ହାଇଦ୍ରାବାଦ:ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଶରୀର ଉପରେ ଅନେକ ପ୍ରଭାବ ପଡୁଛି । କେଶର ଯତ୍ନ ନେବା ପାଇଁ ସମୟ ମିଳୁନଥିବାରୁ କେଶ ଝଡିବା ଏକ ମୁଖ୍ୟ ସମସ୍ୟା ପାଲଟିଛି । କେଶର ଘନତ୍ବକୁ ବୃଦ୍ଧି କରିବା ପାଇଁ ଲୋକେ ବିଭିନ୍ନ ପ୍ରକାର କେମିକାଲ ଯୁକ୍ତ ତେଲ ଏବଂ ସାମ୍ପୁ ବ୍ୟବହାର କରିଥାଆନ୍ତି । ଯାହା ଦ୍ବାରା କି ଚୁଟି ବଢିବା ପରିବର୍ତ୍ତେ ଅଧିକ ଝଡିଥାଏ । ତେବେ ଆପଣ ମଧ୍ୟ ଏହି ସମସ୍ୟାକୁ ନେଇ ଚିନ୍ତିତ ରହିଛନ୍ତି କି । ତେବେ ଆପଣାନ୍ତୁ ଏହି ଘରୋଇ ଉପାୟରେ ପ୍ରସ୍ତୁତ ତେଲ । ବଢିବ ଚୁଟିର ଘନତ୍ବ ।
ଆମଲା(ଅଁଳା ତେଲ):ଏକ ଲିଟର ପାଣିରେ ଏକ କପ୍ ଆମଲା ପାଉଡର, କିଛି ଗୋଲାପ ପାଖୁଡା ଏବଂ ଏକ କପ୍ ମେଥି ମିଶାଇ ଫୁଟାନ୍ତୁ । ଏକ ଲିଟର ପାଣିରୁ ଅଧଲିଟର ପାଣି ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ଥଣ୍ଡା କରି ଏକ ବୋତଲରେ ରଖନ୍ତୁ । ଏହାପରେ ଏହାକୁ କେଶରେ ମାଲିସ କରି ଅଧଘଣ୍ଟା ପରେ ଚୁଟି ସଫା କରନ୍ତୁ । ଏହାକୁ ନିୟମିତ କିଛି ଦିନ ବ୍ୟବହାର କରିବା ଦ୍ବାରା ସୁଫଳ ମିଳିଥାଏ। ଅଁଳା, ଗୋଲାପ, ଆଣ୍ଟିଅକ୍ସିଡାଣ୍ଟ, ମିନେରାଲ୍ସ ଏବଂ ଫ୍ଲାଭୋନାଏଡରେ ଭିଟାମିନ୍ ସି ଏବଂ ଏ ଭରପୂର ମାତ୍ରାରେ ରହିଥାଏ । ଯାହା ଚର୍ମକୁ ମଧ୍ୟ ସୁସ୍ଥ ରଖିଥାଏ ।
ଏହା ମଧ୍ୟ ପଢନ୍ତୁ: Hair Tips: କେଶ ଫାଟିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କି ? ଆପଣାନ୍ତୁ ଏହି ଉପାୟ