ହାଇଦ୍ରାବାଦ: ଶେଷରେ ଦୀର୍ଘଦିନ ଧରି ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଗଲେ କ୍ରୀଡା ଜଗତର କିମ୍ବଦନ୍ତୀ ଫୁଟବଲ ଖେଳାଳି ପେଲେ(Brazilian footballer Pele passes away), ଯାହାଙ୍କ ପୁରା ନାମ ଏଡସନ୍ ଆର୍ନେଟ୍ସ ଡୁ ନାସିମେଣ୍ଟୋ(Edson Arantes do Nascimento) । ପେଲେ ବ୍ରାଜିଲର କ୍ରୀଡାବିତ ସାଙ୍ଗକୁ ପୂର୍ବତନ କ୍ରୀଡାମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ଅସୁସ୍ଥ ଖବର ପ୍ରସାର ହେବା ଦିନରୁ ଶୁଭେଚ୍ଛୁମାନେ ଆଶୁ ଆରୋଗ୍ୟ କାମନା କରୁଥିଲେ । ମାତ୍ର ସେ ଏପରି ଏକ ରୋଗରେ ପୀଡିତ ଥିଲେ, ଯେଉଁଥିରୁ ମୁକୁଳିବା କଷ୍ଟକର ହୋଇପଡିଲା । ତେବେ ପେଲେ କେଉଁ ରୋଗରେ ପୀଡିତ ଥିଲେ, ଏହା କେତେ ମାରାତ୍ମକ ଏବଂ ଏହାର ଚିକିତ୍ସା ହୋପାରେ କି ନାହିଁ ଆସନ୍ତୁ ସେ ବାବଦରେ ଜାଣିବା...
ଖବର ଅନୁସାରେ ପେଲେ କୋଲୋନ କ୍ୟାନ୍ସର ବା ବୃହତ୍ତ ଅନ୍ତନଳୀ କର୍କଟରେ ପୀଡିତ ହୋଇଥିଲେ । ଆମ ଦେଶରେ ଏହି କର୍କଟ ଚତୁର୍ଥ ସର୍ବାଧିକ କର୍କଟ ଭାବେ ଜଣାଶୁଣା ।
ଏହା ମଧ୍ୟ ପଢନ୍ତୁ:-ଗୋଟିଏ ଯୁଗର ଅବସାନ, ଆଉ ନାହାନ୍ତି ଫୁଟବଲ ରାଜା ପେଲେ
କୋଲନ୍ କ୍ୟାନ୍ସର(Colon Cancer):-
କୋଲନ କର୍କଟକୁ ବୃହତ୍ତ ଅନ୍ତନଳୀ କର୍କଟ ବୋଲି କୁହାଯାଏ । ଯଦିଓ ଏହା ଯେକୌଣସି ବୟସରେ ହୋଇପାରେ, କିନ୍ତୁ ଅଧିକାଂଶ କ୍ଷେତ୍ରରେ ଏହା କେବଳ ବୃଦ୍ଧଙ୍କୁ ପ୍ରଭାବିତ କରିଥାଏ । ଏହା ସାଧାରଣତଃ ବୃହତ୍ତ ଅନ୍ତନଳୀର ଭିତର ସ୍ତରରେ ଦେଖାଯାଏ ।
କୋଲନ୍ କ୍ୟାନ୍ସର କାରଣ(Colon Cancer Cause):-
ଖରାପ ଖାଦ୍ୟ ଶୈଳୀ କୋଲୋନ୍ କର୍କଟ ରୋଗର ସବୁଠାରୁ ବଡ କାରଣ ଭାବରେ ବିବେଚନା କରାଯାଇପାରେ । ଏହା ବ୍ୟତୀତ, ଅନେକ କାରଣ ଏଥିପାଇଁ ଦାୟୀ ହୋଇପାରେ, ଯେପରିକି...
ଲାଲ ମାଂସ କିମ୍ବା ଅନ୍ୟାନ୍ୟ ଖାଦ୍ୟ ଯେଉଁଥିରେ କର୍କିନୋଜେନିକ୍ ପ୍ରଭାବ ଯଥା କର୍କଟ ପ୍ରୋତ୍ସାହନକାରୀ ଉପାଦାନଗୁଡିକ ମିଳିଥାଏ, ସେହିସବୁ ଖାଦ୍ୟ ଖାଇବା ଦ୍ବାରା କୋଲୋନ୍ କର୍କଟ ହେବାର ଆଶଙ୍କା ବଢିପାରେ । ସାଧାରଣତ ଖାଦ୍ୟ ଖାଇବା ପରେ ଏହା ପେଟକୁ 90 ମିନିଟରେ ଛାଡିଥାଏ ଏବଂ ଅଢେଇ ଘଣ୍ଟା ମଧ୍ୟରେ ଏହା କୋଲନ୍ ଛାଡି ରେକ୍ଟମ୍ରେ ପହଞ୍ଚେ, କିନ୍ତୁ ଯଦି ଆମର ଜୀବନଶୈଳୀ ନିଷ୍କ୍ରିୟ କିମ୍ବା କମ୍ ସକ୍ରିୟ, ତେବେ ଆମର ବୃହତ୍ତ ଅନ୍ତନଳୀରେ ଥିବା ଷ୍ଟୁଲ୍ ଗତି ଗଠନ ପ୍ରକ୍ରିୟା ମନ୍ଥର ହୋଇଯାଏ । ଏପରି ସ୍ଥିତିରେ, ଯଦି ଆମ ଖାଦ୍ୟରେ କର୍କିନୋଜେନିକ୍ ଉପାଦାନ ଗୁଡିକ ଉପସ୍ଥିତ ଥାଏ, ତେବେ ସେମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଲନ୍ର ଆଭ୍ୟନ୍ତରୀଣ ଲାଇନ୍ ଏବଂ ମ୍ୟୁକୋଜ ଉପରେ ଥିବା ଲାଇନ୍ ଉପରେ ରହିଥା’ନ୍ତି । ଏହି କ୍ଷେତ୍ରରେ, କୋଲନ୍ ଉପରେ ପ୍ରଭାବ ପଡିପାରେ ।
ଏହା ବ୍ୟତୀତ, ଆମର ଜୀବନଶୈଳୀ ଧୀରେ ଧୀରେ ଧୀର ବା ନିଷ୍କ୍ରିୟ ହେବାରେ ଲାଗିଛି, ଯେଉଁ କାରଣରୁ କେବଳ କୋଲୋନ୍ କର୍କଟ ନୁହେଁ ଅନ୍ୟାନ୍ୟ ଅନେକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ବଢିଯାଉଛି । ଏକାସାଙ୍ଗରେ, ଲୋକଙ୍କ ଖାଦ୍ୟରେ ଫାଷ୍ଟଫୁଡ୍, ଜଙ୍କ୍ ଫୁଡ୍ ଏବଂ ସନ୍ତୁଳିତ ଖାଦ୍ୟର ପରିମାଣ ବୃଦ୍ଧି ପାଉଛି, ଯାହା କେବଳ କୋଲୋନ୍ କର୍କଟ ନୁହେଁ ଅନ୍ୟ ପ୍ରକାରର କର୍କଟ ରୋଗ ମଧ୍ୟ ସୃଷ୍ଟି କରୁଛି ।