ଓଡିଶା

odisha

ETV Bharat / sukhibhava

ସାବଧାନ ! ଏହି ସବୁ ଲକ୍ଷଣ ଆଇରନ୍ ଅଭାବ କାରଣରୁ ହୋଇଥାଏ

ସ୍ବାସ୍ଥ୍ୟ ପାଇଁ ପ୍ରୋଟିନ୍, ଭିଟାମିନ୍ ଭଳି ଆଇରନ୍ ନିହାତି ଆବଶ୍ୟକ । ଏହାର ଅଭାବରେ ନାନା ସମସ୍ୟା ଦେଖାଯାଏ । ତେବେ ଶରୀରରେ ଆଇରନ୍ ଅଭାବକୁ ଜାଣିବେ କିପରି, ଜାଣନ୍ତୁ...

By

Published : May 4, 2023, 4:12 PM IST

Etv Bharat
Etv Bharat

ହାଇଦ୍ରାବାଦ: ସୁସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ପ୍ରୋଟିନ୍ ଓ ଭିଟାମିନ୍ ଭଳି ଆଇରନ୍ ନିହାତି ଆବଶ୍ୟକ । କାରଣ ଆଇରନ୍ ଅଭାବ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଶରୀରରେ ଆଇରନ୍ ନଥିଲେ ଲୋହିତ ରକ୍ତ କଣିକା ଏବଂ ଅମ୍ଳଜାନର ଅଭାବ ଦେଖାଯାଏ । ତେବେ କାହିଁକି ମାନବ ଶରୀରରେ ଲୌହ ବା ଆଇରନ୍‌ର ଅଭାବ ଦେଖାଯାଏ ଏବଂ ଏହାକୁ ଦୂର କରିବେ କିପରି, ଜାଣନ୍ତୁ...

ଆଇରନ୍‌ ଅଭାବ କ'ଣ ?

ଲୌହ ଅଭାବ ହେତୁ ହିମୋଗ୍ଲୋବିନ୍ ଏବଂ ଲୋହିତ ରକ୍ତ କଣିକା ବହୁତ କମିଯାଏ । ଏହି କାରଣରୁ ରକ୍ତହୀନତାର ସମସ୍ୟା ଦେଖା ଦେଇଥାଏ । ରକ୍ତହୀନତା ହେତୁ ରକ୍ତ ଅଭାବ ହୁଏ ଏବଂ ଅନେକ ପ୍ରକାରର ସମସ୍ୟା ଆରମ୍ଭ ହୁଏ । ମହିଳାମାନଙ୍କଠାରେ ଏହି ସମସ୍ୟା ଅଧିକ ଦେଖାଯାଏ । ଏହି କାରଣରୁ ସରକାରୀ ବିଦ୍ୟାଳୟରେ ଅଳ୍ପ ବୟସରୁ ଝିଅମାନଙ୍କୁ ଆଇରନ୍ ଟାବଲେଟ୍ ଦିଆଯାଏ ।

ଏହା ମଧ୍ୟ ପଢନ୍ତୁ:-ଅନୁସନ୍ଧାନ: ହୃଦ୍‌ଘାତ ପରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଜଟିଳତା ବଢୁଛି

ଆଇରନ୍‌ ଅଭାବର ଲକ୍ଷଣ

ଶରୀରରେ ଲୌହ ଅଭାବକୁ ଦୂର କରିବା ପାଇଁ ପୁଷ୍ଟିକର ବିଶେଷଜ୍ଞମାନେ ଅନେକ ଉପାୟ କୁହନ୍ତି । ବିଶେଷଜ୍ଞଙ୍କ କହିବାନୁସାରେ, ଯଦି 6ଟି ଜିନିଷ ଖାଦ୍ୟରେ ଅନ୍ତର୍ଭୂକ୍ତ କରାଯାଏ, ତେବେ ଆଇରନ୍ ଟାବଲେଟ୍ ନେବାକୁ ପଡ଼ିବ ନାହିଁ । ଆଇରନ୍ ଅଭାବରୁ ଅନେକଗୁଡିଏ ଲକ୍ଷଣ ଦେଖାଯାଏ, ସେଗୁଡିକ ନିମ୍ନରେ ବର୍ଣ୍ଣନା କରାଯାଇଛି...

  • ସବୁବେଳେ କ୍ଳାନ୍ତ ଲାଗିବା
  • ମୁଣ୍ଡ ବୁଲାଇବା
  • ରକ୍ତହୀନତା
  • ଶରୀରର ରଙ୍ଗ ହଳଦିଆ ଦେଖାଯିବା
  • ହାତ ଏବଂ ପାଦ ଥଣ୍ଡା ପଡିଯିବା
  • ସ୍ବାଦ ଭୁଲିଯିବା
  • ବାରମ୍ବାର ସଂକ୍ରମଣ
  • ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ
  • ପିଲାମାନଙ୍କ ଶାରୀରିକ ବୃଦ୍ଧି ନହେବା
  • ଭୋକ ନଷ୍ଟ
  • ନଖ ଭାଙ୍ଗିବା

ଏହା ମଧ୍ୟ ପଢନ୍ତୁ:-23 ବର୍ଷ ଧରି କରାଯାଇଥିବା ରିସର୍ଚ୍ଚରେ ଖୁଲାସା, କମ୍ ଚର୍ବିଯୁକ୍ତ ଖାଦ୍ୟ ବୃଦ୍ଧି କରେ ଆୟୁ

ଆଇରନ୍ ଅଭାବ କାହିଁକି ହୁଏ ?

ଅତ୍ୟଧିକ ରକ୍ତସ୍ରାବ, ପୁଷ୍ଟିକର ଖାଦ୍ୟର ଅଭାବ ଆଦି ଆଇରନ୍ ଅଭାବର ପାଇଁ ଦାୟୀ ହୋଇପାରନ୍ତି ।

କେମତି ଦୂର କରିବେ ଆଇରନ୍ ଅଭାବ ?

ରାଗି, କିସ୍‌ମିସ୍, ମସୁର ଡାଲି, ସୋୟାବିନ୍, ଚିକେନ୍, ଅଣ୍ଡା କେସର, ଚିଙ୍ଗୁଡି, ଆଳୁ, ତରଭୁଜ, ଦୁଗ୍ଧ ଜାତୀୟ ଖାଦ୍ୟ, ସବୁଜ ପନିପରିବା, ପାଳଙ୍ଗ, ବ୍ରୋକଲି ଆଦି ଖାଦ୍ୟରୁ ଆଇରନ୍ ମିଳିଥାଏ । ତେଣୁ ଆଇରନ୍ ଅଭାବ ସମସ୍ୟାକୁ ଦୂର କରିବା ପାଇଁ ଏସବୁ ଖାଦ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ସେବନ କରନ୍ତୁ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଅତ୍ୟନ୍ତ ଆବଶ୍ୟକ ।

ABOUT THE AUTHOR

...view details