ଓଡିଶା

odisha

By

Published : Jun 29, 2023, 5:04 PM IST

ETV Bharat / sukhibhava

ଗୋଟିଏ ମାସ ଚିନି ନଖାଇଲେ ଶରୀର ଉପରେ କଣ ରହିବ ପ୍ରଭାବ, ଏମିତି କହିଲେ ଏକ୍ସପର୍ଟ

ଯଦି ଗୋଟିଏ ମାସ ଚିନି ନଖାଇବା ଦ୍ବାରା ଶରୀର ଉପରେ କଣ ରହିବ ପ୍ରଭାବ ? ପଢନ୍ତୁ ପୁରା ଖବର

eliminate sugar
eliminate sugar

ହାଇଦ୍ରାବାଦ:ଅନେକ ଖାଦ୍ୟ ପଦାର୍ଥ ବା ଜିନିଷ ରହିଛି ଯାହା ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ। ଏହା ମଧ୍ୟରୁ ଚିନି ଏବଂ ଲୁଣ ପ୍ରମୁଖ ଅଟେ। ଏହାର ହିଁ ବ୍ୟବହାର ଅଧିକ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବା ଅନୁସାରେ, ଅତ୍ୟଧିକ ପରିମାଣର ଲୁଣ ଖାଇବା ଦ୍ୱାରା ଶରୀରରେ ସୋଡିୟମ୍ ପରିମାଣ ବଢିଥାଏ, ଯେଉଁ କାରଣରୁ ଉଚ୍ଚ ରକ୍ତଚାପ ଏବଂ ହୃଦଘାତର ଆଶଙ୍କା ରହିଥାଏ। ଅନ୍ୟ ପଟେ ଯଦି ଆପଣ ଅଧିକ ଶର୍କରା ଜିନିଷ ଖାଆନ୍ତି, ତେବେ ଏହା ଉଭୟ ଓଜନ ଏବଂ ରକ୍ତରେ ଶର୍କରା ମାତ୍ରା ବୃଦ୍ଧି କରିଥାଏ। ଏହି ଦୁଇଟି ଜିନିଷ ପୁରା ଶରୀର ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇଛି।

ଡାକ୍ତରମାନେ କୁହନ୍ତି, ଯଦିଓ ସୁଗାର ଏବଂ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ, ତଥାପି ଲୁଣ ଏବଂ ଚିନି ସର୍ବନିମ୍ନ ପରିମାଣରେ ଖାଇବା ଉଚିତ୍। ଯେଉଁମାନଙ୍କର ମଧୁମେହ ଅଛି ସେମାନଙ୍କୁ ଆଦୌ ଚିନି ନଖାଇବା ପାଇଁ ପରାମର୍ଶ ଦିଆଯାଇଛି। ଯଦି 1 ମାସ ପର୍ଯ୍ୟନ୍ତ ଆଦୌ ଚିନି ଖାଇବା ନାହିଁ ତେବେ ଶରୀର ଉପରେ କଣ ରହିବ ପ୍ରଭାବ?

30ଦିନ ଚିନି ନଖାଇବା ଦ୍ବାରା ଶରୀର ଉପରେ ପ୍ରଭାବ:ଚିନି ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହା ପରିବର୍ତ୍ତେ, ବିନା ଚିନିରେ ହୋଇଥିବା ପୁଷ୍ଟିକର ସମୃଦ୍ଧ ଖାଦ୍ୟ ଖାଇବା ଉପରେ ଧ୍ୟାନ ଦେବା ଆବଶ୍ୟକ। ପନିପରିବା, ଫଳ ଏବଂ ଦୁଗ୍ଧଜାତ ଦ୍ରବ୍ୟ ପରି ଖାଦ୍ୟରେ ମିଳୁଥିବା ପ୍ରାକୃତିକ ଶର୍କରା ଶରୀର ପାଇଁ ଅଧିକ କ୍ଷତିକାରକ ନୁହେଁ। କିନ୍ତୁ ଚିନିର ବ୍ୟବାହର କରାଯାଇଥିବା ଖାଦ୍ୟ ଯଥା ଆଇସ୍କ୍ରିମ୍, କୁକିଜ୍, କେକ୍, ସୋଡା ଏବଂ ମିଠା ପାନୀୟ ଇତ୍ୟାଦି ଠାରୁ ଦୂରେଇ ରହିବା ଆବଶ୍ୟକ।

ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଯେକୌଣସି ଡାଏଟରେ ଚିନି ପରିମାଣକୁ ହ୍ରାସ କରିବା ଦ୍ବାରା ତାହା ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇପାରେ। ସର୍ବପ୍ରଥମେ, ଏହା ଆପଣଙ୍କ ଚିନି ସ୍ତରକୁ ନିୟନ୍ତ୍ରଣ କରିବାରେ ଲାଭଦାୟକ ହୋଇପାରେ। ଚିନିଯୁକ୍ତ ଖାଦ୍ୟ-ପାନୀୟ କିମ୍ବା ଫ୍ରୁଟକୋଜ୍ କର୍ଣ୍ଣ ସିରପ୍ ଶୀଘ୍ର ରକ୍ତରେ ଶର୍କରା ସ୍ତରକୁ ବୃଦ୍ଧି କରିଥାଏ। ଏହା ମଧୁମେହକୁ ରୋକିବାରେ ସାହାଯ୍ୟ କରିଥାଏ।

ଏହା ମଧ୍ୟ ପଢନ୍ତୁ: Pregnancy And Heels: ଗର୍ଭାବସ୍ଥାରେ ହାଇ ହିଲ୍‌ ବିଗାଡିପାରେ ସ୍ବାସ୍ଥ୍ୟ

ଓଜନ କମିବା ସହ ଏହି ଲାଭ ହୋଇଥାଏ:ଖାଦ୍ୟରେ ଚିନିର ମାତ୍ରା ହ୍ରାସ ହେବା ଦ୍ବାରା ଓଜନ ନିୟନ୍ତ୍ରଣ ହୋଇପରିବ। 30 ଦିନରେ ପୁରା ଫରକ ଜଣାପଡିଥାଏ। ଏଥିସହ, ଅଧ୍ୟୟନରୁ ଜଣାପଡିଛି ଯେ ଚିନିଯୁକ୍ତ ଖାଦ୍ୟ ଏବଂ ପାନୀୟର ମାତ୍ରା ହ୍ରାସ କରିବା, ବିଶେଷତ ଉଚ୍ଚ ଫ୍ରୁଟକୋଜ୍, ଯକୃତର ଚର୍ବି ହ୍ରାସ କରିବାରେ ଏବଂ ଯକୃତର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ।

ଚିନି ନଖାଇବା ଦ୍ବାରା ଶରୀର ଉପରେ କୁପ୍ରଭାବ ପଡେ କି?:ଯଦି ପୃଷ୍ଟିକର ଖାଦ୍ୟ ଖାଉଛନ୍ତି, ତେବେ ଶରୀର ଉପରେ ଏହାର କୁପ୍ରଭାବ ପଡିବ ନାହିଁ। କିନ୍ତୁ ଯଦି ଚିନି ସହ କାର୍ବୋହାଇଡ୍ରେଟ ଠାରୁ ଦୂରେଇ ରୁହନ୍ତି ତେବେ ସୁଗାର ସମ୍ବନ୍ଧୀୟ ସମସ୍ୟା ହୋଇପାରେ। ମୁଣ୍ଡ ବୁଲାଇବା ଏବଂ ବାନ୍ତି ଭଳି ସମସ୍ୟା ଦେଖାଦେଇପାରେ। କାର୍ବୋହାଇଡ୍ରେଟ ଏବଂ ଚିନି ରକ୍ତରେ ଶର୍କରାର ମାତ୍ରାକୁ ବୃଦ୍ଧି କରୁଥିଲେ ହେଁ ଏହା କମ ହେବା ଦ୍ବାରା ଶରୀରକୁ ଦୁର୍ବଳ କରିପାରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details