ହାଇଦ୍ରାବାଦ: ଅନେକ ଥର ଏପରି ହୁଏ ଖାଦ୍ୟ ଖାଇବା ପରେ ମଧ୍ୟ ଜଣେ ଭୋକିଲା ଅନୁଭବ କରନ୍ତି । ଏପରି ଲାଗେ ଯେପରି କିଛି ଖାଇନାହାନ୍ତି । ଆପଣଙ୍କ ସହ ସମାନ ଘଟଣା ଘଟୁଛି କି ? ଯଦି ଘଟୁଛି, ତେବେ ଏହାକୁ ଆଦୌ ହାଲୁକା ଭାବରେ ନିଅନ୍ତୁ ନାହିଁ । ତୁରନ୍ତ ଡାକ୍ତରଙ୍କୁ ଦେଖାକରନ୍ତୁ । କାରଣ ଏହି ଅଭ୍ୟାସ ଅନେକ ରୋଗର ଲକ୍ଷଣ ହୋଇପାରେ । ତେବେ ଏହି ଲକ୍ଷଣ କେଉଁ ରୋଗର, ଜାଣନ୍ତୁ...
ମଧୁମେହ:-ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ମଧୁମେହ ସମସ୍ୟା ହେତୁ ଗ୍ଲୁକୋଜ କୋଷରେ ସଠିକ୍ ଭାବରେ ପହଞ୍ଚେ ନାହିଁ । ଏହି କାରଣରୁ ଶରୀରରେ ଏନର୍ଜି(ଶକ୍ତି) ସଠିକ୍ ଭାବରେ ତିଆରି ହୁଏ ନାହିଁ ଏବଂ ଏହା ପରିସ୍ରା ମାଧ୍ୟମରେ ନିଷ୍କାସିତ ହୋଇଯାଏ । ଫଳରେ ବାରମ୍ବାର ଭୋକ ଲାଗେ ।
ଥାଇରଏଡ୍:-ଯଦି କେହି ଅଧିକ ଭୋକିଲା ଅନୁଭବ କରନ୍ତି, ତେବେ ଏହା ଥାଇରଏଡ୍ର ଏକ ସଙ୍କେତ ମଧ୍ୟ ହୋଇପାରେ । ଯେତେବେଳେ ଶରୀରରେ ଥାଇରଏଡ୍ ହରମନର ସ୍ତର ବଢିଯାଏ, ସେତେବେଳେ ଏନର୍ଜି ହ୍ରାସପାଏ । ଏହି କାରଣରୁ, ଥକ୍କା ଲାଗେ ଏବଂ ଭୋକ ମଧ୍ୟ ଅଧିକ ଲାଗେ । ଅନେକ ଥର ଏହା ମଧ୍ୟ ଘଟେ ଯେ, ଖାଦ୍ୟ ଖାଇବା ପରେ ମଧ୍ୟ ଭୋକ ଲାଗିଥାଏ । ଯଦି ଏହା ଘଟେ, ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ ।
ଏହା ମଧ୍ୟ ପଢନ୍ତୁ:-ବଢୁଛି କୋଲୋନ କର୍କଟ ବିପଦ, ସୁରକ୍ଷିତ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ