଇଁ ଖୁସି ଖବର । କାରଣ କଫିରେ ଏପରି ଉପକାରୀ ଗୁଣ ରହିଛି, ଯାହାକୁ ଶୁଣିଲେ ଆପଣ ଖୁସି ହୋଇଯିବେ । ଜାଣନ୍ତୁ କଫି ପିଉଥିବା ବ୍ୟକ୍ତିଙ୍କର କେଉଁ ରୋଗ ହେବାର ଆଶଙ୍କା କମ୍...

coffee
coffee

By

Published : Jan 13, 2023, 3:57 PM IST

ନୂଆଦିଲ୍ଲୀ: କଫି ଅଭ୍ୟାସ ଥିବା ଲୋକଙ୍କ ପାଇଁ ଖୁସି ଖବର । ଏହା କେବଳ ସ୍ବାଦିଷ୍ଟ ନୁହେଁ ସ୍ବାସ୍ଥ୍ୟ ଉପକାରୀ ବୋଲି ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି । କଫିରେ ମିଳୁଥିବା କ୍ୟାଫେନ୍, ପଲିଫେନୋଲ୍ ଏବଂ ଅନ୍ୟାନ୍ୟ ପ୍ରାକୃତିକ ଦ୍ରବ୍ୟ ମେଦବହୁଳତା ଥିବା ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କର ନନ୍-ଆଲକୋହଲିକ ଫ୍ୟାଟି ଲିଭର ରୋଗର ଗମ୍ଭୀରତାକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଯକୃତରେ ଚର୍ବି ସୃଷ୍ଟି ହେତୁ ଯକୃତ ବ୍ୟାଧି ପାଇଁ NAFLD(ନନ୍-ଆଲକୋହଲିକ ଫ୍ୟାଟି ଲିଭର) ଏକ ସାମୂହିକ ଶବ୍ଦ । ପର୍ତ୍ତୁଗାଲ ସ୍ଥିତ କୋଏମ୍ବ୍ରା ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ ଅନୁଯାୟୀ ଏହା ଲିଭର ଫାଇବ୍ରୋସିସ୍ ହୋଇପାରେ, ଯାହା ସିରୋସିସ୍(ଯକୃତର ଦାଗ) ଏବଂ ଯକୃତ କର୍କଟ ସୃଷ୍ଟି କରିପାରେ । NAFLD ର ମୁଖ୍ୟ କାରଣ ହେଉଛି ଅତ୍ୟଧିକ ମଦ୍ୟପାନ ନୁହେଁ, ବରଂ ଅଳ୍ପ ଶାରୀରିକ କାର୍ଯ୍ୟକଳାପ ଏବଂ ଏକ ଉଚ୍ଚ କ୍ୟାଲୋରୀଯୁକ୍ତ ଖାଦ୍ୟ ସହିତ ଏକ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ।

coffee

ଏହା ମଧ୍ୟ ପଢନ୍ତୁ:- କିଶୋରବସ୍ଥାରେ ରୁହନ୍ତୁ ଖୁସି, ବୃଦ୍ଧାବସ୍ଥାରେ କମିବ ରୋଗ ଆଶଙ୍କା !

ଆଧୁନିକ ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେତୁ ମୋଟାପଣ ହାରରେ ବୃଦ୍ଧି ଘଟିବା ଫଳରେ ଉଭୟ T2D(ଟାଇପ୍-2 ଡାଇବେଟିସ୍) ଏବଂ NAFLD ବଢିଛି । ଯାହା ସ୍ୱାସ୍ଥ୍ୟସେବା ଉପରେ ପ୍ରଭାବ ପକାଇଛି ଏବଂ ଏହା ଗୁରୁତର ସମସ୍ୟା ମଧ୍ୟ ସୃଷ୍ଟି କରିପାରେ ବୋଲି ଅଧ୍ୟୟନର ସଂପୃକ୍ତ ଲେଖକ ଜନ୍ ଗ୍ରିଫିଥ୍ ଜୋନ୍ସ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମର ଏହି ଅନୁସନ୍ଧାନ ପ୍ରଥମ, ଯାହା ପରିସ୍ରାରେ ଉଭୟ କ୍ୟାଫେନ୍ ଏବଂ ନନ୍-କ୍ୟାଫେନ୍ ମେଟାବୋଲାଇଟ୍‌ର ଅଧିକ ପରିମାଣ T2D ଥିବା ଅଧିକ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ NAFLD ର ହ୍ରାସ ସହିତ ଜଡିତ ଥିବା ସୂଚାଇଛି ।

ଏହା ମଧ୍ୟ ପଢନ୍ତୁ:- ଏହି ସବୁ ଖାଦ୍ୟର ସହୟୋଗରେ ଦୂର ହୁଏ ବୃଦ୍ଧାବସ୍ଥା !

ଅଧ୍ୟୟନରୁ ଜଣାପଡିଲା ଯେ, ଅଧିକ ଓଜନ ବିଶିଷ୍ଟ ଟାଇପ୍-୨ ମଧୁମେହ ରୋଗୀଙ୍କ ପାଇଁ କଫିର ଅଧିକ ଗ୍ରହଣ କମ୍ NAFLD ସହିତ ଜଡିତ । ଏହା ସହିତ, ଅଧ୍ୟୟନରେ ଦର୍ଶାଯାଇଛି ଯେ, ପଲିଫେନୋଲ ସମେତ ଅନ୍ୟ କଫି ଉପାଦାନଗୁଡ଼ିକ ଯକୃତରେ ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିଥାଏ, ଏହା ଦ୍ବାରା ଫାଇବ୍ରୋସିସ୍ ହେବାର ଆଶଙ୍କା କମିଯାଏ । ଏହାସହ ଉଭୟ ସୁସ୍ଥ ଏବଂ ଅଧିକ ଓଜନ ବିଶିଷ୍ଟ ଗ୍ଲୁକୋଜ ହୋମୋଷ୍ଟାସିସରେ ଉନ୍ନତି ଆସିଥାଏ । ଏହି ସମସ୍ତ କାରଣଗୁଡିକ T2D ର ଗମ୍ଭୀରତାକୁ ମଧ୍ୟ ହ୍ରାସ କରିପାରେ ବୋଲି ଅଧ୍ୟୟନରେ ଦର୍ଶାଯାଇଛି ।

ABOUT THE AUTHOR

...view details