ଓଡିଶା

odisha

ETV Bharat / sukhibhava

Cardio Exercises: ଘରେ ରହି ଦୂର କରନ୍ତୁ ନାନା ସମସ୍ୟା - କେମିତି ରିହବେ ଫିଟ୍

ଶରୀରକୁ ସୁସ୍ଥ ରଖେ, ଖୁସି ରଖେ, ତ୍ବଚାରେ ଉଜ୍ବଳ ଆସିବାରେ ସହାୟକ ହୁଏ କାର୍ଡିଓ ବ୍ୟାୟାମ(Cardio Exercises) । ଏଥିପାଇଁ ଯିବାକୁ ପଡିବନି ଜିମ୍ ସେଣ୍ଟର । ଜାଣନ୍ତୁ ଘରେ ରହି କିପରି କରିବେ କାର୍ଡିଓ ବ୍ୟାୟାମ ଏବଂ କେମିତି ରଖିବେ ନିଜକୁ ଫିଟ୍

କରନ୍ତୁ Cardio Exercises, ଦୂର କରନ୍ତୁ ନାନା ସମସ୍ୟା
କରନ୍ତୁ Cardio Exercises, ଦୂର କରନ୍ତୁ ନାନା ସମସ୍ୟା

By

Published : Mar 26, 2022, 3:54 PM IST

ହାଇଦ୍ରାବାଦ: କାର୍ଯ୍ୟ ଭାର ଏବଂ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ବ୍ୟାୟାମ ବା ଡେଲି ଏକ୍ସରସାଇଜକୁ ଅନ୍ତର୍ଭୁକ୍ତ କରିବା ଏକ ଚ୍ୟାଲେଞ୍ଜ ହୋଇପାରେ । ଇନ୍ଦୋରର ଫିଟନେସ୍ ନିର୍ଦ୍ଦେଶକ ତଥା ବଡି ବିଲଡର ଜୋରୱାର ସିଂ କହିଛନ୍ତି ଯେ, କିଛି ଲୋକ ଚାହିଁଲେ ମଧ୍ୟ, ବିଶେଷକରି ଛାତ୍ର ଏବଂ ମହିଳାମାନେ ବ୍ୟାୟାମ କରିବା ପାଇଁ ନିଜ ନିତ୍ୟ ବ୍ୟବହାର୍ଯ୍ୟ ସମୟରୁ ଅଳ୍ପ ସମୟ ବାହାର କରିବା ଖୁବ୍ କଷ୍ଟ ହୋଇପାରେ । ଏହି ପରିସ୍ଥିତିରେ, କିଛି ମୌଳିକ କାର୍ଡିଓ ବ୍ୟାୟାମ ଶରୀରକୁ ଅନେକାଂଶରେ ସୁସ୍ଥ ରଖିଥାଏ ।

କରନ୍ତୁ Cardio Exercises, ଦୂର କରନ୍ତୁ ନାନା ସମସ୍ୟା

କାର୍ଡିଓ ବ୍ୟାୟାମ କ’ଣ ?

ଉପକାରିତା ବିଷୟରେ କହିବା ପୂର୍ବରୁ, କାର୍ଡିଓ ବ୍ୟାୟାମ କ’ଣ ସେ ବାବଦରେ ଜାଣିବା ନିହାତି ଜରୁରୀ । ଜୋରୱାର ସିଂ ବ୍ୟାଖ୍ୟା କରି କହିଛନ୍ତି ଯେ, ଯେଉଁ ବ୍ୟାୟାମଗୁଡ଼ିକ ହୃଦସ୍ପନ୍ଦନ ଏବଂ ଶ୍ୱାସକ୍ରିୟା ହାରକୁ ବୃଦ୍ଧି କରିଥାଏ ସେଗୁଡିକ କାର୍ଡିଓ ବ୍ୟାୟାମରେ ଅନ୍ତର୍ଗତ । ଏହି ବ୍ୟାୟାମଗୁଡ଼ିକ ହୃଦୟର ସଠିକ୍ ରକ୍ଷଣାବେକ୍ଷଣା କରିବା ସହ ସାମଗ୍ରିକ ସ୍ୱାସ୍ଥ୍ୟକୁ ମଧ୍ୟ ସାହାଯ୍ୟ କରିଥାଏ । ଏଥିପାଇଁ ଜିମରେ ଯୋଗଦେବା ଜରୁରୀ ନୁହେଁ, କାରଣ କିଛି କାର୍ଡିଓ ବ୍ୟାୟାମ ଘରେ କିମ୍ବା ବାହାରେ ଯେପରିକି ସ୍କିପିଂ, ସାଇକେଲ ଚଲାଇବା, ଚାଲିବା ଇତ୍ୟାଦି କରାଯାଇପାରିବ ।

ଏହା ମଧ୍ୟ ପଢନ୍ତୁ:-ହୃଦଘାତ ପୀଡ଼ିତଙ୍କ ରୁହେ ଅଧିକ ମାନସିକ ଅବନତି ବିପଦ: STUDY

କେତେକ ସରଳ କାର୍ଡିଓ ବ୍ୟାୟାମ...

କରନ୍ତୁ Cardio Exercises, ଦୂର କରନ୍ତୁ ନାନା ସମସ୍ୟା

ସନ୍ତରଣ:- ପହଁରିବା ଏକ ଆଦର୍ଶ କାର୍ଡିଓ ବ୍ୟାୟାମ ଭାବରେ ବିବେଚନା କରାଯାଏ । କାରଣ ଏହା କ୍ୟାଲୋରୀକୁ ନଷ୍ଟ କରିବା ସହ, ମାଂସପେଶୀକୁ ଶକ୍ତିଶାଳୀ କରେ ଏବଂ ଶରୀରକୁ ସଠିକ୍ ଆକାରରେ ରଖିବାରେ ବେଶ୍ ସହାୟକ ହୁଏ । ଜୋରୱାର ସିଂଙ୍କ କହିବା ଅନୁଯାୟୀ, ନିୟମିତ ଭାବରେ କିମ୍ବା ସପ୍ତାହରେ ଥରେ କିମ୍ବା ଦୁଇଥର ପହଁରିବା ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଓଜନ ହ୍ରାସ କରିବା ବା ମେଦବହୁଳତାରୁ ରକ୍ଷା ପାଇବା ପାଇଁ ଏହା ମଧ୍ୟ ଏକ ଭଲ ଉପାୟ ।

ଚାଲିବା:- ଚାଲିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଡିଓ ବ୍ୟାୟାମ ଭାବରେ ବିବେଚନା କରାଯାଏ । ଏହା ଓଜନ ହ୍ରାସ କରିବାରେ, ମାଂସପେଶୀକୁ ସୁସ୍ଥ ରଖିବାରେ ଏବଂ ଚର୍ବି ଏବଂ କ୍ୟାଲୋରୀ କମ୍ କରିବାରେ, ଶରୀରକୁ ନମନୀୟ କରିବାରେ ଏବଂ ହାର୍ଟକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ସାଇକେଲ ଚଳାଇବା:- ସାଇକେଲ ଚଳାଇବା ମଧ୍ୟ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଜୋରୱାର ସିଂ କହିଛନ୍ତି ଯେ, ଯଦି ଆପଣ କ୍ରୀଡା ମାଧ୍ୟମରେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ସାଇକେଲ ଚଲାଇବା ହେଉଛି ସର୍ବୋତ୍ତମ ବିକଳ୍ପ । ଏଥିସହ, ଯଦି ଆପଣ ବାହାରେ ସାଇକେଲିଂ କରିପାରିବେ ନାହିଁ, ଜିମରେ କିମ୍ବା ଘରେ ଏକ ମେସିନରେ ସାଇକେଲିଂ କରିପାରିବେ ।

କରନ୍ତୁ Cardio Exercises, ଦୂର କରନ୍ତୁ ନାନା ସମସ୍ୟା

ସ୍କିପିଂ:- ସ୍କିପିଂ ମାଂସପେଶୀକୁ ଶକ୍ତିଶାଳୀ କରିବାରେ ଏବଂ ଫୁସଫୁସକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ପାହାଚ ଚଢିବା:- ଓଜନ ହ୍ରାସ କରିବାର ସହଜ ଉପାୟ ହେଉଛି ସିଢି ବା ପାହାଚ ଚଢିବା । ପାହାଚ ଉପରକୁ ଓହ୍ଲାଇବା ଶରୀରରେ ଅନେକ କ୍ୟାଲୋରୀ ହ୍ରାସ କରିବାରେ ସାହାଯ୍ୟ କରେ । ଏହାଦ୍ବାରା ଆପଣ ଗୋଟିଏ ଦିନରେ ପ୍ରାୟ 600-700 କ୍ୟାଲୋରୀ ହ୍ରାସ କରି ପାରିବେ । ଏହା ଶରୀରକୁ ମଜଭୂତ କରିବା ସହ ଶୀଘ୍ର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

କାର୍ଡିଓ ବ୍ୟାୟାମର ଉପକାରିତା:-

କରନ୍ତୁ Cardio Exercises, ଦୂର କରନ୍ତୁ ନାନା ସମସ୍ୟା
  • ହାର୍ଟକୁ ସୁସ୍ଥ ରଖେ ।
  • କାର୍ଡିଓ ବ୍ୟାୟାମ କ୍ୟାଲୋରୀ ହ୍ରାସ କରିବାରେ ସାହାଯ୍ୟ କରିଥାଏ, ଯାହା ଶରୀରରେ ଚର୍ବିକୁ ମଧ୍ୟ କମ କରିଥାଏ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
  • ଏହା ଶରୀରରେ ମେଟାବୋଲିକ୍ ହାର ବୃଦ୍ଧି କରାଇଥାଏ ।
  • ଭଲ ନିଦ ହେବାରେ ସାହାଯ୍ୟ କରେ ।
  • କାର୍ଡିଓ ବ୍ୟାୟାମ ଆମ ମନ ଏବଂ ଶରୀର ଉପରେ କାର୍ଯ୍ୟ କରିଥାଏ ଏବଂ ସ୍ମୃତିଶକ୍ତିର ଉନ୍ନତି ପାଇଁ ସାହାଯ୍ୟ କରିଥାଏ ।
  • ଏହି ବ୍ୟାୟାମଗୁଡ଼ିକ ହାଡକୁ ମଜଭୂତ କରିବାରେ ସାହାଯ୍ୟ କରିଥାଏ ।
  • ଏହା ଶରୀରରେ ରକ୍ତ ସଞ୍ଚାଳନକୁ ବୃଦ୍ଧି କରାଇଥାଏ, ତେଣୁ ଚର୍ମର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । ଏହା ଚର୍ମର ଗଠନକୁ ଉନ୍ନତ କରିବା, ତ୍ବଚାରେ ଉଜ୍ବଳତା ଆଣିବା ଏବଂ ଚର୍ମ ବୃଦ୍ଧାବସ୍ଥାର ପ୍ରଭାବକୁ ମଧ୍ୟ ହ୍ରାସ କରିଥାଏ ।
  • କାର୍ଡିଓ ବ୍ୟାୟାମ ଆମ ଶରୀରରେ ଖୁସି ହରମୋନର ସ୍ରୋତକୁ ବୃଦ୍ଧି କରାଇଥାଏ, ଯାହା ଆମ ମନୋବଳକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ ଏବଂ ଆମକୁ ଭଲ ଅନୁଭବ ଦେଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details