ଓଡିଶା

odisha

By

Published : Apr 1, 2023, 5:37 PM IST

ETV Bharat / sukhibhava

ସକାଳେ ଖାଲି ପେଟରେ ଏହି ସବୁ ଖାଦ୍ୟ ଖାଉଛନ୍ତି କି, ବିଗିଡିପାରେ ସ୍ବାସ୍ଥ୍ୟାବସ୍ଥା

ସକାଳ ଭୋଜନ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ସକାଳେ ନଖାଇଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ହୋଇଥାଏ ବୋଲି ଡାକ୍ତରମାନେ କହନ୍ତି । ହେଲେ କେତେକ ଖାଦ୍ୟ ଅଛି, ଯାହାକୁ ସକାଳେ ଖାଲି ପେଟରେ ଖାଇବା ଅନୁଚିତ୍ । କଣ ଏହି ସବୁ ଖାଦ୍ୟ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ...

Etv Bharat
Etv Bharat

ହାଇଦ୍ରାବାଦ: ବ୍ରେକ୍‌ଫାଷ୍ଟ୍ ବା ସକାଳ ଭୋଜନ ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ । ଏଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ସକାଳ ଭୋଜନ ଗ୍ରହଣ କରିବାକୁ ପରାମର୍ଶ ଦିଅନ୍ତି । ସକାଳ ଭୋଜନ ନକଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । କିନ୍ତୁ କେତେକ ଖାଦ୍ୟ ଅଛି, ଯାହାକୁ ଖାଲି ପେଟରେ ସକାଳେ ଖାଇବା ହାନିକାରକ । ଏସିଡିଟି ଥିବା ବ୍ୟକ୍ତିଙ୍କ ପାଇଁ ଏହା ମଧ୍ୟ ଅଧିକ କ୍ଷତିକାରକ ହୋଇପାରେ । କାରଣ ସେହି ସବୁ ଖାଦ୍ୟ ଯକୃତ ଏବଂ କିଡନୀ ଉପରେ ଗଭୀର ପ୍ରଭାବ ପକାଇଥାଏ । ତେବେ ସକାଳେ ଖାଲି ପେଟରେ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍, ସେ ବାବଦରେ ନିମ୍ନରେ ବର୍ଣ୍ଣନା କରାଯାଇଛି

ମସଲାଯୁକ୍ତ ଖାଦ୍ୟ: ଖାଲି ପେଟରେ କେବେ ବି ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଏହା ପାକସ୍ତଳୀ କାର୍ଯ୍ୟକୁ ବିଗାଡି ଦିଏ । ମସଲାରେ ତିଆରି ଖାଦ୍ୟ ଏସିଡ୍, ଅନ୍ତନଳୀକୁ ନଷ୍ଟ କରି ଦେଇଥାଏ । ଅନ୍ତନଳୀର ବାହ୍ୟ କ୍ଷେତ୍ର ଯକୃତ, କିଡନୀ ଏବଂ ମସ୍ତିଷ୍କ ସହିତ ସିଧାସଳଖ ଜଡିତ, ଯାହା ଯକୃତ ଏବଂ କିଡନୀକୁ ପ୍ରଭାବିତ କରିଥାଏ । ତେଣୁ ଖାଲି ପେଟରେ ମସଲାଯୁକ୍ତ ଖାଦ୍ୟ ସେବନଠାରୁ ଦୂରେଇ ରୁହନ୍ତୁ ।

ଚା' ଓ କଫି: ଅଧିକାଂଶ ଭାରତୀୟ ସକାଳୁ ଉଠିବା ମାତ୍ରେ ଚା' କିମ୍ବା କଫି ସହିତ ଦିନ ଆରମ୍ଭ କରନ୍ତି । ଏହି କାରଣରୁ ଶରୀରର ସମଗ୍ର pH ସନ୍ତୁଳନ ବ୍ୟାହତ ହୁଏ । କଫି ପିଇବା ପରେ ପେଟରେ ହାଇଡ୍ରୋକ୍ଲୋରିକ୍ ​​ଏସିଡ୍ ପରିମାଣ ବୃଦ୍ଧିପାଏ । ଏହି କାରଣରୁ ଅମ୍ଳତା ଏବଂ ଗ୍ୟାଷ୍ଟ୍ରିକ୍ ହୋଇପାରେ । ତେଣୁ ଖାଲି ପେଟରେ ଆଦୌ ଚା' କିମ୍ବା କଫି ପିଅନ୍ତୁ ନାହିଁ ।

ଏହା ମଧ୍ୟ ପଢନ୍ତୁ:-Prevention of Blindness Week: ସୁନ୍ଦର ପୃଥିବୀକୁ ଦେଖିବା ପାଇଁ ନିଅନ୍ତୁ ଆଖିର ଯତ୍ନ

ମିଠା ଜିନିଷ:ଅନେକ ଲୋକ ସକାଳୁ ଖାଲି ପେଟରେ ଫଳ କିମ୍ବା ଜୁସ୍ ପିଅନ୍ତି । ଏହି ଅଭ୍ୟାସ ଅଗ୍ନାଶୟ ଉପରେ ପ୍ରଭାବ ପକାଇଥାଏ । ଏପରି ଅଭ୍ୟାସକୁ ଏଡାଇବା ଉଚିତ୍ । ରାତିରେ ଦୀର୍ଘ ସମୟ ବିଶ୍ରାମ ନେବା ପରେ ଅଗ୍ନାଶୟକୁ ମିଠା ଖାଦ୍ୟ ହଜମ କରିବା ପାଇଁ ସମୟ ଲାଗେ । ଏହି କାରଣରୁ, ଏହା ସମଗ୍ର ପେଟକୁ ପ୍ରଭାବିତ କରିଥାଏ । ସେଥିପାଇଁ ମିଠା କିମ୍ବା ପ୍ରକ୍ରିୟାକୃତ ଖାଦ୍ୟ ସହିତ ସକାଳକୁ ଆରମ୍ଭ କରନ୍ତୁ ନାହିଁ । ଏହାର କୁପ୍ରଭାବ ଯକୃତ ଉପରେ ମଧ୍ୟ ପଡେ ।

ଖାଲି ପେଟରେ ସାଇଟ୍ରସ୍ ଫଳ ଖାଆନ୍ତୁ ନାହିଁ:ଲେମ୍ବୁ, କମଳା, ଅଙ୍ଗୁର ଭଳି ଫଳ ସହିତ କେବେବି ଦିନ ଆରମ୍ଭ କରନ୍ତୁ ନାହିଁ । କାରଣ ଏସବୁ ଫଳରେ ସାଇଟ୍ରସ୍ ରହିଥାଏ । କଦାପି କମଳା ସହିତ ଦିନ ଆରମ୍ଭ କରନ୍ତୁ ନାହିଁ, ନଚେତ୍ ଦିନସାରା ପେଟ ଫୁଲି ରହିବ । ଆହୁରି ମଧ୍ୟ, ଖାଲି ପେଟରେ ଅଧିକ ଫଳ ଖାଆନ୍ତୁ ନାହିଁ । ଏହା ଫଳରେ ଦିନସାରା ଭୋକ ଲାଗିନଥାଏ । ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାର ସମ୍ଭାବନା ଥାଏ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details