ହାଇଦ୍ରାବାଦ:ଆଧୁନିକତାରେ ବଞ୍ଚିବା ପାଇଁ ମନୁଷ୍ୟ ଦିନକୁ ଦିନ ଆଧୁନିକ ହେବାରେ ଲାଗିଛି । ଗଛ, ଜଙ୍ଗଲ କାଟି ଘର ତିଆରି କରୁଛନ୍ତି ମଣିଷ । ସ୍କୁଲରୁ କଲେଜ ପର୍ଯ୍ୟନ୍ତ ଅନେକ ଲୋକ ନିଜ ପାଖରେ ସବୁକିଛି ପାଇବା ପାଇଁ ରାସ୍ତା ବ୍ୟବହାର କରନ୍ତି । ଜନବହୁଳ ସ୍ଥାନରେ ଲୋକ ଘର କରିବା ପାଇଁ ପସନ୍ଦ କରିଥାଆନ୍ତି । ବସଷ୍ଟାଣ୍ଡ ଏବଂ ମାର୍କେଟ ପାଖରେ ରହିବା ଦ୍ବାରା କୌଣସି ପ୍ରକାରେ ଅସୁବିଧା ହେବନି ବୋଲି ସମସ୍ତେ ଜନବହୁଳ ଅଞ୍ଚଳରେ ବସବାସ କରିଥାଆନ୍ତି । କିନ୍ତୁ ଆଜିକାଲି ଏହି ଚିନ୍ତାଧାରା କିମ୍ବା ମାନସିକତା ଦୈନନ୍ଦିନ ଜୀବନର ସମସ୍ୟାର ସମାଧାନ କରିଥାଏ କିନ୍ତୁ ଅଜାଣତରେ ପିଲାମାନେ ବିପଦର ସମ୍ମୁଖୀନ ହେଉଛନ୍ତି । ନିକଟରେ ହୋଇଥିବା ଏକ ସର୍ଭେରେ ଦାବି କରାଯାଇଛି ଯେ ରାସ୍ତା କଡ଼ରେ ଘର ଥିବାରୁ ପ୍ରଦୂଷଣ ବୃଦ୍ଧି ପାଉଛି ଯାହା ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ।
ଜାତୀୟ ଜେୱିସ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏହା ଉପରେ ଏକ ଅଧ୍ୟୟନ କରି କହିଛନ୍ତି, ପ୍ରଦୂଷଣ ବୃଦ୍ଧି ଦ୍ୱାରା ଚର୍ମ ବା ସ୍କିନ ଆଲର୍ଜି ସମସ୍ୟା ବୃଦ୍ଧି ପାଉଛି । ଏହି ଅଧ୍ୟୟନରେ ଏହିପରି ସମ୍ବେଦନଶୀଳ ସୂଚନାକୁ ଅଧିକ ଗୁରୁତ୍ବ ଦିଆଯାଇଛି । ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ, କଲୋରଡୋର ରାଜପଥ ଠାରୁ ଅଧିକ ଦୂରରେ ରହୁଥିବା ଘରେ ପିଲାମାନଙ୍କର ଆଲର୍ଜି ହେବାର ସମ୍ଭାବନା କମ୍ ଥାଏ । ବହୁଳ ବ୍ୟବହୃତ ରାଜପଥରୁ ଅତି କମରେ 1000 ମିଟର ରହୁଥିବା ପିଲାମାନଙ୍କର 500 ମିଟର ମଧ୍ୟରେ ରହୁଥିବା ପିଲାଙ୍କ ଅପେକ୍ଷା ଆଟୋପିକ୍ ଡର୍ମାଟାଇଟିସ୍ ହେବାର ଆଶଙ୍କା କମ୍ ଥିଲା ।
ଜାତୀୟ ଜେଓ୍ବିସ ସ୍ୱାସ୍ଥ୍ୟ ବିଭାଗର ଶିଶୁରୋଗ ବିଶେଷଜ୍ଞ, ଆଲର୍ଜିଷ୍ଟ ତଥା ଇମ୍ୟୁନୋଲୋଜିଷ୍ଟ ଜେସିକା ହ୍ବିଇଙ୍କ କହିବା ଅନୁସାରେ, "ଯଦିଓ ଏହି ସମସ୍ୟାକୁ ଗୁରୁତ୍ବ ଦିଆଯାଇନଥାଏ କିନ୍ତୁ ଏହା ଦ୍ବାରା ଛୋଟ ଛୁଆମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ଆଟୋପିକ୍ ଡର୍ମାଟାଇଟିସ୍ କିମ୍ବା ଏକଜେମା ପିଲାଙ୍କ ଚର୍ମକୁ ଅଧିକ ପ୍ରଭାବିତ କରିଥାଏ । ଯାହା ଚର୍ମ ଆଲର୍ଜିର କାରଣ ହୋଇଥାଏ ।