ଓଡିଶା

odisha

ETV Bharat / sukhibhava

Surya Namaskar Benefits: ହାର୍ଟ ଓ ମନକୁ ସୁସ୍ଥ ରଖେ ସୂର୍ଯ୍ୟ ନମସ୍କାର - ସୂର୍ଯ୍ୟ ନମସ୍କାର

ସୁସ୍ଥ ରହିବା ପାଇଁ ସମସ୍ତେ ଚାହାନ୍ତି । ହାର୍ଟ ଏବଂ ମନକୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ଦୈନିକ 10 ମିନିଟ କରନ୍ତୁ ସୂର୍ଯ୍ୟ ନମସ୍କାର । ଅଧିକ ପଢନ୍ତୁ

Surya Namaskar Benefits
Surya Namaskar Benefits

By ETV Bharat Odisha Team

Published : Oct 23, 2023, 5:28 PM IST

ହାଇଦ୍ରାବାଦ: ଦିନକୁ ଦିନ ବଦଳୁଛି ଜୀବନଶୈଳୀ । ବ୍ୟସ୍ତବହୁଳ ଜୀବନ ଭିତରେ ନିଜ ପାଇଁ କେହି ସମୟ ବାହାର କରିପାରୁ ନାହାନ୍ତି । ଶାରୀରିକ ବ୍ୟାୟାମର ଅଭାବ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଦିନସାରା ଅଫିସରେ ବସିରହି କାମ କରିବା ଯୋଗୁଁ ଅକାଳରେ ଅନେକ ରୋଗ ହେଉଛି । ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ପ୍ରତିଦିନ ବ୍ୟାୟାମ କରିବା ଜରୁରୀ ଅଟେ । ତେବେ ସକାଳୁ ଉଠି ସୂର୍ଯ୍ୟ ନମସ୍କାର କରିବା ଦ୍ବାରା ମଧ୍ୟ ଶରୀର ସୁସ୍ଥ ରହିଥାଏ ବୋଲି କୁହାଯାଇଛି ।

ଶରୀର ଏବଂ ମନକୁ ସୁସ୍ଥ ରଖିବା ପାଇଁ ଯୋଗରୁ ରାମବାଣ ବୋଲି କୁହାଯାଇଥାଏ । ଏହାର ସ୍ବାସ୍ଥ୍ୟ ଉପକାରିତା ଗୁଣ ଯୋଗୁଁ ଏହା ସାରା ବିଶ୍ବରେ ଲୋକପ୍ରିୟ ହେବାରେ ଲାଗିଛି । ରିପୋର୍ଟ ଅନୁସାରେ, ସୂର୍ଯ୍ୟ ନମସ୍କାର ଏପରି ଏକ ଯୋଗ ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ 10 ମିନିଟ ସୂର୍ଯ୍ୟ ନମସ୍କାର କରିବା ଉଚିତ ବୋଲି କୁହାଯାଇଛି । ସକାଳେ ସୂର୍ଯ୍ୟୋଦୟ ସମୟରେ ଏବଂ ସବୁବେଳେ ଖାଲି ପେଟରେ ଏହା କଲେ ଅନେକ ସ୍ବାସ୍ଥ୍ୟ ଲାଭ ମିଳିଥାଏ ।

ସୂର୍ଯ୍ୟ ନମସ୍କାର କରିବା ଦ୍ବାରା ସମଗ୍ର ଶରୀରର ସ୍ଥିତି ଉନ୍ନତ ହୋଇଥାଏ । ଏହା ମାଂସପେଶୀ ପାଇଁ ଲାଭଦାୟକ ବୋଲି କୁହାଯାଇଛି । ଏହା ମେରୁଦଣ୍ଡ ଯନ୍ତ୍ରଣା, ବେକ ଯନ୍ତ୍ରଣା ଏବଂ ପିଠି ଯନ୍ତ୍ରଣାରୁ ମଧ୍ୟ ଆରାମ ଦେଇଥାଏ । ପ୍ରତିଦିନ ସୂର୍ଯ୍ୟ ନମସ୍କାର କରି ମେରୁଦଣ୍ଡର ଅଲାଇନମେଣ୍ଟରେ ଉନ୍ନତି ଆସିଥାଏ । ଏହି କାରଣରୁ ସ୍ଥିତିରେ ଉନ୍ନତି ଆସିଥାଏ । ଶରୀରର ଆକାରରେ ମଧ୍ୟ ପରିବର୍ତ୍ତନ ହୋଇଥାଏ ।

ମାନସିକ ଶାନ୍ତି: ବ୍ୟସ୍ତବହୁଳ ଜୀବନରେ ସମସ୍ତେ ମାନସିକ ଚାପର ଶିକାର ହୋଇଥାଆନ୍ତି । ତେବେ ଆପଣ ମଧ୍ୟ ଏହି ସମସ୍ୟା ଦେଇ ଗତି କରୁଥିଲେ ପ୍ରତିଦିନ ସୂର୍ଯ୍ୟ ନମସ୍କାର କରନ୍ତୁ । ଏହା ମନକୁ ଶାନ୍ତ କରିବା ସହିତ ଚାପକୁ ହ୍ରାସ କରିଥାଏ। ଏହା ସହିତ ଏହା ନିଦ୍ରାହୀନତା ସମସ୍ୟାରୁ ମୁକ୍ତି ମଧ୍ୟ ଦେଇଥାଏ।

ଏହା ମଧ୍ୟ ପଢନ୍ତୁ: World Heart Day 2023: ECGରୁ ହାର୍ଟଆଟାକ ଜାଣିହୁଏ କି ? କଣ କୁହନ୍ତି ବିଶେଷଜ୍ଞ

ହାର୍ଟକୁ ସୁସ୍ଥ ରଖେ:ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ବାରା ହାର୍ଟ ସୁସ୍ଥ ରହିଥାଏ । ରକ୍ତ ସଞ୍ଚାଳନ କ୍ଷମତା ବୃଦ୍ଧି ପାଇଥାଏ। ଏହା ହୃଦୟ ମାଂସପେଶୀକୁ ମଜବୁତ କରିବା ସହିତ ରକ୍ତକୁ ଭଲ ପମ୍ପ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଓଜନ ନିୟନ୍ତ୍ରଣ:ସୂର୍ଯ୍ୟ ନମସ୍କାର କରିବା ଶରୀରରେ ଅତିରିକ୍ତ ଚର୍ବି ବର୍ଣ୍ଣ ହେବା ସହିତ ଓଜନ ନିୟନ୍ତ୍ରଣରେ ରହିଥାଏ । ଏହା କରିବା ଦ୍ୱାରା ହଜମ ପ୍ରକ୍ରିୟା ମଧ୍ୟ ଉନ୍ନତ ହୁଏ ଏବଂ ମେଟାବୋଲିଜିମ୍ ଶୀଘ୍ର ହୋଇଯାଏ । ପ୍ରତିଦିନ ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଚର୍ବି ହ୍ରାସ ପାଇବା ସହିତ ହଜମ ସମ୍ବନ୍ଧୀୟ ସମସ୍ୟା ମଧ୍ୟ କମିଯାଏ । ଏହା ଯୋଗୁଁ ଶରୀରରେ ଓଜନ ନିୟନ୍ତ୍ରଣରେ ରହିଥାଏ ।

ଫୁସଫୁସ ପାଇଁ ଲାଭଦାୟକ: ସୂର୍ଯ୍ୟ ନମସ୍କାର କରିବାବେଳେ ଶ୍ୱାସକ୍ରିୟା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଅଧିକ ଜୋରରେ ନିଶ୍ବାସ ନନେଇ ଧିରେ ଧିରେ ନିଅନ୍ତୁ । ଏହା ଦ୍ବାରା ଫୁସଫୁସ ମଧ୍ୟ ସୁସ୍ଥ ରହିବା ସହିତ କାର୍ଯ୍ୟ କରିବା କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ।

ABOUT THE AUTHOR

...view details