ଓଡିଶା

odisha

By

Published : Mar 25, 2023, 7:12 PM IST

ETV Bharat / sukhibhava

Bleeding During Pregnancy: ଗର୍ଭାବସ୍ଥାରେ ରକ୍ତସ୍ରାବ କେତେ କ୍ଷତିକାରକ, ଜାଣନ୍ତୁ

ଗର୍ଭାବସ୍ଥାରେ ବ୍ଲିଡିଂ(ରକ୍ତସ୍ରାବ) କେତେ କ୍ଷତି ପହଞ୍ଚାଏ, ନା ଏହାର କୌଣସି କୁପ୍ରଭାବ ନଥାଏ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

Etv Bharat
Etv Bharat

ହାଇଦ୍ରାବାଦ: ଗର୍ଭାବସ୍ଥାରେ ଅନେକ ମହିଳା ବ୍ଲିଡିଂ(ରକ୍ତସ୍ରାବ) ସମସ୍ୟାର ସମ୍ମୁଖୀନ ହୁଅନ୍ତି । ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜି ଇନଫର୍ମେଶନ ଦ୍ବାରା ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ପ୍ରତି ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ଗର୍ଭଧାରଣର ପ୍ରଥମ ତିନି ମାସରେ ରକ୍ତସ୍ରାବର ଅନୁଭବ କରନ୍ତି । ପ୍ରଥମ ତିନିମାସରେ ଏପରି ହେବାର ଅଧିକ ସମ୍ଭାବନା ଥାଏ । ତେବେ ଏହା ଗର୍ଭାବସ୍ଥା ସମୟରେ କେତେ କ୍ଷତି ପହଞ୍ଚାଏ, ନା ଏହାର କୌଣସି କୁପ୍ରଭାବ ନଥାଏ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ସମୟରେ ଅନେକ ମହିଳା ଲାଲ ରଙ୍ଗର ରକ୍ତସ୍ରାବ ସହ ଫିକା ବାଦାମୀ ରଙ୍ଗର ଦାଗ ଅନୁଭବ କରିପାରନ୍ତି । ଏହି ସମସ୍ୟା ଗୋଟିଏ ଦିନରୁ ଅନେକ ସପ୍ତାହ ପର୍ଯ୍ୟନ୍ତ ରହିପାରେ । ଗର୍ଭାବସ୍ଥାରେ ରକ୍ତସ୍ରାବ ଏବଂ ଦାଗ ମଧ୍ୟରେ ପାର୍ଥକ୍ୟ ହେଉଛି, କେବଳ ଅଳ୍ପ ବୁନ୍ଦା ରକ୍ତ ଅନ୍ତଃ ବସ୍ତ୍ର ଉପରେ ପଡ଼ିବା ଏବଂ ରକ୍ତସ୍ରାବ ସମ୍ପୂର୍ଣ୍ଣ ଋତୁସ୍ରାବ ଭଳି ହୋଇଥାଏ ।

ଏହାର କାରଣ କ'ଣ

ଗର୍ଭାବସ୍ଥାରେ ରକ୍ତସ୍ରାବର ବିଭିନ୍ନ କାରଣ ଅଛି ଯେପରିକି-

ବୟସ ବୃଦ୍ଧି ସମୟରେ ଗର୍ଭଧାରଣ

ପୂର୍ବରୁ ସିଜରିଆନ୍ ପ୍ରସବ

ଧୂମପାନ

ଉଚ୍ଚ ରକ୍ତଚାପ

ପୂର୍ବରୁ ଯୌନ ସଂକ୍ରମଣ

ମଧୁମେହ ପରି ସ୍ୱାସ୍ଥ୍ୟ ସମସ୍ୟା

ଏହା ମଧ୍ୟ ପଢନ୍ତୁ:-ଭାରତୀୟ ଯୁବପିଢିଙ୍କର ମସ୍ତିଷ୍କାଘାତ ଗତ 10 ବର୍ଷରେ ଦୁଇଗୁଣା ବଢିଛି: ସ୍ବାସ୍ଥ୍ୟ ବିଶେଷଜ୍ଞ

ଗର୍ଭାବସ୍ଥାର ପ୍ରଥମ ତିନି ମାସରେ ରକ୍ତସ୍ରାବ

ରିପୋର୍ଟ ଅନୁଯାୟୀ, ପ୍ରଥମ ତିନି ମାସରେ ରକ୍ତସ୍ରାବର କାରଣ ଜାଣିବା ପାଇଁ ସାଧାରଣତଃ ଶାରୀରିକ ପରୀକ୍ଷା, ରକ୍ତ ପରୀକ୍ଷା କିମ୍ବା ଯୌନ ସଂକ୍ରମଣ ପରୀକ୍ଷା ଆବଶ୍ୟକ ହୋଇଥାଏ । ବାରମ୍ବାର ରକ୍ତ ପରୀକ୍ଷା ପରିବର୍ତ୍ତିତ hCG (ହ୍ୟୁମାନ୍ କୋରିୟୋନିକ୍ ଗୋନାଡୋଟ୍ରୋପିନ୍) ହରମନ୍ ସ୍ତର ଉପରେ ନଜର ରଖିବାରେ ସାହାଯ୍ୟ କରିଥାଏ, ଯାହା ଗର୍ଭଧାରଣ ଆଗକୁ ରହିବ କି ନାହିଁ ତାହା ସ୍ଥିର କରିଥାଏ । ପ୍ରୋଜେଷ୍ଟେରନ୍ ଏବଂ Rh ଫ୍ୟାକ୍ଟର୍(ଲୋହିତ ରକ୍ତ କଣିକା ପୃଷ୍ଠରେ ଥିବା ଏକ ପ୍ରୋଟିନ୍) ମଧ୍ୟ ପରୀକ୍ଷା କରାଯାଇପାରେ ।

ଶେଷ ତ୍ରୟମାସିକର ରକ୍ତସ୍ରାବକୁ ଗମ୍ଭୀରତାର ସହ ନିଅନ୍ତୁ

ଗର୍ଭାବସ୍ଥାର ଦ୍ୱିତୀୟ ଏବଂ ତୃତୀୟ ତ୍ରୟମାସିକରେ ରକ୍ତସ୍ରାବ ମଧ୍ୟ ଏକ ଚିନ୍ତାର କାରଣ ହୋଇପାରେ । ରକ୍ତସ୍ରାବର କେତେକ କାରଣ କ୍ଷତିକାରକ ନୁହେଁ, କିନ୍ତୁ କେତେକ ବିପଦପୂର୍ଣ୍ଣ ହୋଇପାରେ । ଯଦି ଶେଷ ତିନି ମାସ ଅର୍ଥାତ୍ 6ରୁ 9 ମାସ ମଧ୍ୟରେ ଅତ୍ୟଧିକ ରକ୍ତସ୍ରାବର ସମ୍ମୁଖୀନ କରୁଛନ୍ତି, ତେବେ ବିଳମ୍ବ ନକରି ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତି । ଗର୍ଭଧାରଣର ଅବଧି, ମାଆ ଏବଂ ଶିଶୁର ସ୍ୱାସ୍ଥ୍ୟ ଆଧାରରେ ଏହାର ଚିକିତ୍ସା ନିର୍ଣ୍ଣୟ କରାଯାଏ ।

Disclaimer:ଉପରିସ୍ଥ ସମସ୍ତ ବିବରଣୀ କେବଳ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ସ୍ବାସ୍ଥ୍ୟ ସମସ୍ୟା ପାଇଁ ଖାଦ୍ୟ କିମ୍ବା ସପ୍ଲିମେଣ୍ଟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ ।

ABOUT THE AUTHOR

...view details