ହାଇଦ୍ରାବାଦ:ସମସ୍ତେ ନିଜ ତ୍ବଚାକୁ ସୁସ୍ଥ ରଖିବା ପାଇଁ ଚାହିଁଥାଆନ୍ତି। ଚର୍ମକୁ ଅଲ୍ଟ୍ରାଭାୟୋଲେଟ ବିକିରଣରୁ ରକ୍ଷା କରିବା ପାଇଁ ଲୋକମାନେ ସନସ୍କ୍ରିନ ବ୍ୟବହାର କରନ୍ତି। କୁହାଯାଏ ଯେ ସନସ୍କ୍ରିନ ପ୍ରୟୋଗ କରିବା ଦ୍ୱାରା ସୂର୍ଯ୍ୟଙ୍କଠାରୁ ଆସୁଥିବା କ୍ଷତିକାରକ କିରଣ ଚର୍ମ ଉପରେ କୌଣସି ପ୍ରଭାବ ପକାଇନଥାଏ। UV(Ultraviolet) ରଶ୍ମି ମେଲାନୋମା ଏବଂ ସ୍କ୍ୱାମସ୍ ସେଲ୍ କର୍କଟ ପରି ଚର୍ମ କର୍କଟ ସୃଷ୍ଟି କରେ। ଏହି କାରଣରୁ ସୂର୍ଯ୍ୟକିରଣରେ ବାହାରକୁ ଯିବା ବେଳେ ଶରୀରର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥାଏ। ସୂର୍ଯ୍ୟକିରଣରେ ବାହାରକୁ ଯିବାବେଳେ ସନସ୍କ୍ରିନ ପ୍ରୟୋଗ କରିବା ଏବଂ ସମ୍ପୂର୍ଣ୍ଣ ହାତ ରହିଥିବା ପୋଷାକ ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ। ତେବେ ନିକଟରେ ହୋଇଥିବା ଏକ ଅଧ୍ୟୟନ ଏକ ଚିନ୍ତାଜନକ ବିଷୟ ସାମ୍ନାକୁ ଆସିଛି। ଏହି ଅଧ୍ୟୟନରେ କୁହାଯାଇଛି ଯେ ସନସ୍କ୍ରିନରେ ବେନଜିନ ରହିଥାଏ। ଏହା ଏକ ପ୍ରକାର ବିଷାକ୍ତ ପଦାର୍ଥ, ଯାହା କର୍କଟ ରୋଗର କାରଣ ହୋଇପାରେ। ତେବେ ଏହି ରିପୋର୍ଟ ପରେ ସନସ୍କ୍ରିନକୁ ଅନେକ ଚର୍ଚ୍ଚା ଲାଗି ରହିଛି। ଏହା ବ୍ୟବହାର କରିବା ଦ୍ବାରା କ୍ୟାନ୍ସର ହୋଇଥାଏ କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏକ ରିପୋର୍ଟ ଅନୁଯାୟୀ, ବେନଜିନ୍ କିଛି ସନସ୍କ୍ରିନରେ ଅଧିକ ପରିମାଣରେ ରହିଥାଏ। ବେନଜିନ କ୍ୟାନ୍ସର ସୃଷ୍ଟି କରୁଥିବା ଏକ ପ୍ରକାର କେମିକାଲ ଅଟେ। କିନ୍ତୁ ଅନେକ ଏଭଳି ସନସ୍କ୍ରିନ ରହିଛି ଯେଉଁଥିରେ କି ବେନଜିନ ବ୍ୟବହାର କରାଯାଇନଥାଏ। UV ବିକିରଣ ହେତୁ ଚର୍ମ କର୍କଟ ହେବାର ଆଶଙ୍କା ଅଛି। UV ବିକିରଣରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ସନସ୍କ୍ରିନ ବ୍ୟବହାର କରନ୍ତି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଯେତେବେଳେ ବି ଆପଣ ସନସ୍କ୍ରିନ କିଣିବେ ବ୍ରାଣ୍ଡ ଦେଖି କିଣିବା ଉଚିତ।
ଏହା ମଧ୍ୟ ପଢନ୍ତୁ:କାଜୁ ଚୋପାରୁ ପ୍ରସ୍ତୁତ ସନସ୍କ୍ରିନ ଲୋସନ୍