ଓଡିଶା

odisha

ETV Bharat / sukhibhava

Neem Leaves Health Benefits: ଖାଲି ପେଟରେ ଖାଆନ୍ତୁ ନିମ୍ବ, ପାଖ ମାଡ଼ିବନି ରୋଗ - ସ୍ବାସ୍ଥ୍ୟ ଉପରେ ନିମ୍ବର ପ୍ରଭାବ

ଖାଲି ପେଟରେ ନିମ୍ବ ଖାଇବା ଦ୍ବାରା ଅନେକ ପ୍ରକାର ସ୍ବାସ୍ଥ୍ୟଲାଭ ମିଳିଥାଏ । ତେବେ ଜାଣନ୍ତୁ ନିମ୍ବ ଖାଇବା ଦ୍ବାରା ଶରୀର ଉପରେ କେଉଁ ପ୍ରକାର ପ୍ରଭାବ ପଡ଼ିଥାଏ । ଅଧିକ ପଢନ୍ତୁ

Neem Leaves Health Benefits
Neem Leaves Health Benefits

By ETV Bharat Odisha Team

Published : Sep 11, 2023, 1:25 PM IST

ହାଇଦ୍ରାବାଦ:ନିମ୍ବ ପତ୍ର ସ୍ୱାଦରେ ଅତ୍ୟଧିକ ତିକ୍ତ ହୋଇଥିଲେ ମଧ୍ୟ ଏହାକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ପୂର୍ବ ପୁରୁଷରୁ ଏହି ପତ୍ରର ବ୍ୟବହାର କରାଯାଉଥିବା ବେଳେ ଶତାବ୍ଦୀ ଧରି ଏହାକୁ ଔଷଧ ତିଆରିରେ ବ୍ୟବହାର କରାଯାଉଛି । ନିମ୍ବ ପତ୍ରର ସେବନ ଦ୍ବାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । କିନ୍ତୁ ଖାଲି ପେଟରେ ନିମ୍ବପତ୍ର ଖାଇବା ଦ୍ବାରା ଅନେକ ଉପକାର ହୋଇଥାଏ । ତେବେ ଅଧିକ ମାତ୍ରାରେ ନିମ୍ବ ପତ୍ର ସେବନ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ହୋଇଥାଏ । ତେବେ ଜାଣନ୍ତୁ ଖାଲି ପେଟରେ ନିମ୍ବ ପତ୍ର ଖାଇବା ଦ୍ବାରା କେଉଁ ପ୍ରକାର ସ୍ବାସ୍ଥ୍ୟ ଲାଭ ମିଳିଥାଏ ।

  • ଅନ୍ତନଳୀକୁ ସୁସ୍ଥ ରଖେ: ଆଜିକାଲିର ପରିବର୍ତ୍ତିତ ଜୀବନଶୈଳୀ ଏବଂ ବ୍ୟସ୍ତବହୁଳ ଜୀବନ ଯୋଗୁଁ ଅନେକ ଲୋକ ବାହାରେ ଖାଦ୍ୟ ଖାଇଥାଆନ୍ତି । ଯେଉଁ କାରଣରୁ ଅନ୍ତନଳୀରେ ସଂକ୍ରମଣ ହେବାର ଆଶଙ୍କା ଅଧିକା ରହିଥାଏ । ଯଦି ଅନ୍ତନଳୀରେ ସଂକ୍ରମଣ ଦେଖାଯାଉଛି କିମ୍ବା ଅନ୍ତନଳୀକୁ ନେଇ କୌଣସି ରୋଗରେ ପୀଡ଼ିତ ହେଉଛନ୍ତି ତେବେ ନିମ୍ବ ପତ୍ର ଖାଇପାରିବେ । କାରଣ ନିମ୍ବ ପତ୍ର ସଂକ୍ରମଣ ସୃଷ୍ଟି କରିଥିବା କୀଟାଣୁକୁ ପ୍ରତିହତ କରିବାରେ ସାହାଯ୍ୟ କରିଥାଏ ।
  • ସୁସ୍ଥ ଯକୃତ: ଖାଲି ପେଟରେ ନିମପତ୍ର ଖାଇବା ମଧ୍ୟ ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । କାରଣ ନିମ୍ବପତ୍ରରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ । ଯାହା ଅକ୍ସିଡେଟିଭ୍ ଚାପକୁ କମ କରିବାରେ ସାହାଯ୍ୟ କରିଥାଏ । ଅକ୍ସିଡେଟିଭ୍ ଚାପର ଯକୃତ ଟିସୁ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ତେଣୁ ଯକୃତକୁ ସୁସ୍ଥ ରଖିବା ପାଇଁ ଖାଲି ପେଟରେ ନିମ୍ବ ପତ୍ର ଖାଇପାରିବେ ।
  • ରକ୍ତ ଶର୍କରା ନିୟନ୍ତ୍ରଣ:ନିମ୍ବ ସ୍ବାଦ ପିତା ଅଟେ । ତେଣୁ ଏହା ରକ୍ତ ଶର୍କରା ରୋଗୀଙ୍କ ପାଇଁ ଲାଭଦାୟକ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ମଧୁମେହ ରୋଗୀ ଖାଲି ପେଟରେ ନିମ୍ବ ପତ୍ର ଖାଇପାରିବେ ।
  • କୋଷ୍ଠକାଠିନ୍ୟରୁ ମୁକ୍ତି:କୋଷ୍ଠକାଠିନ୍ୟରେ ପୀଡ଼ିତ ଲୋକଙ୍କ ପାଇଁ ନିମ୍ବପତ୍ର ମଧ୍ୟ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଗୁଡ଼ିକ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । ନିମ୍ବ ପତ୍ରରେ ଫାଇବର ଥାଏ, ଯାହା ପେଟକୁ ସଫା କରିବାରେ ସାହାଯ୍ୟ କରିଥାଏ ଏବଂ ପେଟ ଫୁଲା ସମସ୍ୟାରୁ ମୁକ୍ତି ଦେଇଥାଏ ।

ଏହା ମଧ୍ୟ ପଢନ୍ତୁ: Neem Benefits: ନିମ୍ବରେ ପ୍ରସ୍ତୁତ କରନ୍ତୁ ହେୟାର ଓ ଫେସ୍ ପ୍ୟାକ୍

ପ୍ରକାଶଥାଉକି, କିଛି ଲୋକ ଭାବନ୍ତି ଔଷଧୀୟ ଗୁଣ ରହିଥିବା ଜିନିଷର ଅଧିକ ସେବନ ଦ୍ବାରା ଅନେକ ସ୍ବାସ୍ଥ୍ୟ ଲାଭ ମିଳିଥାଏ । କିନ୍ତୁ ଏଭଳି କରିବା ଆଦୌ ଉଚିତ ନୁହେଁ ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । ତେବେ ନିମ୍ବ ପତ୍ର ଖାଇବା ଦ୍ବାରା ଶରୀର ଉପରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଉଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।

ABOUT THE AUTHOR

...view details