ହାଇଦ୍ରାବାଦ: ରୋଗ ଯେତେ ବିପଜ୍ଜନକ ହୋଇଥିଲେ ବି ଯଦି ସଠିକ୍ ସମୟରେ ଲକ୍ଷଣ ଚିହ୍ନଟ ହୁଏ, ତେବେ ଆରୋଗ୍ୟ ହେବାର ସମ୍ଭାବନା ରହିଥାଏ । କର୍କଟ ଏପରି ବିପଜ୍ଜନକ ରୋଗ ମଧ୍ୟରୁ ଅନ୍ୟତମ । ଡାକ୍ତରମାନେ କହନ୍ତି ଯେ, ରୋଗ ସାଂଘାତିକ ହେବାର ମୁଖ୍ୟ କାରଣ ହେଉଛି, ଅନ୍ତିମ ପର୍ଯ୍ୟାୟରେ ଲକ୍ଷଣ ଚିହ୍ନଟ ହେବା । ତେବେ ଆଜିର ଆର୍ଟିକିଲରେ ଜାଣନ୍ତୁ, କେଉଁ ସବୁ ଲକ୍ଷଣ ଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବେ...
ଯେତେବେଳେ କର୍କଟ ଶରୀରର ବିଭିନ୍ନ ଟିସୁକୁ ଆକ୍ରାନ୍ତ କରେ, ଏହି ଅବସ୍ଥାକୁ କର୍କଟ ରୋଗର ମେଟାଷ୍ଟାସିସ୍ କୁହାଯାଏ । ଏହାର ଅର୍ଥ ହେଉଛି କର୍କଟ ଧୀରେ ଧୀରେ ଅନ୍ୟ ଅଙ୍ଗକୁ ବ୍ୟାପୁଛି କିମ୍ବା ବ୍ୟାପି ସାରିଲାଣି । ଏହି ସମୟରେ, ଶରୀରର ପ୍ରତିରକ୍ଷା ପ୍ରଣାଳୀ ଡ୍ୟାମେଜ୍ ବା ନଷ୍ଟ ହୋଇ ଯାଇଥିବା ଟିସୁକୁ ରିପେୟାର୍ ଅର୍ଥାତ୍ ପୁନଃ ନିର୍ମାଣ କାର୍ଯ୍ୟରେ ଲାଗି ପଡିଥାନ୍ତି । ଏହି କାରଣରୁ ଶରୀର ଉତ୍ତାପ ଲାଗେ । ଏହି ଅବସ୍ଥା ପାଇରେକ୍ସିଆର ହୋଇଥାଏ ଶରୀରର ତାପମାତ୍ରା କେବଳ ପାଇରେକ୍ସିଆ କାରଣରୁ ବୃଦ୍ଧିପାଏ ।
ଡାକ୍ତରମାନେ କହନ୍ତି ଯେ, ଯଦି କ୍ୟାନ୍ସର ରୋଗୀର ପାଇରେକ୍ସିଆ ସମସ୍ୟା ଥାଏ, ତେବେ ଏହାର ଅର୍ଥ ହେଉଛି ଶରୀରର ଅନ୍ୟ ଅଂଶରେ ମଧ୍ୟ କର୍କଟ ବ୍ୟାପିସାରିଛି । କର୍କଟ ଅନୁସନ୍ଧାନ ଅନୁଯାୟୀ ଏହି ଅବସ୍ଥା ଗୁରୁତର ହୋଇପାରେ । ପାଇରେକ୍ସିଆ ବା ଜ୍ୱର ସମସ୍ତ ପ୍ରକାରର କର୍କଟ ରୋଗର ଲକ୍ଷଣ । ଲ୍ୟୁକେମିଆ ଏବଂ ଲିମ୍ଫୋମାରେ ଏହା ଅଧିକ ଦେଖାଯାଏ ।