ଓଡିଶା

odisha

ETV Bharat / sukhibhava

Liver Cancer Drugs: ଭାରତରେ ଆଷ୍ଟ୍ରାଜେନେକାର ଲିଭର କ୍ୟାନ୍ସର ଔଷଧକୁ CDSCOର ମଞ୍ଜୁରୀ

ପ୍ରତିବର୍ଷ ଦେଶରେ 12ରୁ 13 ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି । ଅନ୍ୟପଟେ ପ୍ରାୟ 8 ଲକ୍ଷ ଲୋକ ଏହି କାରଣରୁ ମୃତ୍ୟୁ ହୋଇଥାଏ । ଏହି ସମୟରେ, ସିଡିଏସସିଓ ଏକ ନୂଆ କର୍କଟ ରୋଗ ଔଷଧକୁ ଅନୁମୋଦନ କରିଛି । ଅଧିକ ପଢନ୍ତୁ

By

Published : Jun 2, 2023, 6:08 PM IST

Liver Cancer Drugs
Liver Cancer Drugs

ନୂଆଦିଲ୍ଲୀ:ଲିଭର କ୍ୟାନ୍ସରର ଚିକିତ୍ସା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ ।ଆଷ୍ଟ୍ରାଜେନେକାର ଲିଭର କ୍ୟାନ୍ସର ଔଷଧକୁ ଭାରତରେ ମଞ୍ଜୁରୀ ଦେଲା ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏସସିଓ) । ଆଷ୍ଟ୍ରାଜେନେକା ଫାର୍ମା ଇଣ୍ଡିଆର ଯକୃତ କର୍କଟ ଔଷଧ ଟ୍ରେମେଲିମାବ୍ ଇଣ୍ଟ୍ରେଭେନସ୍ ପ୍ରଶାସନ ପାଇଁ ଅନୁମୋଦନ ଦେଇଛି । କମ୍ପାନୀ ପକ୍ଷରୁ ଏନେଇ ଗତକାଲି(ଗୁରୁବାର) ସୂଚନା ଦିଆଯାଇଛି। ଡୁରୁଭାଲୁମାବ ସହିତ ଟ୍ରେମେଲିମୁମାବ ପାଇଁ ଅନୁମୋଦନ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣର ଫଳାଫଳ ମଞ୍ଜୁରୀ ମିଳିଛି । ଲିଭର କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ଏହି ଅନୁମତି ମିଳିଛି ।

ଭାରତ, ଆମେରିକା ଏବଂ କାନାଡା ସମେତ 16ଟି ଦେଶରେ କରାଯାଇଥିବା ଏହି ପରୀକ୍ଷଣରେ ଟ୍ରେମେଲିମୁମାବ ଏବଂ ଡୁରଭାଲୁମାବ ପରୀକ୍ଷଣରେ ସଫଳ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । ଆଷ୍ଟ୍ରା ଜେନେକା ଇଣ୍ଡିଆର ରେଗୁଲେଟର ଡକ୍ଟର. ଅନିଲ କୁକ୍ରେଜା ଏକ ବିବୃତ୍ତିରେ କହିଛନ୍ତି, "ଲିଭର କ୍ୟାନ୍ସର କ୍ଷେତ୍ରରେ ଶୀଘ୍ର ରୋଗ ଚିହ୍ନଟ ହୋଇପାରି ନଥାଏ । ରୋଗ ଚିହ୍ନଟ କରି ଚିକିତ୍ସା କରିବା ବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ । ଅଧିକାଂଶ କ୍ଷେତ୍ରରେ ଉନ୍ନତ ଚିକିତ୍ସା ପାଇଁ ଔଷଧର ଅଭାବ ଦେଖା ଯାଇଥାଏ । ତେଣୁ ଦୀର୍ଘଦିନ ବଞ୍ଚିବା ପାଇଁ ଭଲ ଚିକିତ୍ସା ବିକଳ୍ପଗୁଡ଼ିକ ଉପରେ ପ୍ରାଥମିକତା ଦିଆ ଯାଇଥାଏ ।

ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ଟ୍ରେମେଲିମୁବ 300 ମିଗ୍ରାର ଏକ ପ୍ରିମିଂ ଡୋଜ୍ ରହିଥିଲା, ଯେଉଁଥିରେ ଡ୍ୟୁରେଲୁମାବ 1500 ମିଗ୍ରା ଯୋଗ କରାଯାଇଥିଲା, ପରେ ପ୍ରତି ଚାରି ସପ୍ତାହରେ ଡ୍ୟୁରେଲୁମାବକୁ ରୋଗୀଙ୍କୁ ଦିଆଯାଉଥିଲା । ଏହି ପରୀକ୍ଷଣରେ ସମୁଦାୟ 1,324 ରୋଗୀଙ୍କୁ ସାମିଲ କରାଯାଇଥିବା ବେଳେ ସମସ୍ତେ ସୁରକ୍ଷିତ ରହିଛନ୍ତି । ଉନ୍ନତ HCC(ହେପାଟୋସେଲୋର କାରସିନୋମା) ଥିବା ରୋଗୀଙ୍କୁ ଅନ୍ତର୍ଭୁକ୍ତ କରିଥିଲେ ଯେଉଁମାନେ ପୂର୍ବ ସିଷ୍ଟମିକ୍ ଥେରାପି ସହିତ ଚିକିତ୍ସିତ ହୋଇନଥିଲେ । ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ହେପାଟୋସେଲୋର କାରସିନୋମା ହିଁ ଲିଭର କ୍ୟାନ୍ସରର କାରକ ଥାଏ ।

ଏହା ମଧ୍ୟ ପଢନ୍ତୁ: Twitter Bans Millions Accounts: ନିୟମ ଖିଲାପ କରିବାରୁ 25 ଲକ୍ଷରୁ ଅଧିକ ଆକାଉଣ୍ଟ ବ୍ୟାନ

ଗ୍ଲୋବୋକନ୍ ଇଣ୍ଡିଆ 2020 ରିପୋର୍ଟ କରିଛି ଯେ, ହେପାଟୋସେଲୁଲାର୍ କରସିନୋମା (HCC)ର 30,000 ରୁ ଅଧିକ ନୂତନ ଏଣ୍ଡେମିକ୍ ରୋଗ ନିର୍ଣ୍ଣୟ କରାଯାଏ, ଯାହା ଭାରତରେ କର୍କଟ ରୋଗର ଦଶମ ସାଧାରଣ କାରକ ଅଟେ । ଏହାର ଉଚ୍ଚ ମୃତ୍ୟୁହାର ଦେଶରେ କର୍କଟ ମୃତ୍ୟୁର ଅଷ୍ଟମ ସାଧାରଣ କାରକ ଅଟେ । ଭାରତରେ HCC ପାଇଁ ସାଧାରଣ କାରଣ ଏବଂ ବିପଦ କାରଣଗୁଡ଼ିକ ମଧ୍ୟରେ ସିରୋସିସ୍, ହେପାଟାଇଟିସ୍ ବି ଏବଂ ସି ସଂକ୍ରମଣ, ମଦ୍ୟପାନ, ଧୂମପାନ, ମଧୁମେହ ଏବଂ ଫ୍ୟାଟି ଲିଭର ରୋଗ ଅନ୍ତର୍ଭୁକ୍ତ । HCC ପାଇଁ 5 ବର୍ଷର ବଞ୍ଚିବାର ହାର ପ୍ରାୟ 18 ପ୍ରତିଶତ ରହିଥାଏ । ପ୍ରକାଶଥାଉକି, ଭାରତରେ ପ୍ରତିବର୍ଷ 12ରୁ 13 ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ 8 ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details