ହାଇଦ୍ରାବାଦ: ଶରୀରକୁ ସୁସ୍ଥ ରଖିବା ପାଇଁ ଡାକ୍ତରମାନେ ସବୁଜ ପନିପରିବା ଖାଇବାକୁ ପରାମର୍ଶ ଦିଅନ୍ତି । ସବୁଜ ପନିପରିବା ଖାଇବା ଦ୍ୱାରା କେବଳ ସ୍ୱାସ୍ଥ୍ୟରେ ଉନ୍ନତି ହୁଏ ନାହିଁ, ବରଂ ଅନେକ ଗମ୍ଭୀର ରୋଗର ମୁକାବିଲା ପାଇଁ ମଧ୍ୟ ସାହାଯ୍ୟ ହୋଇଥାଏ । ଭାରତର ଲୋକମାନେ ବିଭିନ୍ନ ପନିପରିବା ଖାଆନ୍ତି । ପ୍ରତ୍ୟେକ ପନିପରିବାର ନିଜସ୍ୱ ଗୁଣ ଅଛି । ସବୁଜ ପନିପରିବା ମଧ୍ୟରେ କଲରା ମଧ୍ୟ ରହିଛି । ଯାହା ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି ନାହିଁ । କଲରା ଶରୀରରୁ ମଇଳା ଦୂର କରିବାରେ ସାହାଯ୍ୟ କରିଥାଏ । ତେବେ କାହିଁକି ପ୍ରତିଦିନ କଲରା ଖାଇବା ଉଚିତ୍ ଏବଂ ଶରୀର ପାଇଁ କେତେ ଉପକାରୀ ? ଜାଣନ୍ତୁ
ସ୍ୱାସ୍ଥ୍ୟ ପାଇଁ କଲରା କେତେ ଗୁରୁତ୍ୱପୂର୍ଣ୍ଣ?
1. ରକ୍ତରେ ଶର୍କରା ନିୟନ୍ତ୍ରଣ କରାଏ:ମଧୁମେହ କିମ୍ବା ହାଇ ବ୍ଲଡ୍ ପ୍ରେସର ରୋଗୀଙ୍କୁ ଡାକ୍ତରମାନେ ସର୍ବଦା କଲରା ଖାଇବାକୁ ପରାମର୍ଶ ଦିଅନ୍ତି । ଏହାର କାରଣ ଏହା ଖାଇବା ଦ୍ୱାରା ରକ୍ତରେ ଶର୍କରା ସ୍ତର କମିଥାଏ । କଲରା କେବଳ ଶର୍କରାକୁ ନିୟନ୍ତ୍ରଣ କରେ ନାହିଁ, ବରଂ ଶରୀରରେ ଏନର୍ଜୀ ସ୍ତରକୁ ମଧ୍ୟ ବଢାଇଥାଏ ।
2. ହଜମ ପ୍ରକ୍ରିୟା ଉନ୍ନତ କରେ: କଲରାରେ ଫାଇବର ଭଲ ପରିମାଣରେ ମିଳିଥାଏ । ଏହା ଖାଇବା ଦ୍ୱାରା ହଜମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଫାଇବର ଯୁକ୍ତ ଭରପୂର ଖାଦ୍ୟ ଖାଇବା ଦ୍ୱାରା ମଳତ୍ୟାଗ ସହଜ ହୋଇଥାଏ, ଯାହା ଦ୍ବାରା କୋଷ୍ଠକାଠିନ୍ୟ ହୁଏ ନାହିଁ।
3. ଯକୃତକୁ ସୁସ୍ଥ ରଖେ:କୁହାଯାଏ ଯେ କଲରା ମଧ୍ୟ ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ଯକୃତର କାର୍ଯ୍ୟରେ ଉନ୍ନତି ଆଣିବାରେ ସାହାଯ୍ୟ କରେ ଏବଂ ଏହାର ଡିଟୋକ୍ସଫିକେସନ୍ ପ୍ରକ୍ରିୟାକୁ ସମର୍ଥନ କରେ, ଯାହାଦ୍ୱାରା ଶରୀରର ପରିଷ୍କାରତାକୁ ପ୍ରୋତ୍ସାହିତ କରେ ।