ଓଡିଶା

odisha

ETV Bharat / sukhibhava

‘କେଟୋ ଡାଏଟ୍‌’ ବିପଜ୍ଜନକ କି ? - health

ଆଜିକାଲି କେଟୋ ଡାଏଟ୍ ବେଶ ଲୋକପ୍ରିୟ ହୋଇଛି । ସବୁ ବୟସ ଶ୍ରେଣୀ ଏହାକୁ ନେଇ ପରୀକ୍ଷା କରିବାକୁ ଲାଗିଛନ୍ତି । ବିଶେଷ କରି ଯୁବତୀମାନେ ଏହି ଡାଏଟ୍ ଦ୍ବାରା ଆକର୍ଷିତ ହେଉଛନ୍ତି । ହେଲେ ବଡ ପ୍ରଶ୍ନ ହେଉଛି ଯେ, ଏ ପ୍ରକାର ନିର୍ଦ୍ଦିଷ୍ଟ ଡାଏଟ କଣ ଜଣକୁ ଜଟିଳ ଭାବେ ପ୍ରଭାବିତ କରିପାରିବ କି ?

Keto Diet
‘କେଟୋ ଡାଏଟ୍‌’

By

Published : Oct 20, 2020, 10:03 PM IST

ଯଦିଓ ଲୋକେ ସମସ୍ତ ପ୍ରକାର ଶରୀରକୁ ଗ୍ରହଣ କରିବା ଆରମ୍ଭ କଲେଣି ଓ ମହିଳାମାନେ ମଧ୍ୟ ବଡି ସେମିଂ ବିରୋଧରେ ସ୍ବର ଉତ୍ତୋଳନ କଲେଣି ,କିନ୍ତୁ ଏକ ‘ପରଫେକ୍ଟ୍ ବଡି’ର ବିଚାର ସଂପୂର୍ଣ୍ଣ ଭାବେ ଯାଇନାହିଁ । ନିକଟରେ ଜଣେ ଆଞ୍ଚଳିକ ମଡେଲ/ଅଭିନେତ୍ରୀଙ୍କ ମୃତ୍ୟୁ ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।

ଏହି ମଡେଲ ଜଣକ ନିଜର ଓଜନ ହ୍ରାସ ପାଇଁ ସ୍ପେଶାଲ୍ ଡାଏଟ୍ ‘କେଟୋ’ ଉପରେ ନିର୍ଭରଶୀଳ ଥିଲେ ବୋଲି ଜଣାପଡିଛି । ଉପଯୁକ୍ତ ମାର୍ଗଦର୍ଶିକା ନଥିବାରୁ ଏହି ସ୍ବତନ୍ତ୍ର ଡାଏଟ୍ ଶରୀର ଉପରେ କୁପ୍ରଭାବ ପକାଏ । କେଟୋ ଆହାର ଭୁଲ ଭାବେ ନେବା ଫଳରେ ଉକ୍ତ ମଡେଲଙ୍କ ଶରୀରର ବିଭିନ୍ନ ଅଂଶ କାମ କରିବା ବନ୍ଦ କରିଦେଇଥିଲା । ପରିଣାମ ସ୍ବରୂପ ସେ ପ୍ରାଣ ହରାଇଲେ ।

ଆଜିକାଲି କେଟୋ ଡାଏଟ୍ ବେଶ ଲୋକପ୍ରିୟ ହୋଇଛି । ସବୁ ବୟସ ଶ୍ରେଣୀ ଏହାକୁ ନେଇ ପରୀକ୍ଷା କରିବାକୁ ଲାଗିଛନ୍ତି । ବିଶେଷ କରି ଯୁବତୀମାନେ ଏହି ଡାଏଟ୍ ଦ୍ବାରା ଆକର୍ଷିତ ହେଉଛନ୍ତି । ହେଲେ ବଡ ପ୍ରଶ୍ନ ହେଉଛି ଯେ, ଏ ପ୍ରକାର ନିର୍ଦ୍ଦିଷ୍ଟ ଡାଏଟ କଣ ଜଣକୁ ଜଟିଳ ଭାବେ ପ୍ରଭାବିତ କରିପାରିବ କି ?

ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ, ସାମଗ୍ରିକ ଓ ସନ୍ତୁଳିତ ଆହାର ପରିବର୍ତେ ଜଣେ ଯଦି ଏକ ନିର୍ଦ୍ଦିଷ୍ଟ ଆହାର ନେବା ଜାରି ରଖନ୍ତି , ତାହାହେଲେ ସେହି ଆହାରରୁ ମିଳୁଥିବା ନିର୍ଦ୍ଦିଷ୍ଟ କିଛି ପୋଷକର ପରିମାଣ ହିଁ ଶରୀରରେ ବୃଦ୍ଧି ହୋଇଥାଏ । ଆଉ ଏହାଦ୍ବାରା ଶରୀର ଉପରେ କୁପ୍ରଭାବ ପଡିଥାଏ ।

ଏବାବଦରେ ଅଧିକ ଆଲୋଚନା କରିବା ପାଇଁ ଇଟିଭି ଭାରତ ସୁଖିଭବଃ ନ୍ୟୁଟ୍ରନିଷ୍ଟ ଡକ୍ଟର ସଙ୍ଗୀତା ମାଲୁଙ୍କୁ ଭେଟିଥିଲା । ‘କେଟୋ’ ଡାଏଟ୍‌ର ସଂଜ୍ଞା ଓଜନ କମାଇବା କଥା ପଡିଲେ ଲୋକଙ୍କ ମନରେ ପ୍ରଥମେ କେଟୋ ଡାଏଟ୍ ଉଙ୍କି ମାରିଥାଏ ବୋଲି କହନ୍ତି ଡକ୍ଟର ସଙ୍ଗୀତା ମାଲୁ । କିନ୍ତୁ ସଂପୂର୍ଣ୍ଣ ସଠିକ ଶୈଳୀରେ ଏହି ଡାଏଟ୍‌କୁ ଅନୁସରଣ କରିବା କଷ୍ଟକର ବ୍ୟାପାର ।

ଡକ୍ଟର ମାଲୁଙ୍କ ଅନୁସାରେ କେଟୋ ଡାଏଟ ଓଜନ ହ୍ରାସ କରିବାର ଏକ ପ୍ରଭାବଶାଳୀ ମାଧ୍ୟମ । କିନ୍ତୁ ସତର୍କତାର ସହ ଯଦି କେଟୋ ଡାଏଟ ନିଆ ନଯାଏ, ତାହା ହେଲେ ଶରୀର ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ । କେଟୋ ଡାଏଟ ଆମର କିଡନୀକୁ ବି ପ୍ରଭାବିତ କରିପାରେ । ଏହା ଏକ ହାଇ ପ୍ରୋଟିନ ଡାଏଟ ହୋଇଥିବାରୁ ଯଦି ପାଣି କମ୍ ପିଆଯାଏ, ତାହା ହେଲେ ଆମ ଶରୀରରେ ୟୁରିକ ଏସିଡର ମାତ୍ର ବଢିବା ଆଶଙ୍କା ରହେ । ଏହାଛଡା କିଡନୀ ଷ୍ଟୋନ୍ ବି ବଢିବା ଆଶଙ୍କା ଥାଏ ।

ତେଣୁ କେଟୋ ଡାଏଟ୍ ସହ ପ୍ରତିଦିନ ୨୫ ଗ୍ରାମ ଶ୍ବେତସାର ଖାଇବା ନିହାତି ଜରୁରୀ । କିନ୍ତୁ ଅଧିକାଂଶ ଲୋକ ଫଳ ଓ ପନିପରିବା ଖାଇବା ସଂପୂର୍ଣ୍ଣ ଛାଡି ଦିଅନ୍ତି । ଆଉ ଏଥିଯୋଗୁଁ ଶରୀରରେ ଅତ୍ୟାବଶ୍ୟକ ଭିଟାମିନର ଅଭାବ ଦେଖାଯାଏ । ଏହାଛଡା ଶରୀର ପ୍ରତି କେଟୋ ଫ୍ଲୁ ବିପଦ ବି ଥାଏ । କେଟୋ ଫ୍ଲୁ ଦ୍ବାରା ତଳିପେଟରେ ଯନ୍ତ୍ରଣା, ବାନ୍ତି ଆଦି ହୋଇଥାଏ ।

ହଜମ ପ୍ରକ୍ରିୟା ଉପରେ ପ୍ରଭାବ

ଡକ୍ଟର ସଙ୍ଗୀତା ମାଲୁଙ୍କ କହିବାନୁସାରେ ଭେଜିଟେରିଆନ ହେଉ କି ନନ୍ ଭେଜିଟେରିଆନ ଖାଦ୍ୟ ହେଉ, ଭାରତୀୟ ଖାଦ୍ୟ ପରମ୍ପରାରେ ସମସ୍ତ ନ୍ୟୁଟ୍ରିଏଂଣ୍ଟ ସମାନ ଭାବେ ଓ ଆବଶ୍ୟକତା ଅନୁସାରେ ଦିଆଯାଏ । କିନ୍ତୁ କେଟୋ ଭଳି ସ୍ବତନ୍ତ୍ର ଧରଣର ଡାଏଟରେ ପ୍ରୋଟିନ୍ ପରିମାଣ ନହେଲେ ଭିଟାମିନ ପରିମାଣ ଆବଶ୍ୟକତା ଅନୁସାରେ ଅଧିକ ଥାଏ ।

ତେବେ, ଆମ ଶରୀରର ହଜମ ପ୍ରକ୍ରିୟା ଏମିତି ଯେ, କୌଣସି ନ୍ୟୁଟ୍ରିଏଂଣ୍ଟ ଅଧିକ ପରିମାଣରେ ହୋଇଗଲେ ,ତାହା ଡାଇରିଆ ଓ ବାନ୍ତିରେ ବାହାରି ଆସେ । କିନ୍ତୁ ଏହି ପ୍ରକ୍ରିୟା ଦ୍ବାରା ଶରୀରର ଶକ୍ତି ହ୍ରାସ ପାଏ । ଏଥିସହ ଆମର ହଜମ ବ୍ୟବସ୍ଥା ବି ପ୍ରଭାବିତ ହୋଇଥାଏ ।

ପରିଣାମ ସ୍ବରୂପ ହଜମ ବ୍ୟବସ୍ଥା ସହ ଜଡିତ ଅଙ୍ଗପ୍ରତ୍ୟଙ୍ଗ ପ୍ରଭାବିତ ହେବା ଆଶଙ୍କା ବଢିଯାଏ । ବେଳେ ବେଳେ ଏହା ମରଣାନ୍ତକ ସାବ୍ୟସ୍ତ ହୋଇଥାଏ । ଡକ୍ଟର ସଂଙ୍ଗୀତା ମାଲୁ କହନ୍ତି ଯେ, ସମସ୍ତ ପ୍ରକାର ନ୍ୟୁଟ୍ରିଏଂଣ୍ଟ ବିନାକୌଣସି ଡାଏଟକୁ ସଂପୂର୍ଣ୍ଣ ହୁଏନାହିଁ ।

କେବଳ ଗୋଟିଏ ପ୍ରକାର ନ୍ୟୁଟ୍ରିଏଂଣ୍ଟ ଥିବା ଡାଏଟ ବା ଆହାର ସଂପୂର୍ଣ୍ଣ ନୁହେଁ । ତେଣୁ ଏ ପ୍ରକାର ଡାଏଟ୍ ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଭଲ ସ୍ବାସ୍ଥ୍ୟ ଓ ଶରୀର ପାଇଁ ହାଲୁକା ଓ ହଜମଯୋଗ୍ୟ ଖାଦ୍ୟ ଖାଇବା ଜରୁରୀ । ଆଉ ସେହି ଖାଦ୍ୟରେ ସମସ୍ତ ପ୍ରକାର ନ୍ୟୁଟ୍ରିଏଣ୍ଟ ଥିବା ଦରକାର ।

ABOUT THE AUTHOR

...view details