ଓଡିଶା

odisha

ETV Bharat / sukhibhava

Fitness Tips: ସନ୍ଧ୍ୟା 6ଟାରେ ଡିନର, 9.30ରେ ଶୁଅନ୍ତି ଅନୁଷ୍କା, ଖୋଲିଲେ ଫିଟନେସ ରାଜ - ଅନୁଷ୍କା ଶର୍ମାଙ୍କ ଡାଏଟ ଚାର୍ଟ

ନିଜକୁ ଫିଟ୍ ରଖିବା ପାଇଁ ଅନୁଷ୍କା ଶର୍ମା କଠିନ ପରିଶ୍ରମ କରନ୍ତି । ତେବେ ସେ କାହିଁକି ସନ୍ଧ୍ୟା 6ଟାରେ ଡିନର କରନ୍ତି ଏବଂ ରାତି 9.30ରେ ଶୁଅନ୍ତି ସେ ବିଷୟରେ ଏକ ଇଭେଣ୍ଟରେ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

Anushka Sharma Fitness Tips
Anushka Sharma Fitness Tips

By

Published : Jun 8, 2023, 2:11 PM IST

ମୁମ୍ବାଇ:ଫିଟ୍ ରହିବା ଏବଂ ଶାରୀରିକ ସୁନ୍ଦରତା ବଜାୟ ରଖିବା ପାଇଁ ବର୍ତ୍ତମାନର ଯୁବପିଢି ଶତ ଚେଷ୍ଟିତ । ଏଥିପାଇଁ କିଏ ଜିମ ଯାଉଛି ତ ଆଉ କିଏ ଖାଦ୍ୟ କମାଇ ଥାଆନ୍ତି । ଏହାସହ ଆଉ କିଏ କିଏ ସେଲିବ୍ରିଟିମାନଙ୍କର ଡାଏଟଚାଟକୁ ଆପଣେଇ ଥାଆନ୍ତି । ସେଲିବ୍ରିଟିମାନେ ନିଜକୁ ଫିଟ୍ ଏବଂ ସୁସ୍ଥ ରଖିବା ପାଇଁ କଠିନ ପରିଶ୍ରମ କରିବା ସହ ଖାଦ୍ୟରେ ମଧ୍ୟ କଟକଣା ରଖିଥାଆନ୍ତି । ଶରୀର ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଅନେକ ପଦ୍ଧତି ଆପଣେଇ ଥାଆନ୍ତି । ସେମାନଙ୍କ ଫିଗର ଦେଖି ତାଙ୍କ ଭଳି ହେବା ପାଇଁ ସମସ୍ତେ ଚାହାନ୍ତି । ହେଲେ ସେହି ପଦ୍ଧତି ବା ଉପାୟ ଜଣାପଡେ ନାହିଁ ।

ଫିଟ ଅଭିନେତ୍ରୀଙ୍କ ମଧ୍ୟରେ ଅନୁଷ୍କା ଶର୍ମା ଅନ୍ୟତମ । ମାଆ ହେବା ପରେ ମଧ୍ୟ ସେ କଠିନ ପରିଶ୍ରମ କରି ପୂର୍ବ ପରି ନିଜକୁ ଫିଟ ରଖିପାରିଛନ୍ତି । ଏହାର ରାଜ ଯେତିକି ବ୍ୟାୟାମ ସେତିକି ଡିନର ଟାଇମ ମଧ୍ୟ ରହିଛି । ଏକ ଇଭେଣ୍ଟ ସମୟରେ ଅନୁଷ୍କା ତାଙ୍କ ରାତ୍ରୀ ଭୋଜନ ସମୟ କହିଥିଲେ, ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେହି ସମୟକୁ ରାତ୍ରୀ ଭୋଜନର ସମୟ ମଧ୍ୟ କହିବା କଷ୍ଟକର ଅଟେ ।

କାହିଁକି ଶୀଘ୍ର ରାତ୍ରୀଭୋଜନ କରନ୍ତି ଅନୁଷ୍କା ?: ନିକଟରେ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲିଙ୍କ ସହ ଏକ ଇଭେଣ୍ଟରେ ପହଞ୍ଚିଥିଲେ । ସେ ବହୁତ ଫିଟ୍ ଦେଖାଯାଉଥିଲେ । ଏହି ସମୟରେ, ଯେତେବେଳେ ତାଙ୍କୁ ତାଙ୍କ ଫିଟନେସ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ସନ୍ଧ୍ୟା 5:30 ରୁ 6 ଟା ମଧ୍ୟରେ ସେ ରାତ୍ରିଭୋଜନ କରିବା ସହ କୌଣସି ପ୍ରକାରେ ରାତି 9ଟା 30 ସୁଦ୍ଧା ଶୋଇବାକୁ ଯାଇଥାଆନ୍ତି । ଗ୍ରୀଷ୍ମ ଦିନରେ ସୂର୍ଯ୍ୟ ଅସ୍ତ ପୂର୍ବରୁ ସେ ଡିନର କରିବା କଥା କହିଛନ୍ତି ।

ଦିନରେ କେତେବେଳେ ଖାଆନ୍ତି ବିରାଟଙ୍କ ପତ୍ନୀ: ତାଙ୍କ ଜୀବନଶୈଳୀ ବିଷୟରେ ଅନୁଷ୍କା ଶର୍ମା କହିଛନ୍ତି, "ମୁଁ ମୋର ଖାଇବା ସମୟକୁ ବଦଳାଇ ଦେଇଛି । ମଧ୍ୟାହ୍ନ ଭୋଜନ ସକାଳ 11 ଟାରୁ 11ଟା30 ଭିତରେ ସମାପ୍ତ ହୋଇଥାଏ । ଡିନର ମଧ୍ୟ ଶୀଘ୍ର ଖାଇଥାଏ । ଏଥିରେ ମୋତେ ଗୋଟିଏ ନୁହେଁ ଅନେକ ଫାଇଦା ହୋଇଥାଏ।" ତେବେ ଶୀଘ୍ର ରାତ୍ରି ଭୋଜନ କରିବା ଦ୍ବାରା କେଉଁ କେଉଁ ଫାଇଦା ହୋଇଥାଏ ସେ ବିଷୟରେ ମଧ୍ୟ ସେ ସୂଚନା ଦେଇଛନ୍ତି।

ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରୀ ଭୋଜନ କରିବାର ଫାଇଦା:

ରିଲାକ୍ସ ଲାଗିଥାଏ

ନିଦ ସମସ୍ୟା ଦୂର ହୋଇଥାଏ

ଚିନ୍ତା ଦୂର ହୁଏ

ସକାଳୁ ଜଲଦି ଉଠିବା ଫଳରେ ରିଫ୍ରେସ ଲାଗିଥାଏ

ମନ ପ୍ରଫୁଲ ରହୁଥାଏ

ଶରୀରକୁ ଶକ୍ତି ମିଳିଥାଏ

କୌଣସି କାର୍ଯ୍ୟ କରିଲା ବେଳେ ଫୋକସ ରହିଥାଏ

ଅନୁଷ୍କା ଶର୍ମାଙ୍କ ଫିଟନେସ ମନ୍ତ୍ର: ଅନୁଷ୍କା ଶର୍ମାଙ୍କ କହିବା ଅନୁସାରେ, ସବୁ ସେଲିବ୍ରିଟିଙ୍କର ଡାଏଟ ଚାଟ ଅଲଗା ହୋଇଥାଏ । ସେମାନେ ଡାକ୍ତରଙ୍କ ପରାମର୍ଶ ଅନୁସାରେ, ନିଜ ଡାଏଟ ଚାଟ ପ୍ରସ୍ତୁତ କରିଥାଆନ୍ତି । ନିଜକୁ ଫିଟ ଆଣ୍ଡ ଫାଇନ ରଖିବାକୁ ହେଲେ ନିଜର ସ୍ବତନ୍ତ୍ର ଏକ ଡାଏଟ ଚାଟ ପ୍ରସ୍ତୁତ କରିବାକୁ ହେବ । ଖାଇବା ସହ ବ୍ୟାୟାମ ମଧ୍ୟ ଜରୁରୀ ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details