ହାଇଦ୍ରାବାଦ:ଗର୍ଭାବସ୍ଥାରେ ମାଆ ଏବଂ ଛୁଆମାନଙ୍କ ପାଇଁ ଫିଟ୍ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜ ସ୍ବାସ୍ଥ୍ୟର ଯତ୍ନ ନେଇଥାଆନ୍ତି । ତେବେ ଗର୍ଭାବସ୍ଥାରେ ମାଆ ଏବଂ ଛୁଆ ସୁସ୍ଥ ରହିବା ପାଇଁ ବ୍ୟାୟାମ, ହେଲଦି ଡାଏଟ ସହିତ ଡକଓ୍ବାକ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥାଆନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ଡାକ୍ତରଙ୍କ କହିବାନୁସାରେ, ମହିଳାମାନେ ଗର୍ଭାବସ୍ଥାରେ ନିଶ୍ଚିତ ଭାବରେ ବ୍ୟାୟାମ କରିବା ସହିତ ବିଶେଷକରି ଡକଓ୍ବାକ ଅଭ୍ୟାସ କରିବା ଆବଶ୍ୟକ । କାରଣ ଏହା ଗର୍ଭବତୀଙ୍କ ପାଇଁ ସ୍ବାସ୍ଥ୍ୟ ଉପଯୋଗୀ ଅଟେ । ଯଦି ଗର୍ଭବସ୍ଥାରେ ଶିଶୁର ମୁଣ୍ଡ ତଳଭାଗକୁ ରହିଥିଲେ ଏହି ବ୍ୟାୟାମ ଉପଯୋଗୀ ବୋଲି ପ୍ରମାଣିତ ହୋଇଛି । ପ୍ରସବ ସମୟରେ ମହିଳାଙ୍କୁ ଅଧିକ ଯନ୍ତ୍ରଣା ହୋଇନଥାଏ ବୋଲି ଏକ ରିପୋର୍ଟରେ କୁହାଯାଇଛି ।
ଗର୍ଭବତୀ ମହିଳାଙ୍କ ପାଇଁ କାହିଁକି ଜରୁରୀ ହୋଇଥାଏ ଡକଓ୍ବାକ
ଡକଓ୍ବାକ ହେଉଛି ଏକ ନିର୍ଦ୍ଦିଷ୍ଟ ପ୍ରକାରର ସ୍କ୍ୱାଟିଂ ବ୍ୟାୟାମ ଯେଉଁଥିରେ ଜଣେ ଗର୍ଭବତୀ ମହିଳା ନିଜକୁ ଡକ(ବତକ) ଭଳି ଚାଲିବା ପାଇଁ ପ୍ରୟାସ କରିଥାଏ । ଏହି ବ୍ୟାୟାମରେ ପାଦକୁ ଭୂମିରେ ଏବଂ ପିଠିକୁ ସିଧା ରଖିବାବେଳେ ଆଣ୍ଠୁକୁ ଅଧିକ ବଙ୍କା କରିବାକୁ ପଡିଥାଏ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଗର୍ଭାବସ୍ଥାରେ ଡକଓ୍ବାକ କରିବା ଦ୍ବାରା ପ୍ରସବ ସମୟରେ ସାହାଯ୍ୟ କରିବା ସହିତ ମହିଳା ଆକ୍ଟିଭ ମଧ୍ୟ ରହିଥାଆନ୍ତି ।
ଗର୍ଭାବସ୍ଥା ସମୟରେ ବ୍ୟାୟାମ କରିବା ଏବଂ ଫିଟନେସ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହା ସହିତ ଗର୍ଭାବସ୍ଥାରେ ଅତ୍ୟଧିକ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ଜଣେ ଗର୍ଭବତୀ ମହିଳାଙ୍କ ପାଇଁ ନିଜକୁ ଯଥାସମ୍ଭବ ସକ୍ରିୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଡାକ୍ତରମାନେ ମତ ଦେଇଥାଆନ୍ତି । କେତେକ ମହିଳାଙ୍କ ପାଇଁ ଗର୍ଭାବସ୍ଥାରେ ଅଧିକ ସକ୍ରିୟ ବା ଆକ୍ଟିଭ ରହିବା ଦ୍ବାରା ଡାଇବେଟିସ୍, ପ୍ରିକ୍ଲମ୍ପସିଆ ଏବଂ ସିଜରିଆନ ଡେଲିଭରି ହେବାର ଆଶଙ୍କା କମ ହୋଇଥାଏ ।