ହାଇଦ୍ରାବାଦ:ହିନ୍ଦୁ ଧର୍ମରେ ପୂଜା କରିବା ସମୟରେ କର୍ପୂର ଜାଳିବାର ଏକ ସ୍ବତନ୍ତ୍ରତା ରହିଛି । ପ୍ରତ୍ୟେକ ପୂଜାରେ କର୍ପୂର ଜଳାଯାଇ ପୂଜା କରାଯାଇଥାଏ । ବିଶ୍ବାସ କରାଯାଏ କର୍ପୂର ଧୂପ ଲଗାଇବା ଦ୍ବାରା ଘରେ ସୁଖଶାନ୍ତି ରହିଥାଏ । ଘରର ପରିବେଶ ମଧ୍ୟ ଶୁଦ୍ଧ ରହିଥାଏ । ଏହାର ସୁଗନ୍ଧ କୀଟପତଙ୍ଗମାନଙ୍କୁ ଘରଠୁ ଦୂରେଇ ପାରୁଥିବା ବେଳେ ବ୍ୟାକ୍ଟେରିଆ ଏବଂ ଭାଇରସ ମଧ୍ୟ ମରିଯାଇଥାଆନ୍ତି । ପୂଜାରେ କର୍ପୂରର ବ୍ୟବାହର କରିବା ଦ୍ବାରା ତ ଅନେକ ଲାଭ ମିଳିଥାଏ ହେଲେ ଆପଣ ଜାଣିଛନ୍ତି କି କର୍ପୂର ଶରୀର ପାଇଁ ବହୁତ ଉପକାରୀ ହୋଇଥାଏ ? ଶରୀରରେ ଏମିତି କିଛି ସମସ୍ୟା ରହିଥାଏ, ଯାହାକି କର୍ପୂର ବ୍ୟବହାର କରିବା ଦ୍ବାରା ଚୁଟ୍କିରେ ଦୂର ହୋଇଥାଏ ।
କର୍ପୂର ଆଣ୍ଟିଅକ୍ସିଡାଣ୍ଟ୍ରେ ଭରପୂର ହୋଇ ରହିଛି। ଆୟୁର୍ବେଦରେ କର୍ପୂରର ଅନେକ ଲାଭ ବିଷୟରେ ଉଲ୍ଲେଖ କରାଯାଇଛି । ତେବେ ପୂଜାରେ ବ୍ୟବହୃତ ଏହି ସୁଗନ୍ଧିତ ପଦାର୍ଥ କେଉଁ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ ଜାଣନ୍ତୁ
- ଶ୍ବାସକ୍ରିୟା ସମସ୍ୟାରୁ ମୁକ୍ତି:କର୍ପୂରରେ ଡିକଞ୍ଜେଷ୍ଟିଭ ଗୁଣ ରହିଛି । ଯାହା ଗଳାରୁ ଫୁସଫୁସ ପର୍ଯ୍ୟନ୍ତ ପ୍ରଦାହକୁ ହ୍ରାସ କରିଥାଏ ଏବଂ କାଶ କମ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହାସହ ଯଦି ନିଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥାଏ, ତାହେଲେ କର୍ପୂରର ବ୍ୟବହାର ଏହି ସମସ୍ୟାକୁ ମୁକ୍ତି ଦେଇଥାଏ।
ଏହା ମଧ୍ୟ ପଢନ୍ତୁ: New Study: ରାତିରେ କମ ସମୟ ଶୋଉଛନ୍ତି କି ? ସାବଧାନ! ହୋଇପାରେ ମାରାତ୍ମକ ରୋଗ
2. ଯନ୍ତ୍ରଣା ଦୂର କରେ:କର୍ପୂରକୁ ଯନ୍ତ୍ରଣାରୁ ମୁକ୍ତି ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। କ୍ଷତ କିମ୍ବା ଆଘାତରେ କର୍ପୂର ଲଗାଇଲେ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ। କେବଳ ଏତିକି ନୁହେଁ, ଏହା ମାଂସପେଶୀ ଏବଂ ଗଣ୍ଠିରେ ଯନ୍ତ୍ରଣାରୁ ମୁକ୍ତି ମଧ୍ୟ ଦେଇଥାଏ। ଯଦି ମାଂସପେଶୀ କିମ୍ବା ଗଣ୍ଠିରେ ଯନ୍ତ୍ରଣା ହେଉଛି ତାହାଲେ କର୍ପୂରକୁ ପାଣିରେ ଭଲ ଭାବେ ମିଶାଇ ଲଗାନ୍ତୁ । ଖୁବଶୀଘ୍ର ଆରାମ ମଳିପାରେ । କ୍ଷତସ୍ଥାନରେ ଲଗାଇବା ଦ୍ବାରା କ୍ଷତ ଜଲଦି ସୁଖିଯିବା ସହ ଯନ୍ତ୍ରଣା ମଧ୍ୟ କମ୍ ହୋଇଥାଏ ।