ହାଇଦ୍ରାବାଦ: ବର୍ଷ 2022ରେ, ଅନେକ କଳାକାର ହୃଦଘାତରେ ପ୍ରାଣ ହରାଇଥିଲେ । କେବଳ କଳାକାର କାହିଁକି, ଗତ ବର୍ଷ ନାଚୁଥିବା ସମୟରେ, ଗାଉଥିବା ସମୟରେ ହୃଦଘାତରେ ଟଳି ପଡିଥିବା ବ୍ୟକ୍ତିଙ୍କ ଭିଡିଓ ମୋବାଇଲରୁ ମୋବାଇଲ୍ ଘୁରି ବୁଲିଥିଲା । ସେହିପରି ଉତ୍ତର ପ୍ରଦେଶର ଉନ୍ନାଓରେ ଶତାଧିକ ବ୍ୟକ୍ତିଙ୍କ ପ୍ରାଣହାନୀ ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଥିଲା । ତେବେ ଏହାର କାରଣ କାହିଁକି ଦ୍ରୁତଗତିରେ ହୃଦଘାତ ବୃଦ୍ଧି ପାଉଛି, ଜାଣନ୍ତୁ ।
ଡାକ୍ତରଙ୍କ କହିବା ଅନୁସାରେ ହୃଦୟରେ ଚାପ, ରକ୍ତ ନଳୀରେ ଚର୍ବି ବୃଦ୍ଧି ଇତ୍ୟାଦି ହୃଦଘାତର କାରଣ ହୋଇପାରେ । ଏହି ଚାପ ବହନ କରିବା ସମୟରେ ହୃଦୟରେ ଅନେକ ଲକ୍ଷଣ ଦେଖାଦିଏ । ସେଥି ମଧ୍ୟରୁ ବ୍ରୁଗାଡା ସିଣ୍ଡ୍ରୋମ୍ ଲକ୍ଷଣ ଅନ୍ୟତମ । ସବୁଠୁ ବଡ କଥା ହେଉଛି କି, ଏହି ଲକ୍ଷଣ ଗୁଡିକୁ ଜାଣିବେ କିପରି । ନିମ୍ନରେ ଏହାର କେତେକ ସିଣ୍ଡ୍ରୋମ୍ ବାବଦରେ ଆଲୋଚନା କରାଯାଇଛି ।
ବ୍ରୁଗାଡା ସିଣ୍ଡ୍ରୋମ କ'ଣ:ଡାକ୍ତରମାନେ କହନ୍ତି ଯେ, ବ୍ରୁଗାଡା ସିଣ୍ଡ୍ରୋମ ହୃଦୟର ଏକ ବିରଳ ଅବସ୍ଥା । ଏଥିରେ ବ୍ୟକ୍ତି ଦୁର୍ବଳ ହୋଇପାରେ । ହୃଦଘାତ ଆସିପାରେ । ବାସ୍ତବରେ, ଏହି ପରିସ୍ଥିତିରେ ହୃଦୟରେ ଭେଣ୍ଟ୍ରିକୁଲାର ଫାଇବ୍ରିଲେସନ୍ ନାମକ ଏକ ବିପଜ୍ଜନକ ରିଦିମ୍ ସୃଷ୍ଟି ହୁଏ । ଏହି କାରଣରୁ, ହୃଦୟରୁ ମସ୍ତିଷ୍କକୁ ରକ୍ତ ଯୋଗାଣ ବାଧାପ୍ରାପ୍ତ ହୁଏ । ଏହି ଅବସ୍ଥାରେ ହଠାତ୍ ହତାଶ ହେବା ସହିତ ହୃଦ୍ଘାତର ଆଶଙ୍କା ଥାଏ ।