ଓଡିଶା

odisha

ETV Bharat / sukhibhava

ଡିପ୍ରେସନର ପ୍ରଭାବ ମୁଖ ସୌନ୍ଦର୍ଯ୍ୟ ଉପରେ ପଡେ କି ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ - ମୁହଁ ଉପରେ ଡିପ୍ରେସନର ପ୍ରଭାବ

ଡିପ୍ରେସନର ପ୍ରଭାବ ମୁଖ ସୌନ୍ଦର୍ଯ୍ୟ ଉପରେ ପଡେ । କେଶ ଝଡିବା, ମୁହଁରେ ବ୍ରଣ ହେବା ଏଭଳି ନାନା ସମସ୍ୟା ଦେଖିବାକୁ ମିଳିଥାଏ । ଅଧିକ ପଢନ୍ତୁ

depression cause skin problem
depression cause skin problem

By

Published : Aug 10, 2023, 1:22 PM IST

ହାଇଦ୍ରାବାଦ:ଉଦାସୀନତା ବା ଡିପ୍ରେସନ ହେଉଛି ଏକ ପ୍ରକାର ମାନସିକ ରୋଗ । ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଅନେକ ମହିଳା ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଡିପ୍ରେସନ ଅନେକ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଉଦାସୀନତା ହେତୁ ଜଣେ ବ୍ୟକ୍ତି ହୃଦଘାତର ମଧ୍ୟ ଶିକାର ହୋଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡିଛି । କହିବାକୁ ଗଲେ ଷ୍ଟ୍ରେସ ହରମୋନ ବୃଦ୍ଧି ପାଇବା ସହିତ ହୃଦସ୍ପନ୍ଦନ ମଧ୍ୟ ବୃଦ୍ଧି ପାଇଥାଏ । ଯାହାକି ହୃଦଘାତ ପାଇଁ ଦାୟୀ ଅଟେ । ଏହି ସମୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଇଥାଏ । ଏହା ବ୍ୟତୀତ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖାଦେଇଥାଏ । ତେବେ ଗତ 2ଦିନ ପୂର୍ବରୁ ଡିପ୍ରେସନକୁ ନେଇ ଏକ ତଥ୍ୟ ପ୍ରକାଶିତ ହୋଇଥିଲା । କୁହାଯାଇଥିଲା ଯେ, ପ୍ରତ୍ୟେକ ବର୍ଷ ଡିପ୍ରେସନ ପାଇଁ ଅନେକ ଜୀବନ ଯାଉଛି । ଏଠି ଆଉ ଏକ ପ୍ରଶ୍ନ ଆସୁଛି ଡିପ୍ରେସନ ଚେହେରାର ସୌନ୍ଦର୍ଯ୍ୟକୁ ପ୍ରଭାବିତ କରେ କି ? ଚର୍ମର କ୍ଷତି ଘଟାଏ କି ? ଜାଣନ୍ତୁ ଏନେଇ କଣ କହୁଛନ୍ତି ଏକ୍ସପର୍ଟ

ଡିପ୍ରେସନ ଯୋଗୁଁ ସୌନ୍ଦର୍ଯ୍ୟ ନଷ୍ଟ ହୁଏ କି: ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ତ୍ବଚା ସ୍ନାୟୁ ପ୍ରଣାଳୀ ସହିତ ଜଡିତ । ଏହି କାରଣ ଯୋଗୁଁ ମନର ଭାବନା ତ୍ବଚା ମାଧ୍ୟମରେ ଆମର ମାନସିକ ସ୍ବାସ୍ଥ୍ୟକୁ ପ୍ରକାଶ କରିବାର କାର୍ଯ୍ୟ କରିଥାଏ। ଯଦି ମନ ବିଚଳିତ ହୋଇଥାଏ ତେବେ ଏହା ଚେହେରାରେ ଦୃଶ୍ୟମାନ ହୋଇଥାଏ। ଚିନ୍ତା, ଚାପ, ଉଦାସୀନତା, ଉଚ୍ଚ ବିପି, କ୍ରୋଧ ପରି ପରିସ୍ଥିତି କୁଞ୍ଚନ, କେଶ ଝଡିବା, ବ୍ରଣ ସମସ୍ୟା ସୃଷ୍ଟି କରିଥାଏ।

ଏହା ମଧ୍ୟ ପଢନ୍ତୁ:Depression: ପ୍ରତ୍ୟେକ ବର୍ଷ ଡିପ୍ରେସନରେ ଯାଉଛି ଏତିକି ଜୀବନ, ଜାଣନ୍ତୁ ଲକ୍ଷଣ

ଡିପ୍ରେସନ ଯୋଗୁଁ ତ୍ବଚା ଉପରେ କେଉଁ ପ୍ରଭାବ ପଡିଥାଏ:

  • ଚିନ୍ତା, ଚାପ ଏବଂ ଉଦାସୀନତା ହେତୁ ଫାଇନ ଲାଇନ ସମସ୍ୟା ବଢିଥାଏ । ଯେତେବେଳେ ଜଣେ କିଛି ଭାବିଥାଏ ତାହା ମୁହଁରେ ସ୍ପଷ୍ଟ ଦେଖାଯାଇଥାଏ । ଏହା ଦ୍ବାରା ଚର୍ମରେ ଗ୍ଲୋ କମିଯିବା ଦ୍ବାରା ଫାଇନ ଲାଇନ ହେବା ଆରମ୍ଭ ହୋଇଥାଏ ।
  • ଡିପ୍ରେସନ ଯୋଗୁଁ ଭଲ ଭାବେ ନିଦ ହୋଇନଥାଏ । ମନରେ ରହିଥିବା ଚିନ୍ତା ଯୋଗୁଁ ମାନସିକ ଅବସାଦ ବୃଦ୍ଧି ପାଇଥାଏ । ଯଦି 6ରୁ 8 ଘଣ୍ଟା ରୁ କମ ସମୟ ଜଣେ ସୁଏ ସେତେବେଳେ ଆଖି ତଳ କଳା ପଡିବା ଆରମ୍ଭ କରେ । ନିଦ୍ରା ଅଭାବରୁ ଆଖିର ସ୍ନାୟୁ ଉପରେ ଚାପ ଯୋଗୁଁ ଡାର୍କ ସର୍କଲ ବା ଆଖି ତଳ କଳା ପଡିଥାଏ ।
  • ଅବସାଦରେ ଜଣେ ବ୍ୟକ୍ତି ଖାଦ୍ୟକୁ ସଠିକ୍ ଭାବରେ ଖାଏ ନାହିଁ କିମ୍ବା ସନ୍ତୁଳିତ ଖାଦ୍ୟ ଗ୍ରହଣ କରେ ନାହିଁ । କମ୍ ପାଣି ପିଇବା କାରଣରୁ ଡିହାଇଡ୍ରେସନ୍ ସମସ୍ୟା ଦେଖାଦେଇଥାଏ । ଏହାର ପ୍ରଭାବ ଚର୍ମ ଉପରେ ମଧ୍ୟ ଦେଖାଯାଏ । ଚର୍ମ ହାଇଡ୍ରେଡ ନରହିବା ହେତୁ ଚର୍ମରେ ଶୁଷ୍କତା ଆସିବା ଆରମ୍ଭ ହୋଇଥାଏ ।
  • ଡିପ୍ରେସନରେ କର୍ଟିସୋଲ ହରମୋନ୍ ପ୍ରଭାବିତ ହୁଏ । ଏହା ହରମୋନ୍ ଉପରେ ପ୍ରଭାବ ପକାଇଥାଏ । ଏହି କାରଣରୁ ବ୍ରଣ ସମସ୍ୟା ଦେଖାଯାଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details