ହାଇଦ୍ରାବାଦ:ମସ୍ତିଷ୍କ ହେଉଛି ଆମ ଶରୀରର ନିୟନ୍ତ୍ରକ । ଏଥିରେ କୌଣସି ସମସ୍ୟା ସମଗ୍ର ଶରୀରର ସ୍ୱାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇପାରେ । ପରିବର୍ତ୍ତିତ ଜୀବନଶୈଳୀ ସହ ବ୍ୟସ୍ତବହୁଳ ଜୀବନ କାରଣରୁ ଲୋକେ ଅନେକ ରୋଗର ଶିକାର ହେଉଛନ୍ତି । ଏହି କାରଣରୁ ସମସ୍ତ ଲୋକଙ୍କୁ ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ ଅନେକ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ଖାଦ୍ୟପେୟ ଅଭ୍ୟାସ ଯାହା ସମଗ୍ର ଶରୀରକୁ ପ୍ରଭାବିତ କରିଥାଏ, ବ୍ରେନ ଫଗ ସମସ୍ୟା ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ ।
ବ୍ରେନ ଫଗ୍ ଏକ ରୋଗ ନୁହେଁ, ଏହା ଅନ୍ୟାନ୍ୟ ରୋଗର ଏକ ରୂପ । ଯଦିଓ ଏହାର କୌଣସି ବୈଜ୍ଞାନିକ ଶବ୍ଦ ନାହିଁ ତଥାପି ଏହାକୁ ମସ୍ତିଷ୍କ ବିଭାଗରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ରୋଗ ହେଲେ ସ୍ମୃତି ଶକ୍ତି ହରାଇବା, ମାନସିକ ସ୍ୱଚ୍ଛତାର ଅଭାବ, ଏକାଗ୍ରତାରେ ଅସୁବିଧା ଇତ୍ୟାଦି ଲକ୍ଷଣ ଦେଖାଯାଇଥାଏ । ତେବେ କିଛି ଅନୁସନ୍ଧାନରୁ ଜଣାପଡିଛି ଯେ, କୋରୋନା ସଂକ୍ରମଣର ଶିକାର ହୋଇଥିଲେ ମଧ୍ୟ ବ୍ରେନ ଫଗ ହେବାର ଆଶଙ୍କା ଅଧିକ ଥାଏ ।
ବ୍ରେନ ଫଗର ଲକ୍ଷଣ:ବ୍ରେନ ଫଗର ସମସ୍ୟା ବୟସ୍କଙ୍କ ଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ହୋଇପାରେ, ଅତ୍ୟଧିକ ଚାପ, ଖରାପ ଖାଦ୍ୟ, ନିଦ୍ରା ଅଭାବ ଏବଂ କିଛି ଔଷଧ ସେବନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । କୋରୋନା ଭାଇରସ ମଧ୍ୟ କେତେକ କ୍ଷେତ୍ରରେ ମସ୍ତିଷ୍କକୁ କ୍ଷତି ପହଞ୍ଚାଇ ବ୍ରେନ ଫଗ ହୋଇଥାଏ ବୋଲି ଜଣାପଡିଛି ।
କେତେକ ଅଧ୍ୟୟନରେ ଏହାମଧ୍ୟ ଜୋର ଦିଆଯାଇଛି ଯେ, ଯେଉଁମାନେ କମ୍ପ୍ୟୁଟରରେ ବହୁତ ସମୟ ବିତାଉଛନ୍ତି ସେମାନଙ୍କ ଠାରେ ଏହି ସମସ୍ୟା ଦେଖା ଦେଇପାରେ । ବ୍ରେନ ଫଗରେ ପୀଡିତ ଲୋକଙ୍କର ବିଭିନ୍ନ ଲକ୍ଷଣ ହୋଇପାରେ ।
- ନିଦ୍ରାହୀନତା - ଅନିଦ୍ରା ଏବଂ ମୁଣ୍ଡବିନ୍ଧା
- ଶକ୍ତି ହ୍ରାସ ଅଥବା ଥକ୍କାପଣ
- କୌଣସି କଥା ମନେ ନରହିବା
- ଏକାଗ୍ରତା ନରହିବା
- ଏକୁଟିଆ ଅନୁଭବ କରିବା
- ବାରମ୍ବାର କ୍ରୋଧ ଆସିବା
କ'ଣ ପାଇଁ ହୋଇଥାଏ ଏହି ସମସ୍ୟା: ଏକ ସେଲ୍ୟୁଲାର୍ ସ୍ତରରେ, ବ୍ରେନ ଫଗ ପ୍ରଦାହ ଏବଂ ମସ୍ତିଷ୍କରେ ଥିବା ହରମୋନ୍ ପରିବର୍ତ୍ତନ ଦ୍ୱାରା ଘଟିଥାଏ ବୋଲି କୁହାଯାଏ । ଯାହା ମନୋବଳ, ଶକ୍ତି ଏବଂ ଧ୍ୟାନ ନିର୍ଣ୍ଣୟ କରିଥାଏ । ଅସନ୍ତୁଳିତ ସ୍ତରର ହରମୋନ୍ ସମଗ୍ର ପ୍ରକ୍ରିୟାରେ ବ୍ୟାଘାତ ସୃଷ୍ଟି କରିଥାଏ । ଏହା ବ୍ୟତୀତ ବ୍ରେନ ଫଗ ସିଣ୍ଡ୍ରୋମ ମେଦବହୁଳତା, ଅସ୍ୱାଭାବିକ ଋତୁସ୍ରାବ ଏବଂ ମଧୁମେହ ଭଳି ଅନ୍ୟ ରୋଗ ମଧ୍ୟ ସୃଷ୍ଟି କରିପାରେ । ଯେଉଁମାନଙ୍କର ଆସ୍ଥମା କିମ୍ବା ଆଲର୍ଜି ଥାଏ କିମ୍ବା ଯେଉଁମାନେ ମାନସିକ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥାଆନ୍ତି ସେମାନଙ୍କ ନିକଟରେ ବ୍ରେନ ଫଗ ସମସ୍ୟା ଦେଖାଯାଇଥାଏ ।
ଖାଦ୍ୟ ଏବଂ ନିଦ ପ୍ରତି ଧ୍ୟାନ ଦେବା ଆବଶ୍ୟକ:ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ବ୍ରେନ ଫଗ କାହାରିକୁ ମଧ୍ୟ ହୋଇପାରେ । ଏହାକୁ ରୋକିବା ପାଇଁ ସମସ୍ତେ ଧ୍ୟାନ ଦେବା ଉଚିତ୍ । ଖରାପ ଜୀବନଶୈଳୀ ବିଶେଷତଃ ନିଦ୍ରା ଅଭାବର ମୁଖ୍ୟ କାରଣ ହୋଇପାରେ । ନିଦ୍ରାର ଅଭାବ ଆମ ମସ୍ତିଷ୍କ କୋଷଗୁଡ଼ିକ ମଧ୍ୟରେ କମ୍ୟୁନିକେସନକୁ ବାଧା ଦେଇଥାଏ, ଯାହା ଚିନ୍ତାଧାରାରେ ପ୍ରଭାବ ପକାଇପାରେ । ସେହିଭଳି ଗବେଷଣାରୁ ଜଣାପଡିଛି ଯେ, ଉଚ୍ଚ ଚିନିଯୁକ୍ତ ଖାଦ୍ୟର ବ୍ୟବହାରକୁ ମସ୍ତିଷ୍କରେ ପ୍ରଦାହ ସହିତ ଜଡିତ, ଯାହା ସ୍ମୃତିର ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ ବ୍ରେନ ଫଗ ହେବାର ଆଶଙ୍କା ମଧ୍ୟ ଥାଏ ।
ଜୀବନଶୈଳୀରେ ଏହି ପରିବର୍ତ୍ତନ ଆବଶ୍ୟକ:ଜୀବନଶୈଳୀକୁ ଠିକ୍ ରଖିବା ଦ୍ୱାରା ମସ୍ତିଷ୍କ ସହିତ ସମଗ୍ର ଶରୀର ସୁସ୍ଥ ରହିପାରିବ ।
- କମ୍ପ୍ୟୁଟର ଏବଂ ମୋବାଇଲ୍ ଫୋନରେ କମ୍ ସମୟ ବିତାଇବା ଆବଶ୍ୟକ
- ସକରାତ୍ମକ ଚିନ୍ତା ଏବଂ ଚାପ କମାଇବାକୁ ଚେଷ୍ଟା କରିବା ଆବଶ୍ୟକ
- ପୃଷ୍ଟିକର ଖାଦ୍ୟ ଖାଇବା ସହ ଅଧିକ ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଖାଇବା ଆବଶ୍ୟକ
- ରାତିରେ 7-8 ଘଣ୍ଟା ଶୋଇବା ଅତ୍ୟନ୍ତ ଜରୁରୀ
- ନିୟମିତ ବ୍ୟାୟାମ କରିବାର ଅଭ୍ୟାସ କରିବା ଉଚିତ୍
- ମଦ୍ୟପାନ, ଧୂମପାନ ଏବଂ କଫିର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରୁହନ୍ତୁ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ