ହାଇଦ୍ରାବାଦ:ପ୍ରାୟତଃ ପରିବାରରେ ଗୋଟିଏ ସାବୁନକୁ ବ୍ୟବହାର କରି ପରିବାରର ସମସ୍ତ ସଦସ୍ୟ ଗାଧୋଇଥାଆନ୍ତି। ଲୋକମାନେ ଭାବନ୍ତି ଯେ ସାବୁନ୍ ଜୀବାଣୁକୁ ମାରିଦିଏ। ଯଦି ଆମେ ସାବୁନ ଲଗାଇବା ତାହେଲେ ଶରୀରର ଉପରିଭାଗରେ ରହିଥିବା ଜୀବାଣୁ ମରିଯିବ। କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ, ସମଗ୍ର ପରିବାର ଗୋଟିଏ ସାବୁନ ବ୍ୟବହାର କରିପାରିବେ କି? ଗୋଟିଏ ସାବୁନ ବ୍ୟବହାର କରି ଶରୀରରୁ ଜୀବାଣୁ ହଟାଇପାରିବା କି? ଯଦି ଆପଣଙ୍କ ମନରେ ମଧ୍ୟ ଏହି ଦ୍ବନ୍ଦ ରହିଛି ତେବେ ପଢନ୍ତୁ ଏହି ଖବର...
ବାସ୍ତବରେ, ଲୋକମାନେ ଭାବନ୍ତି ଯେ ସାବୁନ୍ ଶରୀରରେ ଥିବା ଜୀବାଣୁକୁ ମାରିପାରେ। କିନ୍ତୁ ଏଥିରେ କୌଣସି ପ୍ରକାରର ସତ୍ୟ ନାହିଁ। ଏକ ଅଧ୍ୟୟନରେ କୁହାଯାଇଛି ଯେ ସାବୁନରେ ଦୁଇ ରୁ ପାଞ୍ଚ ପ୍ରକାରର ଜୀବାଣୁ ରହିଥାଆନ୍ତି। ଆମେରିକାର ଏକ ଅଧ୍ୟୟନରେ ଏହା ମଧ୍ୟ ଦାବି କରାଯାଇଛି ଯେ ସାବୁନରେ ଜୀବାଣୁ ଅଛନ୍ତି। ଯଦି ସମଗ୍ର ପରିବାର ସମାନ ସାବୁନ ବ୍ୟବହାର କରିବା ଆରମ୍ଭ କରନ୍ତି, ତେବେ ଜୀବାଣୁ ସହଜରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣକୁ ବ୍ୟାପିଯାଇଥାଏ।
ସାବୁନରେ କିଭଳି ବ୍ୟାକ୍ଟେରିଆ ରହିଥାଏ: ସ୍ୱାସ୍ଥ୍ୟ ବିଶେଷଙ୍କ କହିବାନୁସାରେ, ସାବୁନରେ E. Coli, Salmonella ଏବଂ Shigella ଜୀବାଣୁ ଉପସ୍ଥିତ ରହିଥାଇପାରନ୍ତି। ଏହା ବ୍ୟତୀତ, ସାବୁନରେ ନୋରୋଭାଇରସ୍ ଏବଂ ରୋଟାଭାଇରସ୍ ଏବଂ ଷ୍ଟୋଫ୍ ଭଳି ଜୀବାଣୁ ମଧ୍ୟ ରହିଥାଇ ପାରନ୍ତି। ଯଦି କୌଣସି ବ୍ୟକ୍ତିଙ୍କୁ ଆଘାତ ଲାଗିଥାଏ ତେବେ ଗୋଟିଏ ସାବୁନର ବ୍ୟବହାର ଦ୍ବାରା ବ୍ୟାକ୍ଟେରିଆ ଜଣଙ୍କ ଠାରୁ ଅନ୍ୟଜଣଙ୍କୁ ବ୍ୟାପିଥାଏ। ତେଣୁ ଏକ୍ସପର୍ଟଙ୍କ କହିବା ଅନୁସାରେ ଗୋଟିଏ ସାବୁନକୁ ପରିବାରର ସମସ୍ତେ ବ୍ୟବହାର ନକରି ଜଣେ ବ୍ୟବହାର କରିବା ଉଚିତ।