ହାଇଦ୍ରାବାଦ:ମକା ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରିଥାଆନ୍ତି । ଏହା କେବଳ ପାଟିକୁ ସୁଆଦିଆ ନୁହେଁ ବରଂ ସ୍ବାସ୍ଥ୍ୟ ଉପକାରୀ ମଧ୍ୟ । ବର୍ଷା,ଶୀତ ଋତୁରେ ଏହା ଅଧିକ ମାତ୍ରାରେ ଚାଷ ହେଉଥିବା କାରଣରୁ ଏହି ଋତୁରେ ମକା ବେଶୀ ଦେଖିବାକୁ ମିଳିଥାଏ । କିଏ ମକାକୁ ସିଝାଇ ଖାଏ ତ ଆଉ କିଏ ପୋଡିକି ଖାଇଥାଏ । ଅନ୍ୟପଟେ ଚା' ସହିତ ମକା ଖାଇବାର ମଜା ନିଆରା । ଏକାଠି ଖାଇବା ଦ୍ବାରା ସ୍ବାସ୍ଥ୍ୟକୁ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ଲାଭ ମିଳିଥାଏ । ମକାରେ କ୍ୟାଲସିୟମ, ଭିଟାମିନ୍ B2, C ଏବଂ କ୍ୟାଲୋରୀ ଭରପୂର ମାତ୍ରାରେ ରହିଛି । ତେବେ ଚା' ସହିତ କର୍ଣ୍ଣ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ ।
କିଡନୀ:ଶରୀରର ରକ୍ତ ସଫା କରିବା ସହିତ ଶରୀରର ବର୍ଜ୍ୟ ସଫା କରି ବାହାର କରିବା କିଡନୀର କାର୍ଯ୍ୟ ହୋଇଥାଏ । ମକା କିଡନୀ ପାଇଁ ଏକ ରାମବାଣ ଭଳି କାମ କରିଥାଏ । ଏହା କିଡନୀରୁ କ୍ଷତିକାରକ ବିଷାକ୍ତ ପଦାର୍ଥକୁ ବାହାର କରିବା ସହିତ ଷ୍ଟୋନରୁ ରକ୍ଷା କରିଥାଏ । କର୍ଣ୍ଣଷ୍କ୍ରାଚରୁ ପ୍ରସ୍ତୁତ ଚା' ପିଇବା ଦ୍ବାରା କିଡନୀରେ ଷ୍ଟୋନ ହେବାର ସମ୍ଭାବନା କମ ହୋଇଥାଏ ।
ୟୁରିନ ଇନଫେକ୍ସନ: ମକାରେ ଏବଂ କର୍ଣ୍ଣଷ୍କ୍ରାଚରୁ ପ୍ରସ୍ତୁତ ଚା'ରେ ଆଣ୍ଟି-ଇନ୍ଫ୍ଲାମେଟୋରୀ ଗୁଣ ରହିଥାଏ । ଏହା ମୂତ୍ରାଶୟରେ ପ୍ରଦାହକୁ ହ୍ରାସ କରିଥାଏ । ଏହାସହିତ ପରିସ୍ରାରେ ଥିବା ଜୀବାଣୁକୁ ମଧ୍ୟ ନଷ୍ଟ କରିଥାଏ । ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ପ୍ରୋଷ୍ଟେଟ ଗ୍ରନ୍ଥିକୁ ସୁସ୍ଥ ରଖେ । ଏଥିରେ ଆଣ୍ଟିବାୟୋଟିକ ଗୁଣ ରହିଛି ଯାହା ଦ୍ବାରା ସଂକ୍ରମଣ ସମସ୍ୟା ଦୂର ହୋଇଥାଏ ।