ଓଡିଶା

odisha

ETV Bharat / sukhibhava

ସୁଗାର୍ ଫ୍ରି ଖାଦ୍ୟ ଖାଉଥିଲେ ସାବଧାନ ! ନଷ୍ଟ ହୋଇପାରେ ଡିଏନଏ - ଡିଏନଏକୁ ନଷ୍ଟ କରିପାରେ ସ୍ବିଟନର

ଡିଏନଏକୁ ନଷ୍ଟ କରିପାରେ କୃତ୍ରିମ ମିଠା ବା ସ୍ବିଟନର । ଜର୍ନାଲ ଅଫ ଟେକ୍ନୋଲୋଜି ଆଣ୍ଡ ଏନଭାଇରୋମେଣ୍ଟାଲ ହେଲଥରେ ଏହି ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

Sweetener
Sweetener

By

Published : Jun 8, 2023, 11:34 AM IST

ଓ୍ବାଶିଂଟନ:ବିଶେଷ କରି ମଧୁମେହ ଓ ମେଦବହୁଳତା ରୋଗରେ ପୀଡିତମାନେ ସୁଗାର ଫ୍ରିକୁ ବହୁଳ ମାତ୍ରାରେ ବ୍ୟବହାର କରିଥାଆନ୍ତି । ଏହା ଚିନିର ବିକଳ୍ପ ଅଟେ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ବୋଲି କୁହାଯାଉଛି । ଏହାରି ଭିତରେ ନିକଟରେ ଏକ ଅଧ୍ୟୟନ ଏହାକୁ ଭୁଲ ପ୍ରମାଣିତ କରିଛି । ଅଧ୍ୟୟନ ଅନୁସାରେ ଯେଉଁ ମଧୁମେହ ଓ ମେଦବହୁଳ ରୋଗୀ 'ସୁଗାର୍ ଫ୍ରି' ବା କୃତ୍ରିମ ମିଠା ଜାତୀୟ ଖାଦ୍ୟ ସେବନ କରୁଛନ୍ତି, ଏହା ଡିଏନଏକୁ ନଷ୍ଟ କରିପାରେ ବୋଲି କୁହାଯାଇଛି । କୃତ୍ରିମ ମିଠାରେ ବ୍ୟବହୃତ ରାସାୟନିକ ପଦାର୍ଥ ଡିଏନଏକୁ ନଷ୍ଟ କରିପାରେ ବୋଲି ଆମେରିକୀୟ ବୈଜ୍ଞାନିକମାନେ ସତର୍କ କରିଛନ୍ତି । ଜର୍ନାଲ ଅଫ ଟେକ୍ନୋଲୋଜି ଆଣ୍ଡ ଏନଭାଇରୋମେଣ୍ଟାଲ ହେଲଥରେ ଏହି ରିପୋର୍ଟ ପ୍ରକାଶ ପାଇଛି ।

ନର୍ଥ କ୍ୟାରୋଲିନା ଷ୍ଟେଟ ୟୁନିଭରସିଟିର ପ୍ରଫେସର ସୁଶନ ଶିଫମନ କହିଛନ୍ତି, ସମଗ୍ର ବିଶ୍ୱରେ ହଜାର ହଜାର ଖାଦ୍ୟ, ପାନୀୟ ଏବଂ ଔଷଧ ଦ୍ରବ୍ୟରେ ସୁକ୍ରାଲୋଜ୍ ବ୍ୟବହାର କରାଯାଏ । ଏକ ଅଧ୍ୟୟନ କରି ଜାଣିବାକୁ ପାଇଛନ୍ତି ଯେ, ଆର୍ଟିଫିସିଆଲ ସ୍ବିଟନର ବ୍ୟବହାରକାରୀଙ୍କ ଡିଏନଏକୁ ନଷ୍ଟ କରିବା ସହ କର୍କଟ ରୋଗର ଆଶଙ୍କାକୁ ବୃଦ୍ଧି କରିପାରେ ।" ସ୍ଲେଣ୍ଡା ନାମରେ ବଜାରରେ ଉପଲବ୍ଧ କ୍ୟାଲୋରି ଶୂନ୍ୟ ସ୍ବିଟନର ଚିନି ଠାରୁ ଅଧିକ ମିଠା ଅଟେ । ଏହାକୁ ପାଉଁରୁଟି, କେକ, ଫ୍ରୋଜେଡ ଡେରି ସାମଗ୍ରୀରେ ବ୍ୟବହାର କରାଯାଏ । ଏଥିରେ ଥିବା ରସାୟନିକ ପଦାର୍ଥ ସୁକ୍ରୋଲୋଜକୁ ଖାଦ୍ୟ ଏବଂ ପାନୀୟ ସାମଗ୍ରୀ ସମେତ ଔଷଧ ପ୍ରସ୍ତୁତିରେ ମଧ୍ୟ ଚିନିର ବିକଳ୍ପ ଭାବେ ବ୍ୟବହାର କରାଯାଇଥାଏ ।

ତେବେ ଏହାକୁ ଆମେରିକାରେ ବହୁଳ ଭାବେ ବ୍ୟବହାର କରାଯାଇଥାଏ । ଆମେରିକାର 50 ନିୟୁତ ଲୋକ ଏହାକୁ ବ୍ୟବହାର କରିଥାଆନ୍ତି । ଶରୀରରେ ସୁକ୍ରୋଲୋଜ ପ୍ରବେଶ କରିବା ଦ୍ବାରା ସୁକ୍ରୋଲୋଜ-6 ରୂପେ ବିଘଟନ ହୋଇଥାଏ । ଫଳରେ ଖାଦ୍ୟନଳୀର ଭିତର ପରସ୍ତ ନଷ୍ଟ ହୋଇପାରେ ବୋଲି ଗବେଷକମାନେ କହିଛନ୍ତି ।

ତେବେ ଏହା ପୂର୍ବରୁ କରାଯାଇଥିବା ଅଧ୍ୟୟନରେ ସୁକ୍ରାଲୋଜ ଆନ୍ତ ସ୍ବାସ୍ଥ୍ୟ ପ୍ରତି ନକରାତ୍ମକ ପ୍ରଭାବ ପକାଇପାରେ ବୋଲି ପୂର୍ବ ଅଧ୍ୟୟନରୁ ଜଣାପଡିଥିଲା । ତେବେ ଏହା ଉପରେ ଅଧିକ ଗବେଷଣା କରିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା । ସୁକ୍ରୋଲୋଜ-6 ବିଘଟନ ହୋଇ ମଣିଷର ଗଣସୁତ୍ର ବା ଡିଏନଏକୁ ନଷ୍ଟ କରିବା ସହ କ୍ୟାନ୍ସରର କାରକ ପାଲଟିଯାଏ ବୋଲି ବିଶେଷଜ୍ଞ କହିଛନ୍ତି ।

ପ୍ରକାଶଥାଉକି, ମେ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ସ୍ପ୍ଲେଣ୍ଡା ପରି କୃତ୍ରିମ ମିଠାକୁ ଓଜନ ନିୟନ୍ତ୍ରଣ ପାଇଁ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: Cracked Heels: ଗୋଇଠି ଫାଟିବାକୁ ନେଇ ଚିନ୍ତିତ ଅଛନ୍ତି କି ? ଆପଣାନ୍ତୁ ଏହି ଘୋରେଇ ଉପଚାର

ABOUT THE AUTHOR

...view details