ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ଇଟିଭି ଭାରତ, ମୁମ୍ବାଇର ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡକ୍ଟର ରାଜଶ୍ରୀ କାଟ୍କେଙ୍କ ସହ ଆଲୋଚନା କରିଛି ।ସ୍ତନ୍ୟପାନ ଦ୍ୱାରା ମାଆମାନେ କେମିତି ଉପକୃତ ହୁଅନ୍ତି ?
୧. ଛୁଆ ଓ ମାଆ ମଧ୍ୟରେ ଇମୋସନାଲ ବଣ୍ଡ୍ ଗଭୀର ହୁଏ । ମାଆ ଅବସାଦରେ ରହିଥିଲେ ମଧ୍ୟ ଛୁଆକୁ ସ୍ତନ୍ୟପାନ ଜାରି ରଖିପାରିବ । ଏହା ଉଭୟଙ୍କ ମଧ୍ୟରେ ହେଲ୍ଥି ବଣ୍ଡ୍ ବିକଶିତ କରିବାରେ ସହାୟକ କରେ ।
୨. ଛୁଆକୁ ସ୍ତନ୍ୟପାନ କରାଇବା ବେଳେ ନିର୍ଗତ ହେଉଥିବା ଅକ୍ସିଟୋସିନ୍ ମାଆମାନଙ୍କୁ ଓଜନ ହ୍ରାସ କରିବାରେ ସହାୟକ ହୁଏ । ସେମାନେ ପ୍ରସବ ପୂର୍ବବର୍ତ୍ତୀ ଚେହେରା ଫେରିପାଇବେ ।
୩ . ସ୍ତନ୍ୟପାନ କରୁଥିବା ମାଆମାନେ ଓଭାରି ଓ ବ୍ରେଷ୍ଟ କ୍ୟାନସରରୁ ସୁରକ୍ଷିତ ଥାଆନ୍ତି ।
୪. ଏକ୍ସୁକ୍ଲୁସିଭ ବ୍ରେଷ୍ଟ ଫିଡିଂ ବେଳେ ମାଆମାନଙ୍କର କଂଟ୍ରାସେପଟିଭ୍ ଇଫେକ୍ଟ ହୁଏ ।
୫. ଠିକ୍ ଶୈଳୀରେ ଛୁଆଙ୍କୁ ସ୍ତନ୍ୟପାନ କରାଇଲେ ସ୍ତନ ଯୁଗଳ କୋମଳ ରହେ । ଏହାଛଡା ହରମୋନ ବ୍ୟାଲାନସିଂ ହେଉଥିବାରୁ ମହିଳାମାନେ ସେମାନଙ୍କ ଶରୀର ଠିକ୍ ଭାବେ ବଜାୟ ରଖିପାରନ୍ତି । ଛୁଆଙ୍କୁ ସ୍ତନ୍ୟପାନର ସଠିକ ଶୈଳୀ ମାଆ ସହଜ ଭାବେ ବସିବା ଦରକାର । ଯନ୍ତ୍ରଣା ଏଡାଇବା ପାଇଁ ମାଆ ପିଠିକୁ ସଳଖି ଭଲ ଭାବେ ବସି ଛୁଆକୁ ସ୍ତନ୍ୟପାନ କରାଇବା ଦରକାରା ଛୁଆର ପାଟିରେ ସ୍ତନାଗ୍ର ଓ ଏରିଓଲାକୁ ଭଲ ଭାବେ ପୁରାଇବା ଉଚିତ । ସ୍ତନପାନ ପରେ ଛୁଆକୁ କାନ୍ଧରେ ପକାଇ ତାର ପିଠିକୁ ଧୀରେ ଧୀରେ ଥାପୁଡାଇବା ଦରକାର ।
କୋଲୋଷ୍ଟ୍ରମ କଣ ?
ପ୍ରସବର ପ୍ରଥମ ଦୁଇ ଦିନରେ ମାଆ ସ୍ତନରୁ କ୍ଷରଣ ହେଉଥିବା ତରଳ ପଦାର୍ଥକୁ ହିଁ କୋଲୋଷ୍ଟ୍ରମ କୁହାଯାଏ । କୋଲୋଷ୍ଟ୍ରମରେ ଇମ୍ୟୁନୋଗ୍ଲୋବିନ୍ ଓ ଆଂଟିବଡିଜ୍ ବହୁ ପରିମାଣରେ ଥାଏ । କିନ୍ତୁ କିଛି ସାମାଜିକ ଅନ୍ଧବିଶ୍ୱାସ ଯୋଗୁଁ କୋଲୋଷ୍ଟ୍ରୋମକୁ ବହୁ ମହିଳା ଗୁରୁତ୍ୱ ଦିଅନ୍ତି ନାହିଁ । ଏହାକୁ ‘ଡାହାଣୀର କ୍ଷୀର’ ବୋଲି କୁହାଯାଇ ଫୋପାଡି ଦିଆଯାଇଥାଏ । କିନ୍ତୁ ଏହା ବେଶ୍ ଗୁରୁତ୍ୱପୂର୍ଣ୍ଣ କ୍ଷୀର ହୋଇଥାଏ, ଯାହା କି ସବୁ ନବଜାତ ଛୁଆଙ୍କୁ ଦେବା ଜରୁରୀ ।
କର୍ମଜୀବୀ ମହିଳା ଛୁଆଙ୍କୁ କେମିତି ସ୍ତନ୍ୟପାନ କରିବେ ?
କର୍ମଜୀବୀ ମହିଳାମାନେ ଏକ୍ସପ୍ରେସଡ୍ ବ୍ରେଷ୍ଟ ମିଲ୍କକୁ ଏକ ଷ୍ଟର୍ଲାଇଲ୍ କଂଟେନରରେ ଫ୍ରିଜରେ ୪୮ ଘଣ୍ଟା ରଖିବେ । ଏହା ଯେତେବେଳେ ଛୁଆଙ୍କୁ ପିଆଇବେ, ତାହା ଫ୍ରିଜରୁ କାଢି ସ୍ୱାଭାବିକ ତାପମାତ୍ରାକୁ ଆଣିବେ । ରୁମ୍ ତାପମାତ୍ରା ସ୍ତରକୁ ଆସିଲେ ହିଁ ଏହି କ୍ଷୀର ଛୁଆକୁ ପିଆଇବେ । ଏକ୍ସପ୍ରେସଡ୍ ବା ଷ୍ଟୋରଡ୍ କ୍ଷୀରକୁ କେବେ ବି ସିଝାଇବା ଉଚିତ ନୁହେଁ । କାରଣ ଏହାକୁ ସିଝାଇଲେ ଏଥିରେ ଥିବା ସବୁ ପୋଷଣତ୍ତତତ୍ୱ ନଷ୍ଟ ହୋଇଯାଏ ।
ସ୍ତନ୍ୟପାନରେ କୌଣସି ସମସ୍ୟା ଅନୁଭବ ହୁଏ କି ?
. ରିଟ୍ରାକଟେଡ୍ ନିପ୍ପଲ ଭିତରକୁ ଯାଇ ପୁଣି ବାହାରକୁ ଆସେ । ଏଭଳି ରିଟ୍ରାକକସନ ସ୍ଥିତିରେ ନିପ୍ପଲକୁ ମାଲିସ କରି ବାହାରକୁ ଆଣିବା ଦରକାର । ନିପ୍ପଲ ଷ୍ଟିମୁଲେସନ ବି ସହାୟକ ହୋଇପାରିବ । ମହିଳାମାନେ ପ୍ରାୟତଃ ବ୍ରେଷ୍ଟ କଂଜେସନ୍ ଅଭିଯୋଗ କରିଥାନ୍ତି । ଟିକେ ତାପମାତ୍ରା ବୃଦ୍ଧି ହେଲେ ଓ ବ୍ରେଷ୍ଟ ଆବସିସ୍ ସୃଷ୍ଟି ହେଲେ ଏଭଳି ଅବସ୍ଥା ହୁଏ । ଛୁଆକୁ ଠିକ ଢଙ୍ଗରେ କ୍ଷୀର ଖୁଆଇ ଏହା ଦବର କରନ୍ତୁ । ସ୍ତନ ମାଲିସ କରି ଅତିିରିକ୍ତ କ୍ଷୀର ବାହାର କରନ୍ତୁ । ଯଦି ଅଧିକ ଯନ୍ତ୍ରଣା ହୁଏ, ତାହା ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ଛୁଆମାନଙ୍କ ନିପ୍ପଲ ସକିଂ ଆଦୌ ଗ୍ରହଣୀୟ ନୁହେଁ । ଏହା ସ୍ତନ ପାଇଁ ସମସ୍ୟା ସୃଷ୍ଟି କରିଥାଏ ।
କ୍ଷୀର ହେଉ ନଥିଲେ କଣ କରିବେ ?
ଯଦି କ୍ଷୀର କ୍ଷରଣ କମ୍ ହେଉଥିବ,ତାହା ହେଲେ ମାଆମାନଙ୍କ ପାଇଁ ଏହା ବଡ ଚିନ୍ତାର କାରଣ ହୋଇଥାଏ । ଏଭଳି ସ୍ଥିତିରେ ଅଧିକ କ୍ଷୀର ହେବା ପାଇଁ ମେଥି, ଫଳ, ମାଣ୍ଡିଆ ଓ ବାଜରାରେ ପ୍ରସ୍ତୁତ ହାଲୁଆ ବା ଖିରି ଖାଇବା ଉଚିତ । ସୁପ୍, ଦୁଗ୍ଧ, ଫଳ ରସ ପିଇଲେ ବି ମାଆର କ୍ଷୀର ହୋଇଥାଏ । ଡାକ୍ତରଙ୍କ ସହ ପରାମର୍ଶ କରି ସତାବରୀ ଦାନା ଖାଇଲେ ବି କ୍ଷୀର ଅଧିକ ହେବ ।