ଓଡିଶା

odisha

ETV Bharat / sukhibhava

High Uric Acid level: ୟୁରିକ୍ ଏସିଡ୍ ବୃଦ୍ଧି ସମସ୍ୟାକୁ ଦୂର କରିପାରେ ଜୁଆଣି

ପରିବର୍ତ୍ତିତ ଜୀବନ ଶୈଳୀ ଏବଂ ଖରାପ ଖାଦ୍ୟ ଗ୍ରହଣ କାରଣରୁ ଅଧିକାଂଶ ଲୋକେ ୟୁରିକ୍ ଏସିଡ୍ ବୃଦ୍ଧି ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜାଣନ୍ତୁ ଏହି ରୋଗର ମୁକ୍ତି ପାଇବାର କେତେକ ଘରୋଇ ଉପଚାର ବାବଦରେ...

By

Published : Feb 23, 2023, 4:25 PM IST

High Uric acid test kit
High Uric acid test kit

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ୟୁରିକ୍ ଏସିଡ୍ ସମସ୍ୟା ସାଧାରଣ ହେବାରେ ଲାଗିଛି । ଅଧିକାଂଶ ଲୋକେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଜ୍ଜନକ । ଏହି କାରଣରୁ ଅନେକ ପ୍ରକାରର ରୋଗ ଶରୀରକୁ ମାଡିବସେ । ୟୁରିକ୍ ଏସିଡ୍ ବୃଦ୍ଧି ହେବାର ମୁଖ୍ୟ କାରଣ ହେଉଛି ଖରାପ ଜୀବନଶୈଳୀ ଏବଂ ସ୍ବାସ୍ଥ୍ୟ ଅନୁପଯୋଗୀ ଖାଦ୍ୟ ଖାଇବା ।

ୟୁରିକ୍ ଏସିଡ୍ ଯକୃତରେ ଉତ୍ପାଦିତ ଏକ ବର୍ଜ୍ୟବସ୍ତୁ, ଯାହା କିଡନୀ ଦ୍ୱାରା ମୂତ୍ର ମାଧ୍ୟମରେ ନିର୍ଗତ ହୁଏ । କିନ୍ତୁ ଯେତେବେଳେ ଶରୀରରେ ୟୁରିକ୍ ଏସିଡର ପରିମାଣ ଅଧିକ ହୋଇଯାଏ, ସେତେବେଳେ ଏହା ଶରୀରରେ ଥିବା ଛୋଟ ଗଣ୍ଠିରେ ଜମା ହେବା ଆରମ୍ଭ କରେ ଏବଂ ଗଟ୍ ସମସ୍ୟା ସୃଷ୍ଟି କରେ । ଏହି କାରଣରୁ, ହାତ ଏବଂ ପାଦର ଗଣ୍ଠିରେ ପ୍ରବଳ ଯନ୍ତ୍ରଣା ହୁଏ । ଯଦି ଏହା ଠିକ୍ ସମୟରେ ନିୟନ୍ତ୍ରିତ ହୋଇନଥାଏ, ତେବେ କିଡନୀ ଫୋଲ୍ ଭଳି ଜଟିଳ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ କରିବାକୁ ପଡେ । ତେବେ କିପରି ଏହି ସମସ୍ୟାର ସମାଧାନ କରିବେ, ଜାଣନ୍ତୁ...

ଏହା ମଧ୍ୟ ପଢନ୍ତୁ:-ହୃଦଘାତରେ ଏହି ସିଣ୍ଡ୍ରୋମ୍ ହୋଇଥାଏ ବିପଜ୍ଜନକ, ଜାଣନ୍ତୁ କଣ

ଯଦି ୟୁରିକ୍ ଏସିଡ୍ ବୃଦ୍ଧିପାଏ, ତେବେ ଘରୋଇ ଉପଚାର ସହିତ ବହୁ ପରିମାଣରେ ନିୟନ୍ତ୍ରଣ କରାଯାଇପାରିବ । ଏକ ରିପୋର୍ଟ ଅନୁସାରେ, ଜୁଆଣି ୟୁରିକ୍ ଏସିଡ୍ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଜୁଆଣରୁ ମିଳୁଥିବା ଆଣ୍ଡି-ଇନଫ୍ଲାମେଟୋରୀ ଗୁଣ ଜଏଣ୍ଟ ପେନ୍ ଅର୍ଥାତ୍ ଗଣ୍ଠି ଯନ୍ତ୍ରଣାକୁ ଦୂର କରିଥାଏ ।

ଏହା ମଧ୍ୟ ପଢନ୍ତୁ:-High Uric acid levels: ଶରୀରରେ ୟୁରିକ୍ ଏସିଡ୍‌ ସ୍ତର ବୃଦ୍ଧି କାହିଁକି ବିପଦପୂର୍ଣ୍ଣ, ଜାଣନ୍ତୁ

ଜୁଆଣିରେ ଅନେକ ପ୍ରକାର ଉପକାରୀ ଗୁଣ ରହିଛି । ଆର୍ଥ୍ରାଇଟିସ୍‌ର ଯନ୍ତ୍ରଣା ଏବଂ ପ୍ରଦାହକୁ ଦୂର କରିପାରେ ଜୁଆଣି । ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ପାଇଲେ ଆଙ୍ଗୁଠି ଏବଂ ଆଙ୍ଗୁଠିର ଗଣ୍ଠିରେ ବହୁତ ଯନ୍ତ୍ରଣା ହୁଏ । ଏପରି ପରିସ୍ଥିତିରେ, ଜୁଆଣି ମଞ୍ଜିର ଏକ ପେଷ୍ଟ ତିଆରି କରି ଗଣ୍ଠିରେ ଲଗାଇବା ଅତ୍ୟନ୍ତ ଲାଭଦାୟକ । ଯଦିଚାହାଁନ୍ତି, ଜୁଆଣି ମଞ୍ଜିକୁ ପାଣିରେ ପକାଇ ଗାଧୋଇ ପାରିବେ, ଏହା ମଧ୍ୟ ବେଶ୍ ଉପକାରୀ ହୋଇପାରେ । ରାତିରେ ଏକ ଗ୍ଲାସ୍ ପାଣିରେ ଅଧା ଚାମଚ ଜୁଆଣି ପକାଇ ରଖିଦିଅନ୍ତୁ, ସକାଳେ ଏହି ପାଣି ପିଇବା ଦ୍ବାରା ୟୁରିକ୍ ଏସିଡ୍ ବୃଦ୍ଧି ଜନିତ ସମସ୍ୟା ଦୂର ହୋଇପାରେ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ABOUT THE AUTHOR

...view details