ହାଇଦ୍ରାବାଦ: ସକାଳେ ଖାଲି ପେଟରେ ନ ରହିବାକୁ ସର୍ବଦା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇ ଆସୁଛନ୍ତି । ବ୍ରେକ୍ଫାଷ୍ଟ ଅବହେଳା କରିଦେଲା ପୁରାଦିନର ଡାଏଟ୍ ପ୍ଲାନ୍ ବିଗିଡିଯାଏ । ଏଥିପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସର୍ବଦା ସକାଳେ କରିବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଏଥିରେ ମଧ୍ୟ କେତେକ କଟକଣା ରହିଛି । ସକାଳ ସମୟରେ ସମସ୍ତ ପ୍ରକାରର ଖାଦ୍ୟ ଗ୍ରହଣ କରିବା ଅନୁଚିତ୍ । କେତେକ ପ୍ରକାରର ଖାଦ୍ୟ ରହିଛି, ଯାହାକୁ ଖାଲି ପେଟରେ ଖାଇବା ହାନିକାରକ । ଏସିଡିଟି ଥିବା ବ୍ୟକ୍ତିଙ୍କ ପାଇଁ ଏହା ଅଧିକ କ୍ଷତିକାରକ । ତେଣୁ ସକାଳେ ଖାଲି ପେଟରେ କେଉଁ ସବୁ ଖାଦ୍ୟ ଖାଇବା ଅନୁଚିତ୍, ଜାଣନ୍ତୁ...
ଚା' ଓ କଫି: ଅଧିକାଂଶ ଭାରତୀୟ ସକାଳୁ ଉଠିବା ମାତ୍ରେ ଚା କିମ୍ବା କଫି ସହିତ ଦିନ ଆରମ୍ଭ କରନ୍ତି । ଏହି ଅଭ୍ୟାସ ଶରୀରର ସମଗ୍ର pH ସନ୍ତୁଳନକୁ ବ୍ୟାହତ କରେ । କଫି ପିଇବା ପରେ ପେଟରେ ହାଇଡ୍ରୋକ୍ଲୋରିକ୍ ଏସିଡ୍ ପରିମାଣ ବୃଦ୍ଧିପାଏ । ଏହି କାରଣରୁ ଅମ୍ଳତା ଏବଂ ଗ୍ୟାଷ୍ଟ୍ରିକ୍ ହୋଇପାରେ । ତେଣୁ ସକାଳେ ଖାଲି ପେଟରେ ଚା' କିମ୍ବା କଫି ପିଇବାର ଅଭ୍ୟାସରୁ ଦୂରେଇ ରୁହନ୍ତୁ ।
ମିଠା: ଅନେକ ଲୋକ ସକାଳ ସମୟ ଖାଲି ପେଟରେ ଫଳ କିମ୍ବା ଜୁସ୍ ସହିତ ଆରମ୍ଭ କରନ୍ତି । କିନ୍ତୁ ଏହା ସିଧାସଳଖ ଅଗ୍ନାଶୟ ଉପରେ ପ୍ରଭାବ ପକାଇଥାଏ । ଏପରି ଅଭ୍ୟାସକୁ ଏଡାଇବା ଉଚିତ୍ । ରାତିରେ ଦୀର୍ଘ ସମୟ ବିଶ୍ରାମ ନେବା ପରେ ଅଗ୍ନାଶୟକୁ ମିଠା ଖାଦ୍ୟ ହଜମ କରିବା ପାଇଁ ସମୟ ଲାଗେ । ତେଣୁ ଏହା ସମଗ୍ର ପାକସ୍ଥଳୀ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ । ସେଥିପାଇଁ ମିଠା କିମ୍ବା ପ୍ରକ୍ରିୟାକୃତ ଖାଦ୍ୟ ସହିତ ସକାଳ ଆରମ୍ଭ କରିବା ଉଚିତ୍ ନୁହେଁ । ଏହାର ବିପଜ୍ଜନକ ପ୍ରଭାବ ଯକୃତ ଉପରେ ମଧ୍ୟ ପଡେ ।