ହାଇଦ୍ରାବାଦ:କୁହାଯାଏ ସ୍ବଚ୍ଛତା ହିଁ ସୁସ୍ଥତାର ମାପକାଠି । ପରିଷ୍କାର ପରିଚ୍ଛନ୍ନତା କେବଳ ମାନସିକ ଶାନ୍ତି ପ୍ରଦାନ କରେ ନାହିଁ ବରଂ ଏହା ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ବୋଲି କୁହାଯାଏ । ବିଶେଷକରି ସଂକ୍ରାମକ ରୋଗ କ୍ଷେତ୍ରରେ ପରିଷ୍କାର ପରିଚ୍ଛନ୍ନତା କ୍ଷେତ୍ରରେ ଅଧିକ ସତର୍କ ରହିବା ଆବଶ୍ୟକ ବୋଲି କୁହାଯାଇଛି । ସ୍ବଚ୍ଛତାର ଆବଶ୍ୟକତା ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ପ୍ରତିବର୍ଷ ସ୍ୱଚ୍ଛତା ଦିବସ ପାଳନ କରାଯାଏ ।
ଡାକ୍ତରମାନଙ୍କ କହିବା ଅନୁସାରେ, ମଶାମାନଙ୍କ ଦ୍ବାରା ହେଉଥିବା ରୋଗ ହେଉ କିମ୍ବା ଭାଇରସ-ବ୍ୟାକ୍ଟେରିଆ ଦ୍ବାରା ହେଉଥିବା ରୋଗ ହେଉ, ସ୍ବଚ୍ଛତା ଅଭାବରୁ ହିଁ ଏହା ହୋଇଥାଏ । ଘର ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ରଖି ମଶା ଏବଂ ଫଙ୍ଗସର ବୃଦ୍ଧିକୁ ରୋକାଯାଇପାରିବ । ଏହା ଅନେକ ରୋଗରୁ ରକ୍ଷା କରିପାରିବ ।
ପ୍ରତିରକ୍ଷା ପ୍ରଣାଳୀ ବୃଦ୍ଧି କରିବାରେ ସହାୟକ: ଘରେ ପରିଷ୍କାର ପରିଚ୍ଛନ୍ନତା ରଖିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୁଏ ବୋଲି କୁହାଯାଏ । ସ୍ବଚ୍ଛତାର ଧ୍ୟାନ ରଖିବା ଯୋଗୁଁ ଜୀବାଣୁ, ବୀଜାଣୁ, ବ୍ୟାକ୍ଟେରିଆର ଉତ୍ସ ଦୂର ହୋଇଥାଏ । ଯାହା ଦ୍ବାରା ସଂକ୍ରମଣ ହେବାର ଆଶଙ୍କା କମ ହୋଇଥାଏ । ଯାହା ପ୍ରତିରକ୍ଷା ପ୍ରଣାଳୀ ଉପରେ ଅତିରିକ୍ତ ଚାପ ପକାଇ ପାରେ ନାହିଁ । ଯେତେବେଳେ ଘରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରୁହେ ନାହିଁ ଫଳରେ ପ୍ରଦୂଷକଙ୍କ ସଂଖ୍ୟା ବୃଦ୍ଧି ହୋଇଥାଏ । ଏହି କାରଣରୁ ସଂକ୍ରାମକ ରୋଗ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ ।