ହାଇଦ୍ରାବାଦ: ସମସ୍ତଙ୍କ ଶରୀରର ଏକ ସ୍ବତନ୍ତ୍ର ଗନ୍ଧ (Body odour) ରହିଥାଏ । ମାତ୍ର କିଛି ଲୋକଙ୍କ ଗନ୍ଧ ଅନ୍ୟକୁ ବ୍ୟସ୍ତବିବ୍ରତ କରିଥିବା ଦେଖିବାକୁ ମିଳେ । ଶରୀରରୁ ଝାଳ ବାହାରିବା ଦ୍ବାରା କିଛି ବ୍ୟକ୍ତିଙ୍କ ଶରୀରର ଦୁର୍ଗନ୍ଧ ଅନ୍ୟ ପାଇଁ ଅସହ୍ୟ ହୋଇଥାଏ । ଭିନ୍ନ ଭିନ୍ନ ଲୋକଙ୍କ ଶରୀରର ଗନ୍ଧ ଅଲଗା ରହିଥାଏ । ତେବେ ଏଭଳି ସ୍ଥିତିରେ ସୁସ୍ଥ ପୁଷ୍ଟିଯୁକ୍ତ ଖାଦ୍ୟ (healthy diet) ଖାଇଲେ ଏହା ନିୟନ୍ତ୍ରଣରେ ଆସିପାରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।
ଶରୀରରେ ଝାଳ ହେବା ଦ୍ବାରା ସେଥିରେ ବ୍ୟାକ୍ଟେରିଆ ରହିଥାଏ । ଏହି ଦୁର୍ଗନ୍ଧର କାରଣ ସାଜିଥାଏ ଜୀବାଣୁ ବା ବ୍ୟାକ୍ଟେରିଆ । ବିଶେଷ କରି କାଖ (Under Arm)ରୁ ଏଭଳି ଦୁର୍ଗନ୍ଧ ବାହାରିଥାଏ । ଚିକିତ୍ସା ବିଶେଷଜ୍ଞଙ୍କ କହିବାନୁସାରେ ଖାଦ୍ୟ, ଯୌନ, ସ୍ବାସ୍ଥ୍ୟ ଏବଂ ଔଷଧ ସମ୍ବନ୍ଧୀୟ ବିଭିନ୍ନ କାରଣ ଶରୀରର ଦୁର୍ଗନ୍ଧର କାରଣ ହୋଇଥାଏ । ଚର୍ମ ଏବଂ ଗ୍ରନ୍ଥିରେ ବ୍ୟାକ୍ଟେରିଆର କାର୍ଯ୍ୟକଳାପରୁ ଏହି ଗନ୍ଧ ଆସିଥାଏ । ମାନବ ଶରୀରରେ ୩ ପ୍ରକାରର ଝାଳ ଗ୍ରନ୍ଥି ରହିଛି ଯଥା ସେବାସିଅସ୍ ଗ୍ରନ୍ଥି, ଇକ୍ରାଇନ୍ ଝାଳ ଗ୍ରନ୍ଥି ଏବଂ ଆପୋକ୍ରାଇନ୍ ଝାଳ ଗ୍ରନ୍ଥି ।
ଶରୀରର ଦୁର୍ଗନ୍ଧ ସାଧାରଣତଃ ଆପୋକ୍ରାଇନ୍ ଝାଳ ଗ୍ରନ୍ଥିରୁ ବାହାରିଥାଏ । ଏହି ଗ୍ରନ୍ଥିରୁ ଅଧିକାଂଶ ରାସାୟନିକ ପଦାର୍ଥ ନିର୍ଗତ ହୁଏ । ଏହାପରେ ଚର୍ମରେ ଥିବା ମାଇକ୍ରୋବୋଏଟା ଦୁର୍ଗନ୍ଧ ସୃଷ୍ଟି କରୁଥାଏ । ବିଶେଷ କରି କାଖ ତଳ, ନାହି, ବେକ, କାନ ପଛ ଓ ଯୌନାଙ୍ଗ ଆଦି ସ୍ଥାନରେ ଦୁର୍ଗନ୍ଧ ବାହାରିଥାଏ ।
ପୁଷ୍ଟିଯୁକ୍ତ ଖାଦ୍ୟ କିପରି ଲାଭଦାୟକ ?
ଶରୀରରୁ ଦୁର୍ଗନ୍ଧକୁ ନିୟନ୍ତ୍ରଣରେ ଆଣିବାରେ ଖାଦ୍ୟ ଏକ ବିଶେଷ ଭୂମିକା ଗ୍ରହଣ କରିପାରିବ । ଲଙ୍କା, ରସୁଣ, ପିଆଜ ଆଦି ଶକ୍ତିଶାଳୀ ଜିନିଷ ଝାଳକୁ ଏକ ଦୁର୍ଗନ୍ଧର କାରଣ ସାଜିପାରେ । ଏହାସହ ଏକ ପ୍ରୋଟିନ ଯୁକ୍ତ ଖାଦ୍ୟ ମଧ୍ୟ ଶରୀରର ଦୁର୍ଗନ୍ଧର କାରଣ ବୋଲି ବିଶ୍ବାସ କରାଯାଏ । ଯଦି ଆପଣ ନିର୍ଦ୍ଦିଷ୍ଟ ପରିମାଣର ଖାଦ୍ୟ ଖାଉଛନ୍ତି ସେଥିରେ ଥିବା ଦୁର୍ଗନ୍ଧଯୁକ୍ତ ଯୌଗିକଗୁଡିକ ଆପଣଙ୍କ ଝାଳ ଗ୍ରନ୍ଥି ମାଧ୍ୟମରେ ଏକ ଅପ୍ରୀତିକର ଦୁର୍ଗନ୍ଧ ବାହାର କରିପାରେ । ନ୍ୟୁୟର୍କ ଭିତ୍ତିକ ଚର୍ମରୋଗ ଅଧ୍ୟୟନ ଅନୁଯାୟୀ ସେହି ଯୌଗିକଗୁଡିକ VOCs (volatile organic compounds) ଭାବରେ ଜଣାଶୁଣା । ସେମାନେ କିଛି ବିଶେଷ ଘନ ଝାଳ ଉତ୍ପାଦନ କରିପାରନ୍ତି ।
ସବୁଜ ପରିବା:- ସ୍ପିନାଚ, ଲିଟ୍ୟୁସ, କେଲ୍, ଅରୁଗୁଲା ଓ ଅନ୍ୟାନ୍ୟ ପତ୍ର ଜାତୀୟ ପନିପରିବାରେ କ୍ଲୋରୋଫିଲ ଭରପୁର ପରିମାଣରେ ରହିଥାଏ । ତେବେ ଏହି ଖାଦ୍ୟ ଖାଇବା ଦ୍ବାରା ଏଥିରେ ଥିବା କ୍ଲୋରୋଫିଲ ଦୁର୍ଗନ୍ଧ ନିୟନ୍ତ୍ରଣରେ ସହାୟକ ହୋଇଥାଏ ।
ଫାଇବର ଜାତୀୟ ଖାଦ୍ୟ:-ମଟର, ମସୁର ଡାଲି, ଏବଂ ଡାଲି ଜାତୀୟ ଖାଦ୍ୟ ସାମଗ୍ରୀରେ ଫାଇବର ଭରପୁର ରହିଥାଏ । ଏଣୁ ଆପଣ ନିଶ୍ଚିତ କରନ୍ତୁ ଯେ ଏହାକୁ ଯଥେଷ୍ଟ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି । କାରଣ ଏହା ହଜମ ପ୍ରକ୍ରିୟାକୁ ସହଜ କରିଥାଏ । ଫଳସ୍ବରୂପ ଆପଣଙ୍କ ଖାଦ୍ୟରେ ଯେକୌଣସି ଦୁର୍ଗନ୍ଧଯୁକ୍ତ ଯୌଗିକଗୁଡ଼ିକ ରହିଥାଏ ସେଗୁଡିକ ଶୀଘ୍ର ପ୍ରକ୍ରିୟାକରଣ ହୁଏ ଏବଂ ଝାଳ ଦେଇ ବାହାରକୁ ଯାଇପାରେ ।
ସାଇଟ୍ରସ ଫ୍ରୁଟ:-କମଳା, ଲେମ୍ବୁ ଏବଂ ଅଙ୍ଗୁର ଫଳ ପରି ସାଇଟ୍ରସ୍ ଜାତୀୟ ଫଳରେ ଥିବା ଏସିଡ୍ ଶରୀରରେ ଜଳର ଗତି (water passage)କୁ ଉତ୍ସାହିତ କରିଥାଏ । ଯାହା ବିଷାକ୍ତ ପଦାର୍ଥକୁ କମ କରିଥାଏ । ସର୍ବାଧିକ ଲାଭ ପାଇଁ ଏଗୁଡିକ ଫଳ କିମ୍ବା ଫଳ ରସ ଆକାରରେ ଖାଇ ପାରିବେ ।
ହର୍ବାଲ ଚା':- କାମୋମାଇଲ, ଗ୍ରୀନ୍ ଟି ଏବଂ ପିପରମେଣ୍ଟ ପରି ହର୍ବାଲ୍ ଟି ହଜମକୁ ଉନ୍ନତ କରିଥାଏ । ଏଣୁ ଅନ୍ତନଳୀରେ ହଜମ ପ୍ରକ୍ରିୟା ଭଲ ହେବା ଦ୍ବାରା ଦୁର୍ଗନ୍ଧ ପ୍ରକ୍ରିୟାକୁ ରୋକିଥାଏ । ଫ୍ଲୋରାଲ ଜସ୍ମିନ୍ ଚା' ପିଇବା ଦ୍ବାରା ଆପଣଙ୍କ ଶରୀରରୁ ସତେଜ ଗନ୍ଧ ବାହାରିଥାଏ ।