ଓଡିଶା

odisha

ETV Bharat / sukhibhava

ବାଞ୍ଝପଣ: ନିଃସନ୍ତାନ ଦମ୍ପତିଙ୍କ ପ୍ରତି ମାନସିକତାରେ ପରିବର୍ତନ ଆବଶ୍ୟକ - ଦମ୍ପତିଙ୍କର ସନ୍ତାନ ଜନିତ ସମସ୍ୟା

ନିଃସନ୍ତାନ ଦମ୍ପତିକୁ ଭିନ୍ନ ଦୃଷ୍ଟିରେ ଦେଖେ ସମାଜ । ଏଥିପାଇଁ ମାନସିକ ଅବସାଦରେ ରହନ୍ତି ଅନେକ । ଏନେଇ ଇଟିଭି ଭାରତ ପକ୍ଷରୁ ଡକ୍ଟର ପୂର୍ବା ସହକାରୀଙ୍କ ସହ ଆଲୋଚନା କରାଯାଇଛି ।

ବାଞ୍ଝପଣ: ନିଃସନ୍ତାନ ଦମ୍ପତିଙ୍କ ପ୍ରତି ମାନସିକତାରେ ପରିବର୍ତନ ଆବଶ୍ୟକ
ବାଞ୍ଝପଣ: ନିଃସନ୍ତାନ ଦମ୍ପତିଙ୍କ ପ୍ରତି ମାନସିକତାରେ ପରିବର୍ତନ ଆବଶ୍ୟକ

By

Published : Nov 8, 2020, 2:17 PM IST

ବାହାହେଲା ପରେ ପିଲା ଜନ୍ମ କରିବା ତ ସାଧାରଣ କଥା । ଆଉ ଯେଉଁ ଦମ୍ପତିଙ୍କ ଛୁଆ ନ ହୁଏ, ସେମାନଙ୍କର ସମସ୍ୟା ବଢିଯାଇଥାଏ । ସମସ୍ୟା ଏଥିପାଇଁ ଯେ, ନିଃସନ୍ତାନ ହେଲେ ସମାଜର ଟାହିଟାପରା ଶୁଣିବାକୁ ପଡେ । ନିଃସନ୍ତାନ ଦମ୍ପତିକୁ ଭିନ୍ନ ଦୃଷ୍ଟିରେ ଦେଖେ ସମାଜ । ଏଥିପାଇଁ ମାନସିକ ଅବସାଦରେ ରହନ୍ତି ଅନେକ । ମେଡିକାଲ୍ ସମସ୍ୟା ସହ ସାମାଜିକ ସମସ୍ୟାର ଆପଣଙ୍କୁ ସମ୍ମୁଖୀନ ହେବାକୁ ପଡିବ । ଇଟିଭି ଭାରତ ସୁଖିଭବଃ ପକ୍ଷରୁ ଏ ବାବଦରେ ଡକ୍ଟର ପୂର୍ବା ସହକାରୀଙ୍କ ସହ ଆଲୋଚନା କରାଯାଇଥିଲା ।

ଡକ୍ଟର ସହକାରୀ ଜଣେ ଗ୍ୟାନୋକ୍ଲୋଜିଷ୍ଟ ଓ ଇନଫର୍ଟିଲିଟି ସ୍ପେଶାଲିଷ୍ଟ । ବିବାହ ପରେ ସନ୍ତାନର ମାଆବାପା ହେବା ପାଇଁ ସମସ୍ତେ ଚାହାନ୍ତି । କିନ୍ତୁ ଅନେକଙ୍କ କ୍ଷେତ୍ରରେ ବିବାହ ପରେ ନ୍ତାନ ସୁଖ ପ୍ରାପ୍ତି ହୋଇ ନ ଥାଏ । ମେଡିକାଲ କାରଣରୁ ଅନେକ ଦମ୍ପତି ସନ୍ତାନ ସୁଖରୁ ବଂଚିତ ହୋଇଥାନ୍ତି ବା ସେମାନଙ୍କୁ ବେଶୀ ଦିନ ଅପେକ୍ଷା କରିବାକୁ ପଡିଥାଏ । ସଂଖ୍ୟାଦୃଷ୍ଟିରୁ ଯଦି ଆମେ ବାଞ୍ଝପଣ ପ୍ରସଙ୍ଗକୁ ଦେଖିବା, ଦେଖିବା,ତାହା ହେଲେ ଏହା କିଛି ନୁହେଁ ।

ସାମାଜିକ ଅପବାଦ ଜଡିତ ଥିବାରୁ ଏହାକୁ କେହି ସହଜରେ ଗ୍ରହଣ କରିପାରନ୍ତି ନାହିଁ । ତେବେ, ସମାଜରେ ବାଞ୍ଝପଣକୁ ଏକ ମେଡିକାଲ ପ୍ରସଙ୍ଗ ଭାବେ ଦେଖିବାକୁ ପଡିବ । ନିଃସନ୍ତାନ ଦମ୍ପତିଙ୍କ ପ୍ରତି ଥିବା ଆଭିମୁଖ୍ୟରେ ସକାରାତ୍ମକ ପରିବର୍ତ୍ତନ ଆଣିବାକୁ ହେବ । ବାଞ୍ଝପଣ ବା ବନ୍ଧ୍ୟାଦୋଷ କ’ଣ ? ପ୍ରସବ ଅକ୍ଷମତା ଥିଲେ କାହା ସହ ପରାମର୍ଶ କରିବାକୁ ପଡିବ ?

ଅସୁରକ୍ଷିତ ଯୈାନ ସଂପର୍କରେ ବର୍ଷକ ପରେ ମଧ୍ୟ ସନ୍ତାନ ପ୍ରସବଜନିତ ଅକ୍ଷମତା ହେଉଛି ବାଞ୍ଝପଣ ବା ବନ୍ଧ୍ୟାଦୋଷ । ବାଞ୍ଝପଣର ଏକାଧିକକାରଣ ରହିଛି । ଉଭୟ ସ୍ତ୍ରୀ ଓ ପୁରୁଷ ଏଥିପାଇଁ ଦାୟୀ ରହନ୍ତି । ସ୍ତ୍ରୀ ଓ ପୁରୁଷଙ୍କଠରେ କିଛି ସମସ୍ୟା ହିଁ ବନ୍ଧ୍ୟାତ୍ବର କାରଣ ହୋଇଥାଏ । କେତେକ ମାମଲାରେ ବନ୍ଧ୍ୟାତ୍ବର କୌଣସି କାରଣ ହିଁ ନ ଥାଏ ।

ମହିଳାଙ୍କଠାରେ ବାଞ୍ଝପଣର କାରଣ

  • ଫଲିସେଲ୍‌ର ଅଭିବୃଦ୍ଧିରେ ଅସ୍ବାଭାବିକତା
  • ଆନୋଭ୍ୟୁଲେସନ ( ଓଭାରିରୁ ଡିମ୍ବାଣୁ ନିର୍ଗତରେ ଅସ୍ବାଭାବିକତା )
  • ପଲିସିଷ୍ଟିକ୍ ଓଭାରିଆନ ସିଣ୍ଡ୍ରୋମ
  • ଟ୍ୟୁବାଲ ବ୍ଲକ୍
  • ଢାଞ୍ଚାଗତ ଅସ୍ବାଭାବିକତା ଭଳି ଗର୍ଭାଶୟଜନିତ ସମସ୍ୟା
  • ସର୍ଭିକାଲ କାରଣ
  • ଏଣ୍ଡୋମେଟ୍ରିଓସିସ ( ଗର୍ଭାଶୟ ବାହାରେ ଟିସୁର ଉପସ୍ଥିତି )
  • ବୟସ ବଢିବା ସହ ପ୍ରଜନନ କ୍ଷମତା ହ୍ରାସ
  • ପୁରୁଷଙ୍କଠାରେ ବାଞ୍ଝପଣର କାରଣ
  • ଆଜୋସ୍ପର୍ମିଆ ( ସିମନରେ ଶୁକ୍ରାଣୁର ଅନୁପସ୍ଥିତି )
  • ଶୁକ୍ରାଣୁ ମୋଟିଲିଟି ସମସ୍ୟା
  • ସ୍ଖଳନ ସମସ୍ୟା
  • ଶୁକ୍ରାଣୁର ଅସ୍ବାଭାବିକ ଆକୃତି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ପାଇଁ ସାଧାରଣ କାରଣ
  • ଡାଇବେଟିସ, ଥାଇରଏଡ୍ ଭଲି ମେଡିକାଲ ସ୍ଥିତି ,ହାଇପରଟେନସନ୍‌, କିଛି ଅଟୋଇମ୍ୟୁନ ରୋଗ, ଯୈାନ ସଂକ୍ରମିତ ରୋଗ ଆଦି ପ୍ରଜନନ କ୍ଷମତାକୁ ପ୍ରଭାବିତ କରେ ।
  • ଧୂମପାନ, ମଦ୍ୟପାନ,ମେଦବହୁଳତା ଓ ଦୀର୍ଘ ଦିନ ଧରି କିଛି ମେଡିସିନ ଲଗାତର ଖାଇବା ବି ବାଞ୍ଝପଣର କାରଣ ହୋଇଥାଏ ।
  • ଉପଯୁକ୍ତ ଯୌନ ଶିକ୍ଷାର ଅଭାବ, ମାସିକ ଧର୍ମ ବେଳେ ଭୁଲ୍ ସମୟରେ ସମ୍ଭୋଗ ଆଦି ବି ବନ୍ଧ୍ୟାତ୍ବର କାରଣ ହୋଇଥାଏ । ବନ୍ଧ୍ୟାତ୍ବର ପରିଣାମ ବାଞ୍ଝପଣ ବା ବନ୍ଧ୍ୟାତ୍ବ ଦମ୍ପତିଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଏ । ଏହାର ମନସ୍ତାତ୍ତ୍ବିକ ପ୍ରଭାବ ବି ରହିଛି । ମାନସିକ ଅବସାଦ, ନିରାଶାରେ ଦିନ କାଟନ୍ତି ନିଃସନ୍ତାନ ଦମ୍ପତି । ବାଞ୍ଝପଣ ଓ ସନ୍ତାନ ପ୍ରସବ ପାଇଁ ଅକ୍ଷମତା ଦ୍ବାରା ଦମ୍ପତିମାନଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖେ । ତେଣୁ ସେମାନେ ଏକା ଏକା ଜୀବନଯାପନ କରନ୍ତି । ବାଞ୍ଝପଣରୁ ମୁକ୍ତି ପାଇଁ ଚିକିତ୍ସା ତ ରହିଛି । କିନ୍ତୁ ସବୁ ମାମଲାରେ ଚିକିତ୍ସା ସମ୍ଭବ ନୁହେଁ । ଏହାଛଡା ଚିକିତ୍ସାର ବ୍ୟୟବହୁଳତା ବି ଆର୍ଥିକ ଓ ମାନସିକ ଭାବେ ଦମ୍ପତିଙ୍କୁ ଆଘାତ ଦେଇଥାଏ ।

ABOUT THE AUTHOR

...view details