ନୂଆଦିଲ୍ଲୀ: ଡାକ୍ତରଙ୍କ କହିବାନୁସାରେ, ମୁଣ୍ଡବିନ୍ଧା(Headache), ସାଧାରଣତଃ ଅବହେଳିତ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଗୋଟିଏ, ମସ୍ତିଷ୍କରେ ସିଷ୍ଟ(cyst in the brain) ଭଳି ଏକ ଗମ୍ଭୀର ଅବସ୍ଥାକୁ ସୂଚାଇପାରେ । ମସ୍ତିଷ୍କ ସିଷ୍ଟସ୍(Brain cysts) ହେଉଛି ତରଳ ଭର୍ତ୍ତି ଥଳି ଯାହା ମସ୍ତିଷ୍କରେ ତରଳ ପଦାର୍ଥ ସୃଷ୍ଟି କାରଣରୁ ଦେଖାଯାଏ । ପ୍ରାୟ 1.2 ପ୍ରତିଶତ ଲୋକ ମସ୍ତିଷ୍କ ସିଷ୍ଟ ଦ୍ୱାରା ପ୍ରଭାବିତ ହୁଅନ୍ତି । ଭାରତର ଜନସଂଖ୍ୟା 1.3 ବିଲିୟନ ଥିବାରୁ ଏହା ଏକ ବୃହତ ସଂଖ୍ୟା ବୋଲି ଗାଜିଆବାଦର ଭୈଶାଳି ସ୍ଥିତ ମ୍ୟାକ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲର ନ୍ୟୁରୋ ସର୍ଜରୀ ବିଭାଗର ନିର୍ଦ୍ଦେଶକ ଡାକ୍ତର ମନୀଷ ବୈଷ୍ କହିଛନ୍ତି ।
ସିଷ୍ଟସ୍ ପ୍ରାୟତଃ ପିଲାମାନଙ୍କଠାରେ ଦେଖାଯାଇଥାଏ । ସେହିପରି ବୟସ୍କଙ୍କ ଠାରେ ମଧ୍ୟ ବ୍ରେନ ସିଷ୍ଟସ୍ ଦେଖାଦେଉ ଥିବାବେଳେ ମହିଳାଙ୍କ ତୁଳନାରେ 59 ପ୍ରତିଶତ ପୁରୁଷଙ୍କର ବ୍ରେନ ସିଷ୍ଟସ୍ ହୋଇଥାଏ ବୋଲି ଡାକ୍ତର ବୈଶ କହିଛନ୍ତି । ମସ୍ତିଷ୍କ ସିଷ୍ଟର ଲକ୍ଷଣ ଏହାର ଅବସ୍ଥାନ ଏବଂ ଆକାର ଉପରେ ନିର୍ଭର କରେ । ବେଳେବେଳେ ଛୋଟ ସିଷ୍ଟସ୍ କୌଣସି ଲକ୍ଷଣ ଦେଖାଇ ନ ପାରେ କିନ୍ତୁ ସେମାନଙ୍କ ଆକାର ବଢିବା ପରେ ଅନେକ ସମୟରେ ଅସୁବିଧା ସୃଷ୍ଟି କରିଥାଏ ।