ଓଡିଶା

odisha

ETV Bharat / sukhibhava

ସ୍ତନ୍ୟପାନ ସମୟର ଖାଦ୍ୟପେୟ - ସ୍ତନ୍ୟପାନ ଛୁଆର ବିକାଶ ଓ ଅଭିବୃଦ୍ଧି

ଛୁଆକୁ କ୍ଷୀର ଖୁଆଇଥିବା ମାଆମାନେ କଣ ଖାଦ୍ୟ ଖାଇବା ଉଚିତ, ସେ ସଂପର୍କରେ ଆମର ନ୍ୟୁଟ୍ରିନିଷ୍ଟ ଦିବ୍ୟା ଗୁପ୍ତା କଣ କହୁଛନ୍ତି ଆସନ୍ତୁ ଜାଣିବା । ପ୍ରସବର ପ୍ରଥମ ୬ ମାସ ଛୁଆକୁ ସ୍ତନ୍ୟପାନ କରାଇବା ଜରୁରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁପାରିଶ ରହିଛି । ଉପଯୁକ୍ତ ଖାଦ୍ୟପେୟ ନେଲେ ମାଆମାନେ ଛୁଆକୁ ଦୁଇବର୍ଷ ବା ଅଧିକ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇପାରିବେ ।

ସ୍ତନ୍ୟପାନ ସମୟର ଖାଦ୍ୟପେୟ
ସ୍ତନ୍ୟପାନ ସମୟର ଖାଦ୍ୟପେୟ

By

Published : Aug 8, 2020, 12:30 PM IST

ଭାରତ ବିବିଧ ସଂସ୍କୃତିର ଦେଶ । ଆମର ବିଶାଳ ଦେଶରେ ଲୋକଙ୍କ ଖାଦ୍ୟପେୟୟ ଓ ଜୀବନଶୈଳୀ ବିଭିନ୍ନ । ତେଣୁ ଯେତେବେଳେ ଛୁଆକୁ ସ୍ତନ୍ୟପାନ କରାଉଥିବା ମାଆର ଖାଦ୍ୟପେୟ ପ୍ରସଙ୍ଗ ଆସେ, ସେତେବେଳେ ବି ପରିବାରର ଜେଜେ ମା ଓ ମାଆମାନେ ଭିନ୍ନ ଭିନ୍ନ ପରାମର୍ଶ ଦେଇଥାନ୍ତି । ତେବେ ଛୁଆକୁ କ୍ଷୀର ଖୁଆଇଥିବା ମାଆମାନେ କଣ ଖାଦ୍ୟ ଖାଇବା ଉଚିତ, ସେ ସଂପର୍କରେ ଆମର ନ୍ୟୁଟ୍ରିନିଷ୍ଟ ଦିବ୍ୟା ଗୁପ୍ତା କଣ କହୁଛନ୍ତି ଆସନ୍ତୁ ଜାଣିବା । ପ୍ରସବର ପ୍ରଥମ ୬ ମାସ ଛୁଆକୁ ସ୍ତନ୍ୟପାନ କରାଇବା ଜରୁରୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସୁପାରିଶ ରହିଛି । ଉପଯୁକ୍ତ ଖାଦ୍ୟପେୟ ନେଲେ ମାଆମାନେ ଛୁଆକୁ ଦୁଇବର୍ଷ ବା ଅଧିକ ସମୟ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇପାରିବେ ।

. ସ୍ତନ୍ୟପାନ ଛୁଆର ବିକାଶ ଓ ଅଭିବୃଦ୍ଧି ଘଟାଇଥାଏ ।

.ସ୍ତନ୍ୟପାନ ଛୁଆକୁ ସଂକ୍ରମଣ ଓ ରୋଗରୁ ସୁରକ୍ଷା ଦେଇଥାଏ ।

. ମାଆକ୍ଷୀର ଛୁଆର ଶରୀରରେ ସହଜରେ ମିଶିଯାଏ । କାରଣ ଏଥିରେ ପ୍ରୋଟିନ, ଲାକ୍ଟୋଜ୍ ଓ ଫ୍ୟାଟର ଭଲ ସମ୍ମିଶ୍ରଣ ରହିଥାଏ ।

. ମାଆ କ୍ଷୀର ସହଜରେ ହଜମ ହେଉଥିବାରୁ ଏହା ଖାଉଥିବା ଛୁଆମାନଙ୍କୁ କୋଷ୍ଠକାଠିନ୍ୟ କ୍ୱଚିତ ହୋଇଥାଏ ।

. ମାଆ କ୍ଷୀର ଖାଉଥିବା ଛୁଆଙ୍କଠାରେ ସଡନ୍ ଇନଫାଂଟ ଡେଥ୍ ସିଂଡ୍ରୋମ –ଏସଆଇଡିଏସ୍ କମ୍ ଦେଖାଯାଏ ।

. ଅଭିବୃଦ୍ଧିର ବିଭିନ୍ନ ପର୍ଯ୍ୟାୟରେ ଶିଶୁ ପାଇଁ ଆବଶ୍ୟକ ପ୍ରୋଟିନ, ଫ୍ୟାଟ୍‌ସ ,ଭିଟାମିନ , ମିନେରାଲ୍‌,ଏନଜାଇମ ଓ ଶର୍କରା ସବୁ ମାଆ କ୍ଷୀରରେ ରହିଥାଏ ।

. ବ୍ରେଷ୍ଟଫିଡିଂ ଶିଶୁର ମୁହଁ ଓ ଦାନ୍ତର ବିକାଶ କରିଥାଏ । ମାଆ ଓ ଛୁଆ ମଧ୍ୟରେ ମମତାର ବନ୍ଧନ ବଢାଏ ମାଆ କ୍ଷୀର ।

. ସ୍ତନ୍ୟପାୟୀ ଛୁଆମାନେ ବାଳ ମଧୁମେହ ରୋଗରେ ପୀଡିତ ହେବା ଆଶଙ୍କା କମ୍।

. ମାଆ କ୍ଷୀର ମହିଳାମାନଙ୍କଠାରେ ସ୍ତନ କର୍କଟ ଆଶଙ୍କା ଦବର କରିଥାଏ । ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କଠାରେ ଓଭାରିଆନ କ୍ୟାନସର, ଟାଇପ ଟୁ ଡାଇବେଟିସ ଓ ହୃଦରୋଗ ବି ଦୂର କରିଥାଏ।

ସ୍ତନ୍ୟପାନ କରାଉଥିବା ମାଆଙ୍କ ପୋଷଣ ଆବଶ୍ୟକତା ଗର୍ଭଧାରଣ ବେଳେ ମହିଳାଙ୍କ ପୋଷଣ କିଛିମାତ୍ରାରେ ତାଙ୍କର ସ୍ତନକ୍ଷୀରର ଗୁଣାତ୍ମକ ମାନ ଓ ପରିମାଣକୁ ପ୍ରଭାବିତ କରିଥାଏ ।

. ଲାକଟେସନ୍ ବେଳେ ଦିନକୁ ଡାଏଟାରି ଆଲାଉନସ୍ ୫୦୦ରୁ ୬୦୦ କେସିଏଲ ବୃଦ୍ଧି କରାଯାଇଥାଏ । ଅବଶ୍ୟ, ମେଦବହୁଳ ଓ ଅଣ୍ଡରୱେଟ୍ ମହିଳାଙ୍କ କ୍ଷେତ୍ରରେ ଏହା ଭିନ୍ନ ଭିନ୍ନ ହୋଇଥାଏ ।

. ଲାକଟେସନ୍‌ର ପ୍ରଥମ ୬ ମାସରେ ଦିନକୁ ୭୪ ଗ୍ରାମ ପ୍ରୋଟିନ ପାଇଁ ଆରଡିଏ ସୁପାରିଶ କରିଛି । ପୋଷଣ ଖାଦ୍ୟ ମଧ୍ୟରେ ରହିଛି ଖାଦ୍ୟଶସ୍ୟ, ଡାଲି, ତାଜା ଫଳ, ପନିପରିବା, ଅଣ୍ଡା, ସୋୟା ଉତ୍ପାଦ , ଦୁଗ୍ଧଜାତୀୟ ଉତ୍ପାଦ, ଚିକେନ ।

. ଶର୍କରା, ଫ୍ୟାଟ୍ ଅଧିକ ଥିବା ଖାଦ୍ୟ ଯେପରିକି ଚିପ୍ସ,କେକ୍‌, ମୃଦୁ ପାନୀୟ ସୀମିତ କରନ୍ତୁ । ଏସବୁଥିରେ ପୋଷଣ ତତ୍ୱ ଖୁବ୍ କମ ଥାଏ । ଏସବୁ ବଦଳରେ ପଇଡ ପାଣି, ଫଳରସ, ବଟରମିଲ୍କ,ଲସି ପିଅନ୍ତୁ ।

. ବ୍ରେଷ୍ଟଫିଡିଂ କରୁଥିବା ମାଆମାନେ ଦିନକୁ ୧୦ରୁ ୧୫ ଗ୍ଲାସ ଫ୍ଲୁଏଡ୍ ନେବା ଦରକାର । କାରଣ ସେମାନଙ୍କ କ୍ଷୀର ପରିମାଣ ଫ୍ଲୁଏଡ ସେବନ ଉପରେ ହିଁ ନିର୍ଭର କରେ ।

. ବାଦାମ, ବାଦାମ ବଟର, ସିଡ୍‌ସ ଓ ଆଭୋକାଡୋ ଭଳି ହେଲଥି ଫ୍ୟାଟ୍‌ସ ଖାଦ୍ୟପେୟର ସାମିଲ କରିବା ଦରକାର ।

. ସ୍ତନ୍ୟପାନ କରାଉଥିବା ମାଆମାନେ ମଦ୍ୟପାନ ଓ ଧୂମପାନରୁ ବିରତ ରହିବା ଦରକାର । କାରଣ ଛୁଆକୁ ଏହା ପ୍ରଭାବିତ କରେ ।

. ଡାଏଟିଂରୁ ଦୂରେଇ ରହନ୍ତୁ । କାରଣ ଏହା କ୍ଷୀରର ପରିମାଣ ଓ ଗୁଣାତ୍ମକମାନ ହ୍ରାସ କରିପାରେ । ପ୍ରାତଃ ଭ୍ରମଣ ଭଳି ଲଘୁ ବ୍ୟାୟାମ ବି କରିବା ଉଚିତ । ଲୌହସାର ଓ କ୍ୟାଲସିୟମ ଅଧିକ ଥିବା ଖାଦ୍ୟ ଖାଇବା ଦରକାର । ଭିଟାମିନ ସି ଯୁକ୍ତ ଖାଦ୍ୟ ବି ଖାଇବା ଦରକାର ।

ଆଇରନ ଓ କ୍ୟାଲସିୟମ ସପ୍ଲିମେଂଟ୍ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଜିଙ୍କ୍ ଓ ସେଲେନିୟମ ସପ୍ଲିମେଂଟ୍ ପାଇଁ ବି ଡାକ୍ତରଙ୍କ ସହ ପରାମର୍ଶ କରିବା ଦରକାର । ଯେଉଁ ମହିଳାମାନେ ନିରାମିଷ ଖାଦ୍ୟ ଖାଆନ୍ତି, ସେମାନେ ଭିଟାମିନ ବି୧୨ ସପ୍ଲିମେଂଟ ନେବା ଆବଶ୍ୟକ । ଆପଣ ଯଦି ପ୍ରଚୁର ପରିମାଣରେ ଭିଟାମିନ ଡି ଯୁକ୍ତ ଖାଦ୍ୟ ଖାଉନାହାନ୍ତି ,ତାହା ହେଲେ ଗାଈ କ୍ଷୀର ଓ କିଛି ସେରିଏଲ୍ସ ନେବା ଦରକାର । ଭିଟାମିନ ଡି ସପ୍ଲିମେଂଟ ଆବଶ୍ୟକ ପଡିପାରେ । ତେବେ ସପ୍ଲିମେଂଟ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । କ୍ଷୀର ହେବା ପାଇଁ କିଛି ଗାଲାକ୍ଟଗୋଜିଅସ ଖାଦ୍ୟ ଖାଇବା ବି ଦରକାର । ଏ ପ୍ରକାର ଖାଦ୍ୟର କିଛି ଉଦାହରଣ ହେଲା-ବାର୍ଲି, ବାଦାମ, ହିଙ୍ଗୁ , ଦୁଗ୍ଧ ଓ ଦୁଗ୍ଧଜାତ ଖାଦ୍ୟ, ଓଟ୍ସ ଇତ୍ୟାଦି ।

ABOUT THE AUTHOR

...view details