ଓଡିଶା

odisha

ETV Bharat / sukhibhava

ଭବିଷ୍ୟତରେ ଡାକ୍ତରଙ୍କ ସ୍ଥାନ ନେବ କି AI ? ସ୍ବାସ୍ଥ୍ୟ କ୍ଷେତ୍ରରେ ହୋଇପାରେ ପରିବର୍ତ୍ତନ - ସ୍ବାସ୍ଥ୍ୟ ବିଭାଗର ଭବିଷ୍ୟତ ଟେକ୍ନୋଲୋଜି

AI ଭବିଷ୍ୟତରେ କୋଟି କୋଟି ଲୋକଙ୍କ ଚାକିରି ଛଡ଼ାଇ ନେବ ବୋଲି କୁହାଯାଉଛି, କିନ୍ତୁ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ ମଧ୍ୟ ଏହାର ଅଧୀନରେ ଆସିବେ କି? ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହି ଟେକ୍ନୋଲୋଜିର ଭବିଷ୍ୟତ କଣ ରହିଛି ।

can ai replace doctors in future
can ai replace doctors in future

By

Published : Jun 11, 2023, 9:16 AM IST

ହାଇଦ୍ରାବାଦ:ଏକବିଂଶ ଶତାବ୍ଦୀରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତର ବିକାଶ ହେଉଛି । ଏହି ଶିଳ୍ପ ନୂତନ ଟେକ୍ନୋଲୋଜି ଏବଂ ଡିଜିଟାଲାଇଜେସନ୍ କରୁଥିବା ଦେଖିବାକୁ ମିଳୁଛି । ଯାହା ପୂର୍ବରୁ କେବେ ହୋଇନଥିଲା । ଉଦ୍ଭାବନ ଦ୍ବାରା ସ୍ବାସ୍ଥ୍ୟ ସେବାରେ ବୈପ୍ଲବିକ ପରିବର୍ତ୍ତନ ହେଉଛି । ଯଦିଓ କୋରୋନା ମହାମାରୀ ହେତୁ ସ୍ୱାସ୍ଥ୍ୟ ସେବା ଶିଳ୍ପକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା, ତେବେ ବର୍ତ୍ତମାନର ସମୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଭବିଷ୍ୟତରେ କେଉଁ କ୍ଷେତ୍ରରେ ଆମେ କେଉଁ ଟେକ୍ନୋଲୋଜି ଦେଖିବାକୁ ପାଇବା ସେ ବିଷୟରେ ଜାଣନ୍ତୁ

ସ୍ବାସ୍ଥ୍ୟ ବିଭାଗର ଭବିଷ୍ୟତ ଟେକ୍ନୋଲୋଜି:

1. ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ: ଆଜିକାଲି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ ଏଆଇ ବିଷୟରେ ଅନେକ ଚର୍ଚ୍ଚା ହେଉଛି । ସ୍ବାସ୍ଥ୍ୟ କ୍ଷେତ୍ର ମଧ୍ୟ ଏଥିରୁ ବାଦ ପଡି ନାହିଁ । ଏହି ଟେକ୍ନୋଲୋଜି ଅନେକ ଚାଲେଞ୍ଜକୁ ସାମ୍ନା କରିଛି । ଅନେକ ଜଟିଳ କାମକୁ ସାଧାରଣ ଭାବେ କରିବା ସହ ସମୟ ମଧ୍ୟ ବଞ୍ଚୁଛି । ଯଦି AI ହସ୍ପିଟାଲର ପ୍ରଶାସନିକ କାର୍ଯ୍ୟ ପୂରଣ କରିବ, ତେବେ ସ୍ୱାସ୍ଥ୍ୟ ସେବା କର୍ମଚାରୀମାନେ ରୋଗୀଙ୍କ ସେବା ପ୍ରତି ଅଧିକ ଧ୍ୟାନ ଦେବେ । ଏହି ଶିଳ୍ପରେ ବ୍ୟକ୍ତିଗତକରଣକୁ ମଧ୍ୟ ଉନ୍ନତ କରାଯାଇଛି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାଧ୍ୟମରେ ଅତ୍ୟାଧୁନିକ ତଥ୍ୟକୁ ବ୍ୟବହାର କରାଯାଇପାରିବ, ଯାହା ଫଳରେ କି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ସହଜ ହେବ । ଫଳସ୍ୱରୂପ, ରୋଗୀମାନେ ଏକ ଭଲ ଉପାୟରେ ଚିକିତ୍ସିତ ହେବେ।

2. ଟେଲିହେଲଥ:ଟେଲିହେଲଥ୍ ଏକ ସମ୍ପୂର୍ଣ୍ଣ ନୂତନ ଧାରଣା ହୋଇନପାରେ, କିନ୍ତୁ ଏହା ବର୍ତ୍ତମାନ ସ୍ୱାସ୍ଥ୍ୟସେବାର ଏକ ଅତ୍ୟାବଶ୍ୟକ ଅଂଶ ହୋଇପାରିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡିଜିଟାଲାଇଲେଜସ ହେତୁ ଏହି କ୍ଷେତ୍ର ସହିତ ଜଡିତ ଅଧିକାଂଶ ଲୋକଙ୍କ ସହ ଯୋଗାଯୋଗ କରିବା ସହଜ ହୋଇଯାଇଛି । ଆଜିର ସମୟରେ ଡାକ୍ତର ଏବଂ ନର୍ସିଂ କର୍ମଚାରୀମାନେ ଏହା ମାଧ୍ୟମରେ ସେମାନଙ୍କ କାର୍ଯ୍ୟ ସହଜରେ କରିବାକୁ ସକ୍ଷମ ଅଟନ୍ତି । ଏହି କାରଣରୁ, ସମୟ ସଞ୍ଚୟ ହେଉଛି ଏବଂ ରୋଗୀମାନେ ମଧ୍ୟ ଅନେକ ସୁବିଧା ପାଇଛନ୍ତି । ଅନେକ ଡାକ୍ତର ନିଜ ଘରେ ଉପସ୍ଥିତ ରୋଗୀଙ୍କୁ ଭର୍ଚୁଆଲ୍ ପରାମର୍ଶ ଦେବାରେ ସକ୍ଷମ ହେଉଛନ୍ତି ।

3. ରୋବୋଟିକ୍ସ: ରୋବୋଟିକ୍ସ ବିଷୟରେ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଦ୍ୱନ୍ଦ୍ୱ ରହିଛି, ବାସ୍ତବରେ ରୋବଟ ଗୁଡିକର କାର୍ଯ୍ୟ ମଣିଷକୁ ବଦଳାଇବା ନୁହେଁ, ଏହାର ଅର୍ଥ ହେଉଛି ସ୍ବାସ୍ଥ୍ୟ ବିଭାଗର ତ୍ରୁଟିକୁ ସମ୍ଭାଳିବା । ରୋବୋଟିକ ଟେକ୍ନୋଲୋଜି ଦ୍ବାରା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ କାର୍ଯ୍ୟ ସହଜ ହେବ । ଯାହା ଦ୍ବାରା ସେମାନେ ରୋଗୀଙ୍କ ଯତ୍ନ ଉପରେ ଅଧିକ ଧ୍ୟାନ ଦେବେ । ମ୍ୟାକ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲର ଅର୍ଥୋପେଡିକ୍ ସର୍ଜନ କହିଛନ୍ତି, ରୋବୋଟିକ୍ସ ସର୍ଜରୀରରେ ସାହାଯ୍ୟ କରିବା ସହ ସର୍ଜନମାନଙ୍କ ଅଭ୍ୟାସକୁ ସୁଦୃଢ କରିବାର ସମ୍ଭାବନା ଅଛି । ସେ କହିଛନ୍ତି, ଅର୍ଥୋପେଡିକ୍ ସର୍ଜରୀରେ ରୋବୋଟିକ୍ସର ଏକୀକରଣ ଏହି କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି । କୁଶଳୀ ସର୍ଜନମାନଙ୍କ ପାରଦର୍ଶିତାକୁ ରୋବୋଟିକ୍ ଆହୁରି ସହଜ କରିଥାଏ ।

4. ବ୍ଲକଚେନ: ବ୍ଲକ୍ ଚେନ୍ ସାଧାରଣତଃ ଅର୍ଥ କ୍ଷେତ୍ରରେ ବିବେଚନା କରାଯାଏ, କିନ୍ତୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ଏହାର ଉପସ୍ଥିତି ଦେଖାଯାଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଇବର ଅପରାଧୀଙ୍କ ଟାର୍ଗେଟରେ ଥିବା ରୋଗୀଙ୍କ ସମ୍ବେଦନଶୀଳ ତଥ୍ୟର ସୁରକ୍ଷା କରିବା । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ତଥ୍ୟ ଚୋରି ଘଟଣାରେ ମଧ୍ୟ କ୍ରମାଗତ ବୃଦ୍ଧି ଘଟିଛି । ତେଣୁ, ରୋଗୀ ଚିହ୍ନଟ, ଯୋଗାଣ ଶୃଙ୍ଖଳା କ୍ଷମତା ସହିତ ଡାଟା ସୁରକ୍ଷା ପାଇଁ ବହୁତ ଆବଶ୍ୟକତା ଅଛି । ଆଗାମୀ ସମୟରେ ଏହି ଟେକ୍ନୋଲୋଜିର ଆବଶ୍ୟକତା ବୃଦ୍ଧି ପାଇବ । ଏହା ମାଧ୍ୟମରେ ସମସ୍ତ ସମସ୍ୟା ଦୂର ହୋଇପାରିବ ।

କଣ ଭବିଷ୍ୟତରେ ଡାକ୍ତରଙ୍କ ସ୍ଥାନ ନେଇପାରିବ କି ଏହି ଟେକନିକ?

ଏହି ସମସ୍ତ ବୈଷୟିକ ବିକାଶ ପ୍ରମାଣ କରେ ଯେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ଅଧିକ ସୁଗମ, ଦକ୍ଷ, ସୁଲଭ ଏବଂ ରୋଗୀ କେନ୍ଦ୍ରିକ କରାଯାଉଛି । ଯଦିଓ ଏହି ଟେକ୍ନୋଲୋଜିର ସାହାଯ୍ୟରେ ରୋଗୀ ସେବା ଏକ ଉନ୍ନତ ଉପାୟରେ କରାଯାଉଛି, କିନ୍ତୁ ମାନବ ଉଦ୍ୟମ ଏବଂ ଉଦ୍ଭାବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ । ସ୍ୱାସ୍ଥ୍ୟସେବା ପ୍ରଫେସନାଲ ଏବଂ ଟେକ୍ନୋଲୋଜି ମଧ୍ୟରେ ଏକ ସହଭାଗୀତା ଏହି ବିପ୍ଳବର ମୂଳଦୁଆ ହୋଇ ରହିଆସିଛି, ଯେଉଁଠାରେ ଏଆଇ ସଠିକତା ପୂରଣ କରେ । ଆଶା କରାଯାଏ ଯେ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଚାକିରି ଛଡ଼ାଇବା ପରିବର୍ତ୍ତେ ଏଆଇ ଏବଂ ରୋବଟ୍ ସେମାନଙ୍କ କାର୍ଯ୍ୟକୁ ସହଜ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details