ଓଡିଶା

odisha

ETV Bharat / sukhibhava

କୃତ୍ରିମ ମିଠା କ୍ୟାନ୍ସର କାରକ: WHO

ଥଣ୍ଡାପାନୀୟରେ ରହିଥିବା ମିଠା ବିପଦଜନକ । କୃତ୍ରିମ ମିଠା କ୍ୟାନ୍ସର କାରକ ବୋଲି କହିଲା ହୁ। ଅଧିକ ପଢନ୍ତୁ

By

Published : Jun 30, 2023, 11:56 AM IST

Cancer Concerns
Cancer Concerns

ହାଇଦ୍ରାବାଦ:ଆର୍ଟିଫିସିଆଲ ସ୍ବିଟନର ବା କୃତିମ ମିଠା ଦ୍ବାରା କ୍ୟାନ୍ସର ହେବାର ଆଶଙ୍କା ଅଧିକ ରହିଛି । ଏନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବା ହୁ ପକ୍ଷରୁ କୁହାଯାଉଛି । ଓ୍ବାଶିଂଟନ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟରେ ଏହା ଦର୍ଶାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କୃତ୍ରିମ ମିଠା ବ୍ୟବହାର ନକରିବାକୁ ଚେତାବନୀ ଦେବାର ଏକ ମାସରୁ ଅଧିକ ସମୟ ପରେ ଏହା ଆସିଛି ।

ୱାଶିଂଟନ୍ ପୋଷ୍ଟ ରିପୋର୍ଟରେ କୁହାଯାଇଛି ଯେ, 1981 ମସିହାରେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (FDA) ମାନବ ବ୍ୟବହାର ପାଇଁ ଆସପାର୍ଟେମ୍ ଅନୁମୋଦନ କରିଥିଲା, କିନ୍ତୁ ଏହା ପରେ ଏହାର ସୁରକ୍ଷାକୁ ପାଞ୍ଚ ଥର ସମୀକ୍ଷା କରିଛି । ଭାରତ ସମେତ 90ରୁ ଅଧିକ ଦେଶ ଏହାର ବ୍ୟବହାରକୁ ଅନୁମୋଦନ କରିଛନ୍ତି । ଅନ୍ୟପଟେ ଯଦି ଦେଖିବା କୋଲ୍ଡ ଡ୍ରିଙ୍କସ ବା ଥଣ୍ଡା ପାନୀୟ, ଆଇସକ୍ରିମ, ଚୁଇଂଗମ ଇତ୍ୟାଦି ଜିନିଷରେ କୃତ୍ରିମ ମିଠାରେ ଅଧିକ ବ୍ୟବହାର କରାଯାଉଛି । ହୁର ରିସର୍ଚ୍ଚ ଟିମ ଏବଂ ଇଣ୍ଟନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନ୍ସର(IARC)ର ମିଳିତ ଅଧ୍ୟୟନ ରିପୋର୍ଟ ମୁତାବକ ଏହି ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ଠାରେ କ୍ୟାନ୍ସର ହେବାର ସମ୍ଭାବନା ଅଧିକ ରହିଥାଏ । ପ୍ରାୟ 95 ପ୍ରତିଶତ ଥଣ୍ଡା ପାନୀୟରେ କୃତ୍ରିମ ମିଠା ବ୍ୟବହାର କରାଯାଇଥାଏ । ଆର୍ଟିଫିସିଆଲ ସୁଇଟ୍‌ନର ଭାବେ ଆସ୍‌ପାର୍ଟେମ ନାମକ ପଦାର୍ଥକୁ କୋକାକୋଲା, ଡାଏଟ ସୋଡା ଠାରୁ ଆରମ୍ଭ କରି ଚୁଇଂଗମ୍‌ ଏବଂ ଅନ୍ୟ କୋଲ୍ଡ ଡ୍ରିଙ୍କ୍‌ସରେ ବ୍ୟବହାର କରାଯାଇଥାଏ ବୋଲି କୁହାଯାଇଛି ।

କହିରଖୁଛୁ କି, ହୁର ଜେଇସିଏଫ୍‌ଏ କମିଟି ଆସ୍‌ପାର୍ଟେମର ବ୍ୟବହାର ଉପରେ ସମୀକ୍ଷା ଜାରି ରଖିଛି । ଏକ ନିର୍ଦ୍ଦିଷ୍ଟ ସୀମା ଭିତରେ ଆସ୍‌ପାର୍ଟେମର ବ୍ୟବହାର କଲେ ତାହା ହାନିକାରକ ହୋଇ ନଥାଏ ବୋଲି ପୂର୍ବରୁ ଏହି କମିଟି କହିଥିଲା । ତେବେ ଇଣ୍ଟନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନ୍ସର ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ, ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ଦ୍ବାରା ବା ମୋବାଇଲ ଅଧିକ ବ୍ୟବହାର କରିବା ଦ୍ବାରା କ୍ୟାନ୍ସର ହୋଇପାରେ । ସେହିପରି କଫିରେ ମଧ୍ୟ କୃତ୍ରିମ ମିଠା ପିଇବା ଦ୍ବାରା ହୃଦଘାତ ସମସ୍ୟା ହୋଇପାରେ ବୋଲି କୁହାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପ୍ରାଣଘାତୀ ହୋଇପାରେ ସୁଗାର ଫ୍ରି, ପରାମର୍ଶ ଦେଲା ହୁ

ଗତ ମେ’ ମାସରେ ଚିନି ପରିବର୍ତ୍ତେ ନନ୍ ସୁଗାର ସ୍ବିଟନର(NSS) ବା ସୁଗାର ଫ୍ରିକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଥିଲା । ଏହା ସ୍ବାସ୍ଥ୍ୟ ପକ୍ଷେ ଅଧିକ କ୍ଷତିକାରକ ହୋଇଥିବା ବେଳେ ଏହାକୁ ବ୍ୟବହାର ନକରିବା ପାଇଁ ପରାମର୍ଶ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details