ଓଡିଶା

odisha

ETV Bharat / sukhibhava

ସହଜ ହେବ କ୍ୟାନ୍ସର ଚିକିତ୍ସା, 3D ଟ୍ୟୁମର ମଡେଲର ବ୍ୟବହାର ଦ୍ବାରା ହେବ ସମ୍ଭବ ! - ଥ୍ରଡି ଟ୍ୟୁମର ମଡେଲ

ଏଣିକି ସହଜମ ଏବଂ କମ ସମୟରେ ହେବ କ୍ୟାନ୍ସର ଚିକିତ୍ସା। 3D ଟ୍ୟୁମର ମଡେଲର ବ୍ୟବହାର ଦ୍ବାରା ହେବ ସମ୍ଭବ। ଅଧିକ ପଢନ୍ତୁ

3D tumor models
3D tumor models

By ETV Bharat Odisha Team

Published : Oct 18, 2023, 11:47 AM IST

ହାଇଦ୍ରାବାଦ:ବିଶ୍ବରେ କର୍କଟ ରୋଗ ଏକ ଗମ୍ଭୀର ସମସ୍ୟା ଭାବେ ଉଭା ହୋଇଛି। ପ୍ରତିବର୍ଷ ରୋଗୀଙ୍କ ସଂଖ୍ୟା ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ସବୁ ବୟସର ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ପ୍ରତିବର୍ଷ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଜେନେଟିକ ସହିତ ଜୀବନଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଏହି ବିପଦକୁ ଆହୁରି ବୃଦ୍ଧି କରିଛି । ଏହାରି ଭିତରେ କର୍କଟ ରୋଗ ଏବଂ ରୋଗୀଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର ସାମ୍ନାକୁ ଆସିଛି । ସୁଲଭ ମୂଲ୍ୟରେ ଉତ୍ତମ କ୍ୟାନ୍ସର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ଉଦ୍ଭାବନ କରିଛନ୍ତି ନୂଆ ଟେକ୍ନିକ୍‌ ମଡେଲ ଥ୍ରୀ'ଡି ଟ୍ୟୁମର ମଡେଲ(3D tumor models) । ତେବେ ଏହା କ୍ୟାନ୍ସର ରୋଗୀଙ୍କ କ୍ଷେତ୍ରରେ ସୁଲଭ ଏବଂ ଶୀଘ୍ର ଚିକିତ୍ସା ହୋଇପାରିବ ବୋଲି କୁହାଯାଇଛି ।

କାନାଡାର ଓ୍ବାଟେରଲୋ ୟୁନିଭରସିଟିର ବୈଜ୍ଞାନିକମାନେ ଏହାର ଉଦ୍ଭାବନ କରିଛନ୍ତି । କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଏହାକୁ ସଫଳତାର ଚାବିକାଠି ବୋଲି କୁହାଯାଉଛି । ଥ୍ରୀ'ଡି ପ୍ରିଣ୍ଟେଡ୍‌ ମେଥଡରେ ତିଆରି ହୋଇଥିବା ଟ୍ୟୁମର ମଡେଲ କ୍ୟାନ୍ସର ସେଲର ଅଧ୍ୟୟନରେ ସହାୟକ ହେବ ବୋଲି ଜଣାପଡିଛି । ତେବେ ଏଥିରେ ମାଇକ୍ରୋଫ୍ଲୁଟିକ ଚିପ୍‌ ଏବଂ ଉନ୍ନତ ବାୟୋପ୍ରିଣ୍ଟିଂ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଏଣିକି 7 ମିନିଟରେ ହେବ କ୍ୟାନ୍ସର ଚିକିତ୍ସା, ବ୍ରିଟେନରେ ବାହାରିଲା ପ୍ରଥମ ଇଞ୍ଜେକ୍ସନ

ଅନୁସନ୍ଧାନକାରୀଙ୍କ କହିବା ଅନୁସାରେ, ପାରମ୍ପରିକ ଭାବେ ବ୍ୟବହୃତ ବାୟୋପ୍ସି ପ୍ରଣାଳୀ 2D ଟ୍ୟୁମର ସାମ୍ପଲ ଯୋଗାଇଥାଏ । ଯାହା କ୍ୟାନ୍ସରର ଗଭୀରତାକୁ ଜାଣିବାରେ କଷ୍ଟକର ହୋଇଥାଏ । ତେଣୁ 3D ମଡ୍ୟୁଲ୍‌ ବିକଶିତ କରାଇଥିବା ନେଇ ବୈଜ୍ଞାନିକମାନେ କହିଛନ୍ତି । ଏହାଦ୍ବାରା ଟ୍ୟୁମର ଏବଂ କ୍ୟାନ୍ସର ବିଷୟରେ ସହଜରେ ଜାଣି ହେବ । ଏହାସହ ଷ୍ଟେଜ୍‌କୁ ମଧ୍ୟ ସହଜରେ ଜାଣି ହୋଇପାରିବ । ଏହି ଟେକ୍ନିକ୍‌ ଏକରୁ ଅଧିକ କ୍ୟାନ୍ସର ସେଲ୍‌ ରହିଥିବା ଟ୍ୟୁମର ପାଇଁ ସହାୟକ ହେବ ବୋଲି କୁହାଯାଇଛି । ତେବେ ଏହି ସାମ୍ପଲରେ ବିଭିନ୍ନ ପ୍ରକାର କେମୋଥେରାପି ଡ୍ରଗ୍ସର ଟେଷ୍ଟ ମଧ୍ୟ କରାଯାଇ ପାରିବ ।

କହିରଖୁଛୁ କି, ନିକଟରେ 7 ମିନିଟରେ କ୍ୟାନ୍ସର ଚିକିତ୍ସା ସମ୍ଭବ କରାଇବା ନେଇ ବ୍ରିଟେନ୍‌ର ବୈଜ୍ଞାନିକମାନେ ପ୍ରଥମ ଇଞ୍ଜେକ୍ସନ୍‌ ବାହାର କରିଥିଲେ । ପ୍ରଥମ ଥର କରି ବ୍ରିଟେନ୍‌ ଏଭଳି ଚିକିତ୍ସା ପ୍ରଣାଳୀ ବାହାର କରିଛି । ବ୍ରିଟେନର ସରକାରୀ ସ୍ୱାସ୍ଥ୍ୟ ସେବା (NHS) ହେଉଛି ବିଶ୍ୱର ପ୍ରଥମ ଏଜେନ୍ସି ଯାହା କର୍କଟ ରୋଗୀଙ୍କ ପାଇଁ ଇଞ୍ଜେକ୍ସନ୍‌ ପ୍ରସ୍ତୁତ କରୁଥିବା ବେଳେ ଖୁବଶୀଘ୍ର ବଜାରକୁ ଆସିବ ବୋଲି ସୂଚନା ମିଳିଛି । ତେବେ ଏହି ଇଞ୍ଜେକ୍ସନ ମାତ୍ର 7 ମିନିଟରେ କ୍ୟାନ୍ସରକୁ ଭଲ କରିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details