ଓଡିଶା

odisha

ETV Bharat / sukhibhava

Egg For Health: କେଉଁ ରୋଗୀ ଅଣ୍ଡା ଖାଇବା ଉଚିତ୍ ଓ ଅନୁଚିତ୍, ଜାଣନ୍ତୁ

ଅଣ୍ଡା ପ୍ରୋଟିନର ଏକ ଗନ୍ତାଘର ହୋଇଥିଲେ ମଧ୍ୟ, ଏଥିରେ ଥିବା କୋଲେଷ୍ଟ୍ରଲ୍ ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ଜାଣନ୍ତୁ କେଉଁ ରୋଗୀ ଅଣ୍ଡା ଖାଇବା ଉଚିତ୍ ଓ ଅନୁଚିତ୍ ।

Egg
Egg

By

Published : Feb 15, 2023, 12:05 PM IST

ହାଇଦ୍ରାବାଦ: 'ସନ୍‌ଡେ' ହୋ ୟା ମନ୍‌ଡେ', ରୋଜ୍ ଖାଏ ଅଣ୍ଡେ' ପୁଷ୍ଟିହୀନତାକୁ ଦୂର କରିବା ଏବଂ ଲୋକଙ୍କ ମଧ୍ୟରେ ପୁଷ୍ଟିକର ଖାଦ୍ୟ ଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ସ୍ଲୋଗାନ୍ ଦେଇଛନ୍ତି କେନ୍ଦ୍ର ସରକାର । ଅଧିକରୁ ଅଧିକ ଲୋକେ କିପରି ଅଣ୍ଡା ଖାଇବେ ଏବଂ ସୁସ୍ଥ ରହିବେ ସେଥିପାଇଁ ସରକାର ଏହି ପ୍ରୟାସ କରିଛନ୍ତି । ଅଣ୍ଡା ଅନେକ ଉପାଦାନର ଭଣ୍ଡାର । ଏହାର ବ୍ୟବହାର କୋଷ ଗଠନକୁ ତ୍ୱରାନ୍ୱିତ କରେ । ଏହା ସହିତ ଏହା ମସ୍ତିଷ୍କକୁ ସକ୍ରିୟ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ହେଲେ ଆପଣ ଜାଣନ୍ତି କି ଅଣ୍ଡା ଖାଇବା ଦ୍ବାରା ମଧ୍ୟ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପଡିପାରେ । କେଉଁ ପ୍ରକାରର ବ୍ଯକ୍ତି ଅତ୍ୟଧିକ ଅଣ୍ଡା ଗ୍ରହଣ କରିବା ଅନୁଚିତ୍, ଜାଣନ୍ତୁ...

Boil Egg

ଅଣ୍ଡା ପୁଷ୍ଟିକର ଖାଦ୍ୟର ଏକ ଭଣ୍ଡାର । ଯଦି ଜଣେ ବ୍ୟକ୍ତି ନିୟମିତ ଭାବରେ ଗୋଟିଏ କିମ୍ବା ଦୁଇଟି ଅଣ୍ଡା ଖାଆନ୍ତି, ତେବେ ତାଙ୍କର ସୁସ୍ବାସ୍ଥ୍ୟ ବଜାୟ ରହିବା ସହ ଉପଯୁକ୍ତ ପ୍ରୋଟିନ୍ ପାଇଥାନ୍ତି । ବଟର୍, ସାଣ୍ଡୱିଚ୍, ବ୍ରେଡ୍ ଇତ୍ୟାଦିର ସମ୍ମିଶ୍ରଣରେ ଅଣ୍ଡା ଗ୍ରହଣ କରିପାରିବେ । ଅଣ୍ଡାରେ ଭିଟାମିନ୍, ମିନେରାଲ୍ସ ଏବଂ ସୁସ୍ଥ ଚର୍ବି ଥାଏ । ପୋଟାସିୟମ୍, କ୍ୟାଲସିୟମ୍, ଫସଫରସ୍, ସୋଡିୟମ୍, ତମ୍ବା, ଆୟୋଡିନ୍, ଆଇରନ୍, ମ୍ୟାଗ୍ନେସିୟମ୍, ମାଙ୍ଗାନିଜ୍, ସେଲେନିୟମ୍ ଏବଂ ଜିଙ୍କ ଭଳି ପୁଷ୍ଟିକର ଖାଦ୍ୟ ଭରପୂର । ଏତେ ପୋଷକ ତତ୍ତ୍ୱରେ ପରିପୂର୍ଣ୍ଣ ଏକ ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ ।

Boil Egg

ଅଣ୍ଡାରେ ପୋଷକ ତତ୍ତ୍ୱ ସାଙ୍ଗକୁ ବହୁ ପରିମାଣର କୋଲେଷ୍ଟ୍ରଲ ମଧ୍ୟ ମିଳିଥାଏ । ବିଶେଷଜ୍ଞମାନେ କହନ୍ତି ଯେ, ଅଣ୍ଡାର କେଶରରେ ଅନେକ କୋଲେଷ୍ଟ୍ରଲ ଥାଏ । ଏଭଳି ପରିସ୍ଥିତିରେ ଯଉଁମାନଙ୍କର କୋଲେଷ୍ଟ୍ରଲ ବୃଦ୍ଧି ପାଇଥାଏ ସେମାନଙ୍କର ହୃଦ୍‌ଘାତ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ କୋଲେଷ୍ଟ୍ରଲେ ବୃଦ୍ଧି ପାଇଥିଲେ ଅଣ୍ଡାର ହଳଦିଆ କେଶର କୁପ୍ରଭାବ ପକାଇପାରେ ।

ତଥାପି ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଅଣ୍ଡା କେଶରରୁ ମିଳୁଥିବା କୋଲେଷ୍ଟ୍ରୋଲ୍ ବ୍ୟକ୍ତିର ଶରୀର ଉପରେ ସେତେଟା ପ୍ରଭାବ ପକାଏ ନାହିଁ । ଅନ୍ୟପଟେ ଡାକ୍ତରଙ୍କ ଏକ ଗୋଷ୍ଠୀ କହିଛନ୍ତି ଯେ, ଯେଉଁମାନେ ଉଚ୍ଚ କୋଲେଷ୍ଟ୍ରଲ ଏବଂ ଗୁରୁତର ହୃଦଘାତରେ ପୀଡିତ ଅଛନ୍ତି, ସେମାନେ ଯଦି ପ୍ରତିଦିନ ସାମାନ୍ୟ କୋଲେଷ୍ଟ୍ରଲ ଥିବା ଖାଦ୍ୟ ଖାଆନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ ।

Boil Egg

ରିପୋର୍ଟ ଅନୁସାରେ, ଅଣ୍ଡାର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ବୋଷ୍ଟନ୍ ୟୁନିଭରସିଟିରେ ଏକ ଅନୁସନ୍ଧାନ କରାଯାଇଥିଲା । ଅନୁସନ୍ଧାନରୁ ଜଣାଗଲା ଯେ, ଅଣ୍ଡା ଖାଇବା ଦ୍ୱାରା ରକ୍ତଚାପ, ରକ୍ତରେ ଶର୍କରା ଏବଂ ଟାଇପ୍-୨ ମଧୁମେହ ହେବାର ଆଶଙ୍କା କମିଯାଏ । ହାର୍ଟ ଆସୋସିଏସନର ଏକ ସଂସ୍ଥା କହିଛି ଯେ, ଗୋଟିଏ ଅଣ୍ଡାରେ 78 କ୍ୟାଲୋରୀ ଏବଂ 6 ଗ୍ରାମ ପ୍ରୋଟିନ୍ ଥାଏ । ଏପରି ସ୍ଥିତିରେ, ଯେଉଁମାନଙ୍କର କୋଲେଷ୍ଟ୍ରଲ ସହିତ ଜଡିତ କୌଣସି ଗୁରୁତର ସମସ୍ୟା ନାହିଁ, ତେବେ ସେମାନେ ଅଣ୍ଡା ଖାଇବା ଉଚିତ୍ । ସେମାନେ ଏଥିରୁ ଅନେକ ଲାଭ ପାଇପାରିବେ ।

ABOUT THE AUTHOR

...view details