ହାଇଦ୍ରାବାଦ: ହୃଦ୍ରୋଗ ହେଉ କି ମଧୁମେହ, ଗଣ୍ଠି ଯନ୍ତ୍ରଣା କିମ୍ବା କର୍କଟ, ଅଧିକାଂଶ ରୋଗ ମୋଟାପଣ ସହ ଜଡିତ ରହୁଛି । ମେଦବହୁଳତା ଅନେକ ରୋଗର ଆଶଙ୍କା ବଢାଇଦିଏ । ଡାକ୍ତରମାନେ ସର୍ବଦା ଏଥିପାଇଁ ସତର୍କ ରହିବାକୁ ପରାମର୍ଶ ଦିଅନ୍ତି । ମେଦବହୁଳତାକୁ ନିୟନ୍ତ୍ରଣରେ ରଖିପାରିଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇପାରିବ । ଏଥିପାଇଁ ଜୀବନଶୈଳୀରେ ପରିବର୍ତ୍ତନ ନିହାତି ଆବଶ୍ୟକ । ଜୀବନଶୈଳୀ ଏବଂ ଖାଦ୍ୟପେୟରେ କେତକ ପରିବର୍ତ୍ତନ ଆଣିପାରିଲେ ମେଦବହୁଳତା ଦୂର ହୋଇଯିବ । ଏହା ବ୍ୟତୀତ ଶାରୀରିକ କାର୍ଯ୍ୟକଳାପ ନିହାତି ଆବଶ୍ୟକ । କେତେକ ସହଜ ଏକ୍ସରସାଇଜ୍(ବ୍ୟାୟାମ) ରହିଛି, ଯାହା ମେଦବହୁଳତାକୁ ଦୂର କରିପାରିବ ।
ପାହାଚ ଚଢିବା-ପାହାଚ ଚଢିବା ମଧ୍ୟ ଶାରୀରିକ କାର୍ଯ୍ୟକଳାପର ଏକ ଅଂଶ । ଶରୀରର ଗତି ପାଇଁ ଏହା ଅତି ସହଜ ଏବଂ ପ୍ରଭାବଶାଳୀ ଉପାୟ । ଆଜିକାଲି ଅଧିକାଂଶ ଲୋକ ଲିଫ୍ଟ ଏବଂ ଏସ୍କାଲେଟର ବ୍ୟବହାର କରନ୍ତି, ଯେଉଁ କାରଣରୁ ସେମାନଙ୍କର ସାଧାରଣ ଶାରୀରିକ କାର୍ଯ୍ୟକଳାପ ସମ୍ଭବ ହେଉନାହିଁ । ନିୟମିତ ପାହାଚ ଚଢିବା ଦ୍ୱାରା ବୃଦ୍ଧାବସ୍ଥା ସହିତ ମାଂସପେଶୀ ସମସ୍ୟା ଏବଂ ଶାରୀରିକ ଦୁର୍ବଳତା ସହଜରେ ଦୂର ହୋଇପାରିବ । ଏହି କାର୍ଯ୍ୟକଳାପ କେବଳ ଆପଣଙ୍କୁ ଶାରୀରିକ ଭାବରେ ସକ୍ରିୟ ରଖିବା ପାଇଁ କାର୍ଯ୍ୟ କରିବ ନାହିଁ, ବରଂ ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହେବ ।
ଏହା ମଧ୍ୟ ପଢନ୍ତୁ:-H3N2 Virus Scare: ବଢୁଛନ୍ତି ସଂକ୍ରମିତ, ଭୟଭୀତ ନହୋଇ ମାନନ୍ତୁ ଏହି ନିୟମ