ହାଇଦ୍ରାବାଦ: ଅନ୍ୟ ପନିପରିବା ପରି ପତ୍ରକୋବି ମଧ୍ୟ ଅନେକ ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ଅଟେ । ଅନେକ ଲୋକ ଜାଣନ୍ତି ନାହିଁ ଯେ କୋବି ରସ ଅନେକ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ । ସାଧାରଣତଃ ବଜାରରେ କୋବି ସବୁଜରୁ ନାଲି ଏବଂ ବାଇଗଣୀ ରଙ୍ଗରେ ଏଭଳି ଭିନ୍ନ ରଙ୍ଗର ମିଳିଥାଏ । ଏବଂ ଏହାର ପତ୍ରଗୁଡିକ ଚିକ୍କଣ କିମ୍ବା କ୍ରଙ୍କଲ୍ ହୋଇଥାଏ । ଅନେକ ରୋଗର ପ୍ରଭାବକୁ ହ୍ରାସ କରିପାରେ ପତ୍ରକୋବି । ତେବେ ଏଥିରେ କି କି ସ୍ବାସ୍ଥ୍ୟ ଉପାଦେୟତା ଅଛି... ଜାଣନ୍ତୁ,
ଉପକାରିତା: ଅନେକ ଅଧ୍ୟୟନରୁ ଜଣାପଡିଛି ଯେ କୋବିରେ ଭିଟାମିନ୍, ଫାଇବର, ପୋଟାସିୟମ୍, ଆଇରନ୍, ତମ୍ବା, ଜିଙ୍କ୍, ଫସଫରସ୍, ମ୍ୟାଗ୍ନେସିୟମ୍, କାର୍ବୋହାଇଡ୍ରେଟ୍ସ, ଥିଏମାଇନ୍ ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଥାଏ । ଏହି ପୋଷକ ତତ୍ତ୍ୱ ଏକାଠି କାମ କରେ ଏବଂ ମଧୁମେହ, ମେଦବହୁଳତା, ହୃଦ ରୋଗ ଏବଂ ସାମଗ୍ରିକ ମୃତ୍ୟୁହାରକୁ ହ୍ରାସ କରିଥାଏ ।
ରେଡିଏସନ ଥେରାପିରୁ ସୁରକ୍ଷା ଦିଏ ପତ୍ରକୋବି
ଜର୍ଜେଟାଉନ୍ ଅନୁସନ୍ଧାନକାରୀଙ୍କ ନେତୃତ୍ୱରେ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ରେଡିଏସନର କ୍ଷତିକାରକ ପ୍ରଭାବରୁ କୋବିରୁ ଉତ୍ପନ୍ନ ଏକ ଯୌଗିକ 3,3′-ଜିନ୍ଡେୋଲିମିଥାଏନ(DIM) ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏହା ଦ୍ବାରା ଶରୀରରେ ଲାଲ ଏବଂ ଧଳା ରକ୍ତ କଣିକା ଏବଂ ରକ୍ତ ପ୍ଲାଲେଟ୍ ଅଧିକ ହୋଇଥାଏ । ଯାହା ରେଡିଏସନର କ୍ଷମତାକୁ ହ୍ରାସ କରିବାରେ ସାହାଯ୍ୟ କରେ ।
କର୍କଟ ରୋଗକୁ ପ୍ରତିରୋଧ କରେ ପତ୍ରକୋବି
ଅନୁସନ୍ଧାନକାରୀମାନେ ଆବିଷ୍କାର କରିଛନ୍ତି ଯେ, କର୍କଟ କୋଷର ପ୍ରଗତିରେ ଜଡିତ ଥିବା କ୍ଷତିକାରକ ଏନଜାଇମ୍ ହିଷ୍ଟୋନ୍ ଡିସିଟାଇଲେସ୍ (HDAC)କୁ ପ୍ରତିରୋଧ କରିବାର ଶକ୍ତି ଅଛି । HDAC ଏନଜାଇମକୁ ବନ୍ଦ କରିବାର କ୍ଷମତା କୋବିରେ ରହିଛି । ଫଳରେ ଏହା ଖାଇବା ଦ୍ବାରା କର୍କଟ ରୋଗରୁ ରକ୍ଷା ପାଇବାରେ ସାହାଯ୍ୟ ହୋଇଥାଏ। ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଏଥିରେ ଥିବା ଅନ୍ୟ ଏକ ରସାୟନ ଆପିଜିନ୍ ସ୍ତନ କର୍କଟ ରୋଗରୁ ରକ୍ଷା କରିଥାଏ । ସେହିପରି ଲାଲ୍ କୋବିରେ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଆଣ୍ଟୋସିୟାନିନ୍ ଥାଏ, ଯାହା କର୍କଟ କୋଷର ବିସ୍ତାରକୁ ମନ୍ଥର କରିବା, ପୂର୍ବରୁ ସୃଷ୍ଟି ହୋଇଥିବା କର୍କଟ କୋଷ ଗୁଡ଼ିକୁ ମାରିବା ଏବଂ ନୂତନ ଟ୍ୟୁମର ବୃଦ୍ଧି ବନ୍ଦ କରିଥାଏ ବୋଲି ଦର୍ଶାଯାଇଛି ।
ପତ୍ରକୋବି ହୃଦରୋଗର ବିପଦକୁ ହ୍ରାସ କରେ