ହାଇଦ୍ରାବାଦ:ବ୍ରାଜିଲ୍ରୁ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏକ ମାରାତ୍ମକ ରୋଗ ଯୋଗୁଁ ଗୋଟିଏ ପରିବାରର ମୁଖ୍ୟଙ୍କ ସହିତ 3ଜଣଙ୍କ ମୃତ୍ୟୁ ହୋଇଛି । 3ଜଣ ଛୁଆଙ୍କ ମୃତ୍ୟୁ ପରେ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଛି । 53 ବର୍ଷୀୟ ରେଗିସ୍ ଫିଟୋସା ମୋଟା ଏକ ରୋଗରେ ପୀଡିତ ଥିଲେ ଯାହାକି ଏକ ବଂଶଗତ ରୋଗ ଅଟେ । ରେଗିସ ଜନ୍ମରୁ ହିଁ ଏହି ରୋଗରେ ପୀଡ଼ିତ ଥିଲେ । ଏହି ରୋଗ ହେଲେ କର୍କଟ ରୋଗ ହେବାର ସମ୍ଭାବନା ବହୁତ ଅଧିକା ରହିଥିଲା । ଏକ ଗଣମାଧ୍ୟମର ରିପୋର୍ଟରେ କୁହାଯାଇଛି ଯେ, ମାରାତ୍ମକ ରୋଗ ହେତୁ 2018ରୁ 2022 ମଧ୍ୟରେ ତିନି ପିଲାଙ୍କର ମୃତ୍ୟୁ ହୋଇଥିଲା । ନିକଟରେ ପିତାଙ୍କର ମଧ୍ୟ ମୃତ୍ୟୁ ହୋଇଛି ।
ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରେଜିସ୍ଙ୍କୁ ଜନ୍ମ ସମୟରୁ ହିଁ ଲି' ଫ୍ରୋମେନି ସିଣ୍ଡ୍ରୋମ୍ ରୋଗ ହୋଇଥିଲା । ଡାକ୍ତରଙ୍କ କହିବା ଅନୁସାରେ, ଏହା ଏକ ବିରଳ ରୋଗ । ଏହି ରୋଗ ହେବା ଦ୍ବାରା ମହିଳାମାନଙ୍କଠାରେ କ୍ୟାନ୍ସର ଟ୍ୟୁମର ହେବାର ସମ୍ଭାବନା 90 ପ୍ରତିଶତ ଏହଂ ପୁରୁଷମାନଙ୍କଠାରେ 70 ପ୍ରତିଶତ ବୃଦ୍ଧି ପାଇଥାଏ । ଏହି ବିରଳ ରୋଗ ହେତୁ ପ୍ରଭାବିତ ବ୍ୟକ୍ତିଙ୍କୁ ତାଙ୍କ ସାରା ଜୀବନରେ ଏକ ବା ଏକାଧିକ ପ୍ରକାରର କର୍କଟ ରୋଗ ହେବାର ଆଶଙ୍କା ରହିଥାଏ । ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଏହି ରୋଗ ବଂଶାନୁଗତ ହୋଇଥିବାରୁ ପରିବାରର ଅନ୍ୟ ସମସ୍ତଙ୍କୁ ମଧ୍ୟ ହେବାର ସମ୍ଭାବନା ଅଧିକ ରହିଥାଏ । ଏହି ରୋଗ ପ୍ରଥମେ 1969ରେ ଚିହ୍ନଟ ହୋଇଥିଲା। ଡାକ୍ତର ଫ୍ରେଡେରିକ୍ ଲି' ଏବଂ ଡାକ୍ତର ଜୋସେଫ୍ ଫ୍ରୁମେନି ଏହି ରୋଗ ଆବିଷ୍କାର କରିଥିଲେ ।