ହାଇଦ୍ରାବାଦ: ପିଲାମାନେ ବହୁତ୍ ଶକ୍ତିଶାଳୀ । ଦିନସାରା ଅଧ୍ୟୟନ ଏବଂ ଖେଳିବା ସତ୍ତ୍ୱେ ସେମାନେ ଶୀଘ୍ର କ୍ଳାନ୍ତ ଅନୁଭବ କରନ୍ତି ନାହିଁ । ସେମାନେ ଖୁବ୍ ଚଳଚଞ୍ଚଳ ଥାଆନ୍ତି । କିନ୍ତୁ ଯଦି ଆପଣଙ୍କ ପିଲା କ୍ରୀଡା ପ୍ରତି ଆଗ୍ରହ ଦେଖାଉ ନାହିଁ କିମ୍ବା ଦିନସାରା ଚୁପଚାପ୍ ହୋଇ ବସି ରହୁଛି । ସାମାନ୍ୟ ବୁଲାବୁଲି କିମ୍ବା ଖେଳିବା ପରେ ଶୀଘ୍ର କ୍ଳାନ୍ତ ହୋଇ ପଡୁଛିି ତେବେ ଏସବୁ ଲକ୍ଷଣକୁ ଆଦୌ ଅବହେଳା କରନ୍ତୁ ନାହିଁ । ଏହି ସବୁ ଅଭ୍ୟାସ କାହିଁକି ପିଲାମାନଙ୍କ ପାଇଁ କ୍ଷତିକାରକ, ଜାଣନ୍ତୁ...
ବେଳେବେଳେ ଦୁର୍ବଳତା କାରଣରୁ ପିଲାମାନେ ଏହିପରି ଆଚରଣ କରନ୍ତି । ଯେତେବେଳେ ପିଲାମାନଙ୍କର ମାଂସପେଶୀ ଦୁର୍ବଳ ହୁଏ, ସେମାନେ ଖେଳିବା ପାଇଁ କିମ୍ବା କୌଣସି କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ । ତେବେ ଆଜିର ଆର୍ଟିକିଲରେ ଏହିପରି କେତେକ ଲକ୍ଷଣ ବାବଦରେ ଆଲୋଚନା କରାଯାଇଛି, ଯାହା ପରିଲକ୍ଷିତ ହେଲେ ଡାକ୍ତରଙ୍କ ପରାମର୍ଶ କରିବା ଆବଶ୍ୟକ ।
ମୁଣ୍ଡବିନ୍ଧା-ଥକ୍କା:ଯଦି କିଛି କାମ କରିବା ପରେ ପିଲାଟି କ୍ଲାନ୍ତ ଅନୁଭବ କରୁଛି ବୋଲି କହେ, ତେବେ ଏହାର ଅର୍ଥ ସେ ଦୁର୍ବଳ ଅଛି । ଅନେକ ଥର ଏହା ମଧ୍ୟ ଘଟେ ଯେତେବେଳେ ଖେଳିବା ସମୟରେ ଶିଶୁର ହୃଦ୍ ସ୍ପନ୍ଦନ ବଢିଯାଏ ଏବଂ ନିଶ୍ୱାସ ନେବାରେ ଅସୁବିଧା ହୁଏ । ଏସବୁ ଲକ୍ଷଣ ବାବଦରେ ଡାକ୍ତରଙ୍କ ସହ ଆଲୋଚନା କରନ୍ତୁ ।
ଗୋଡରେ ଯନ୍ତ୍ରଣା, ଚାଲିବାରେ ଅସୁବିଧା:ଉପଯୁକ୍ତ ଖାଦ୍ୟ ଅଭାବରୁ ପିଲାମାନଙ୍କଠାରେ ଦୁର୍ବଳତା ଦେଖାଯାଏ । ସେମାନଙ୍କର ପାଦରେ ଅନେକ ସମୟରେ ଯନ୍ତ୍ରଣା ହୁଏ ଏବଂ ଠିଆ ହେବା, ଦୌଡ଼ିବା. ଡେଇଁବାରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏହା କ୍ୟାଲସିୟମ ଅଭାବ ହେତୁ ହୋଇପାରେ । ତେଣୁ ସେମାନଙ୍କ ଖାଦ୍ୟରେ କ୍ୟାଲସିୟମ୍ ଯୋଗ କରନ୍ତୁ ।
ଜ୍ୱର:ଯଦି ଆପଣଙ୍କ ପିଲା ବାରମ୍ବାର ଦୀର୍ଘ ଦିନ ପର୍ଯ୍ୟନ୍ତ ଜ୍ୱରରେ ପୀଡିତ ରହୁଛି, ଏହାର ଅର୍ଥ ତାଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଏବଂ ସେ ଶାରୀରିକ ଭାବରେ ଦୁର୍ବଳ ।
ହାତରେ ଯନ୍ତ୍ରଣା:ଅନେକ ଥର ପିଲାମାନେ ସେମାନଙ୍କ ପିତାମାତାଙ୍କୁ କହନ୍ତି ଯେ, ସେମାନଙ୍କ ହାତରେ ଯନ୍ତ୍ରଣା ହେଉଛି । ଯେତେବେଳେ ବି ସେମାନେ କିଛି ଲେଖନ୍ତି, ଖାଦ୍ୟ ଖାଆନ୍ତି, ଖେଳନ୍ତି କିମ୍ବା ସ୍କୁଲ୍କୁ ବ୍ୟାଗ ନେଇ ଯିବା ସମୟରେ ହାତରେ ଯନ୍ତ୍ରଣା ହେଉଛି ବୋଲି କହନ୍ତି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ସେମାନଙ୍କ ମଧ୍ୟରେ ଦୁର୍ବଳତା ରହିଛି, ଡାକ୍ତରଙ୍କୁ ପରାମର୍ଶ କରି ସଠିକ୍ ଖାଦ୍ୟ ଉପାଦାନ ଦିଅନ୍ତୁ ।
ମୁହଁରେ ଶୁଷ୍କତା:ଯଦି ପିଲା ଦୁର୍ବଳ, ତା'ହେଲେ ତାଙ୍କ ଚେହେରା ଶୁଖିବା ଆରମ୍ଭ କରେ, ଓଠ ଫାଟି ଏବଂ ଆଖି ତଳେ ଡାର୍କ ସର୍କଲ ହେବାକୁ ଲାଗେ । ସେମାନଙ୍କ ମୁହଁରେ ଘା’ ମଧ୍ୟ ହୋଇପାରେ । ଏହି କାରଣରୁ କହିବା, ଗିଳିବା ଏବଂ ଚୋବାଇବାରେ ମଧ୍ୟ ହୁଏ ।
ପିଲାମାନଙ୍କର ଦୁର୍ବଳତା କାହିଁକି ହୁଏ ?ପିଲାଟିର ଦୁର୍ବଳତା ଅନେକ କାରଣରୁ ହୋଇପାରେ । ପୁଷ୍ଟିକର ଖାଦ୍ୟ ଅଭାବ, ମାଂସପେଶୀ ଦୁର୍ବଳତା, ପୋଲିଓ, ଆକ୍ୟୁଟ୍ ଫ୍ଲାସିଡ୍ ମାୟେଲାଇଟିସ୍ ଏବଂ ଅନେକ ରୋଗ ହେତୁ ପିଲାମାନେ ଦୁର୍ବଳ ହୋଇଯାଆନ୍ତି । ସେମାନେ କୌଣସି କାର୍ଯ୍ୟରେ ଆଗ୍ରହ ପ୍ରକାଶ କରନ୍ତି ନାହିଁ ଏବଂ ସେମାନଙ୍କର ବିକାଶ ଧୀର ହୋଇଯାଏ । ଏହି କାରଣରୁ ଶିଶୁର ଉଚ୍ଚତା ବଢେ ନାହିଁ ଏବଂ ଓଜନ କମ ରହେ ।
ପିଲାମାନଙ୍କୁ ଦୁର୍ବଳତାରୁ କିପରି ରକ୍ଷା କରିବେ ?
- ଯଦି ଆପଣ ପିଲାମାନଙ୍କଠାରେ ଦୁର୍ବଳତାର ଲକ୍ଷଣ ଦେଖନ୍ତି, ତେବେ ପ୍ରଥମେ ଡାକ୍ତରଙ୍କୁ ଦେଖା କରନ୍ତୁ ।
- ଖାଦ୍ୟରେ ପୁଷ୍ଟିକର ଖାଦ୍ୟ ଯୋଗ କରନ୍ତୁ, କେବଳ ପ୍ରୋଟିନ୍, ଆଇରନ୍, କ୍ୟାଲସିୟମ୍, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଖାଇବାକୁ ଦିଅନ୍ତୁ ।
- ପିଲାକୁ ସବୁବେଳେ ହାଇଡ୍ରେଟ୍ ରଖିବାକୁ ଚେଷ୍ଟା କରନ୍ତୁ ।
- ଯେତେବେଳେ ପିଲାମାନେ ସେମାନଙ୍କର ଶାରୀରିକ ସମସ୍ୟା ବିଷୟରେ କୁହନ୍ତି, ତାହାକୁ ବାହାନା ଭାବେ କହୁଛି ବୋଲି ଭାବନ୍ତୁ ନାହିଁ ଏବଂ ସେଗୁଡିକୁ ଅଣଦେଖା ମଧ୍ୟ କରନ୍ତୁ ନାହିଁ ।
Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।