ହାଇଦ୍ରାବାଦ:ଯେତେବେଳେ ଥାଇରଏଡ୍ ହରମୋନରେ ପରିବର୍ତ୍ତନ ଆସେ, ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ହୋଇଥାଏ । ଅଧିକ କିମ୍ବା କମ୍ ଥାଇରଏଡ୍ ହରମୋନ୍ ରହିବା ସ୍ୱାସ୍ଥ୍ୟ ପାଇଁ ଭଲ ବିବେଚନା କରାଯାଏ ନାହିଁ । ଏହା ଦ୍ବାରା ଋତୁସ୍ରାବ ମଧ୍ୟ ପ୍ରଭାବିତ ହୋଇଥାଏ । କେବଳ ଏହା ନୁହେଁ, ଓଜନ ବୃଦ୍ଧି, କେଶ ଝଡ଼ିବା, ଷ୍ଟ୍ରେସ୍(ଚାପ), ଏସବୁ ଥାଇରଏଡ୍ ହରମୋନ୍ର ଅସନ୍ତୁଳନ ହେତୁ ହୋଇଥାଏ ।
ଋତୁସ୍ରାବ ଠିକ୍ ହେବାକୁ ହେଲେ ଥାଇରଏଡ୍ ହରମୋନର ସନ୍ତୁଳନ ରହିବା ଅତ୍ୟନ୍ତ ଆବଶ୍ୟକ । ଥାଇରଏଡ୍ ଗ୍ଲାଣ୍ଡର ପ୍ରଜନନ ଅଙ୍ଗ ସହ ସିଧାସଳଖ ସଂଯୋଗ ରହିଛି । ଏପରି ପରିସ୍ଥିତିରେ, ଯଦି ଥାଇରଏଡ ଗ୍ଲାଣ୍ଡରେ କିଛି ସମସ୍ୟା ଥାଏ, ତେବେ ପ୍ରଜନନ ପ୍ରଣାଳୀରେ ମଧ୍ୟ ସମସ୍ୟା ଦେଖାଦେଇଥାଏ । ଫଳରେ ଡିମ୍ବାଣୁ ଏବଂ ହରମୋନ୍ ଉପରେ ଏହାର ସିଧାସଳଖ ପ୍ରଭାବ ପଡିଥାଏ । ଏହି କାରଣରୁ ବନ୍ଧ୍ୟାକରଣ ସମସ୍ୟା(ଇନଫର୍ଟିଲିଟି ସମସ୍ୟା) ଆରମ୍ଭ ହୁଏ । ତେବେ ଭୁଲ୍ରେ ମଧ୍ୟ ଏହାକୁ ଅଣଦେଖା କରିବା ଉଚିତ ନୁହେଁ ।
ଥାଇରଏଡ୍ ଗ୍ଲାଣ୍ଡରେ ସମସ୍ୟା ହେତୁ ହୋଇପାରେ ଏହି ସବୁ କାରଣ:-
- ଥାଇରଏଡ୍ ହରମୋନ୍ TSH ବୃଦ୍ଧି ହେତୁ ଏହାର ପ୍ରୋଲାକ୍ଟିନ୍ ହରମୋନ୍ ଉପରେ ସିଧାସଳଖ ପ୍ରଭାବ ପଡିଥାଏ।
- ପ୍ରୋଲାକ୍ଟିନ୍ ହରମୋନ୍ ମଧ୍ୟ ମହିଳାମାନଙ୍କର ଫର୍ଟିଲିଟି ଉପରେ ପ୍ରଭାବ ପକାଇଥାଏ । କେବଳ ଏତିକି ନୁହେଁ, ଏହା ଇଷ୍ଟ୍ରୋଜେନ୍ ହରମୋନକୁ ମଧ୍ୟ କିଛି ପରିମାଣରେ ପ୍ରଭାବିତ କରିଥାଏ ।
- TSHର ବୃଦ୍ଧି ହେତୁ, ପ୍ରୋଲାକ୍ଟିନ୍ ହରମୋନର ସ୍ତର ବଢିଥାଏ, ଯାହା ପରେ ଋତୁସ୍ରାବରେ ଅନିୟମିତତା ଦେଖାଯାଏ ।
- ଥାଇରଏଡ୍ ହରମୋନ୍ ହେତୁ ପ୍ରୋଲାକ୍ଟିନ୍ ହରମୋନ୍ର ସ୍ତର ବଢ଼ିଥାଏ, ଯେଉଁ କାରଣରୁ ଅଣ୍ଡାଦାନ ଏବଂ ମାସିକ ଋତୁସ୍ରାବ ବହୁତ ପ୍ରଭାବିତ ହୁଏ । ଏହି କାରଣରୁ, ଋତୁସ୍ରାବରେ ବିଶୃଙ୍ଖଳା ଦେଖାଯାଏ । ଏବଂ ରକ୍ତ ପ୍ରବାହ ମଧ୍ୟ ଧୀର କିମ୍ବା ଅଧିକା ବି ହୋଇପାରେ ।
ଥାଇରଏଡ ଦ୍ୱାରା ଏହି ସମସ୍ୟା ହୋଇପାରେ