ହାଇଦ୍ରାବାଦ:ଆଉ କିଛିଦିନ ପରେ ଆସିବାକୁ ଯାଉଛି ବ୍ଲୁବେରି ବା ଜାମୁକୋଳିର ସିଜିନ୍ । ରାସ୍ତା-ଘାଟ, ବଣ-ଜଙ୍ଗଲ ଏବଂ ଘରବାଡିରେ ଏହି ଫଳର ସୁନ୍ଦର ସୌରଭ ଦେଖିବାକୁ ମିଳିବ । ଜାଣନ୍ତି କି ଏହି ଫଳରେ ଅନେକ ରୋଗ ଉପଶମକାରୀ ଗୁଣ ଭରି ରହିଛି ? ଆଜ୍ଞା ହଁ, ଫଳ ଯେତିକି ସ୍ୱାଦିଷ୍ଟ ତା'ଠୁ ଅଧିକ ଔଷଧୀୟ ଗୁଣରେ ଭରା । ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଶରୀରର ବିଭିନ୍ନ କାର୍ଯ୍ୟ ପାଇଁ ଆବଶ୍ୟକ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଥିବାରୁ ଏହା ଶରୀରର ଅନେକ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ ଏହା କେଉଁ ପ୍ରକାରରେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, ଜାଣନ୍ତୁ...
ଏହି ଫଳ ଖାଇବାର ଅନେକ ଲାଭ ଅଛି । ଏହି ଫଳ ଓଜନ ହ୍ରାସ ସାଙ୍ଗକୁ ହୃଦୟ ସ୍ବାସ୍ଥ୍ୟ ସମସ୍ୟା ଦୂର କରେ ଏବଂ ଏଥିରେ ସାଲିସିଲିକ୍ ଏସିଡ୍ ନାମକ ଏକ ଉପାଦାନଥିବାରୁ, ଏହା ପିମ୍ପଲ୍ ଏବଂ ବ୍ରଣ ଭଳି ସମସ୍ୟାକୁ ଦୂରେଇ ରଖିଥାଏ । ନିମ୍ନରେ ଏ ବାବଦରେ ଅଧିକ ଆଲୋଚନା କରାଯାଇଛି ।
ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟକାରୀ: ଅନେକ ଅଧ୍ୟୟନ ଦାବି କରିଛି ଯେ, ବ୍ଲୁବେରି ଖାଇବା ଦ୍ୱାରା ନିମ୍ନ ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ହୃଦରୋଗ ହେବାର ଆଶଙ୍କା କମିଯାଏ । ଯଦି ଏହି ଫଳକୁ ପ୍ରତିଦିନ ସୀମିତ ପରିମାଣରେ ଖାଆନ୍ତି, ତେବେ ଏହା ରକ୍ତ ନଳୀକୁ ଆରାମ ଦେଇ ପ୍ରଦାହକୁ ହ୍ରାସ କରେ । ଯାହାଫଳରେ ହୃଦଘାତ ଆଶଙ୍କା ବହୁ ମାତ୍ରାରେ ଦୂର ହୋଇପାରେ ।
ମସ୍ତିଷ୍କ କାର୍ଯ୍ୟକୁ ବୃଦ୍ଧିକରେ:ବ୍ଲୁବେରି ଫଳଗୁଡ଼ିକ ଫ୍ଲାଭୋନାଏଡରେ ଭରପୂର । ଫ୍ଲାଭୋନାଏଡ୍ ହେଉଛି ଆଣ୍ଟିଅକ୍ସିଡାଣ୍ଟର ଏକ ଗୋଷ୍ଠୀ ଯାହାକି ଜ୍ଞାନଗତ କାର୍ଯ୍ୟରେ ଉନ୍ନତି ଆଣିବା ଏବଂ ମସ୍ତିଷ୍କ କୋଷ ଗୁଡ଼ିକୁ କ୍ଷତିରୁ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ । କେତେକ ଅଧ୍ୟୟନରୁ ଜଣାପଡିଛି ଯେ, ବ୍ଲୁବେରି ଖାଇବା ଦ୍ୱାରା ସ୍ମୃତି ଶକ୍ତି ବୃଦ୍ଧିପାଏ ।