ହାଇଦ୍ରାବାଦ:ଆଜିକାଲି କେଶ ଝଡିବା ଏକ ପ୍ରମୁଖ ସମସ୍ୟା ପାଲଟିଛି । ବ୍ୟସ୍ତବହୁଳ ଜୀବନ ଭିତରେ ଲୋକଙ୍କ ପାଖରେ ନିଜ କେଶର ଯତ୍ନ ନେବା ପାଇଁ ସମୟ ନଥାଏ । ଫଳରେ କେଶ ଝଡିବା ଯୋଗୁଁ ଅନେକ ଔଷଧ ଖାଇବା ସହ କେମିକାଲ ଜନିତ ସାମ୍ପୁ ଏବଂ ତେଲ ବ୍ୟବହାର କରିଥାଆନ୍ତି । ଯଦି ଆପଣ ଏହା ପରିବର୍ତ୍ତେ ଘରୋଇ ଉପଚାର ବ୍ୟବହାର କରିବେ ତେବେ କେଶ ଝଡିବା ପରବର୍ତ୍ତେ ଘନ ଏବଂ ମୋଟା ହେବ। ଏହାସହ କୌଣସି ପ୍ରକାର କ୍ଷତି ଘଟିବ ନାହିଁ। ଉଦାହରଣ ସ୍ୱରୂପ, ଡାଲଚିନି ତେଲ କେଶ ପାଇଁ ଉତ୍ତମ ହୋଇଥାଏ । ଏହାକୁ ଘରେ ତିଆରି କରିବା ମଧ୍ୟ ସହଜ ଅଟେ । ତେବେ ଜାଣନ୍ତୁ କିପରି ଘରେ ତିଆରି କରିବେ ଡାଲଚିନି ତେଲ ।
କିପରି ପ୍ରସ୍ତୁତ କରିବେ ଡାଲଚିନି ତେଲ:ପ୍ରଥମେ ଡାଲଚିନିକୁ ନେଇ ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏହାପରେ ସେଥିରେ ଅଲିଭ୍ ତେଲ ମିଶାନ୍ତୁ ଏବଂ 3-4 ମିନିଟ୍ ପାଇଁ ଗରମ କରନ୍ତୁ। ଗରମ କରିବା ପରେ ଥଣ୍ଡା ହେବାକୁ ଛାଡି ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ମୁଣ୍ଡରେ ଲଗାନ୍ତୁ ।
ଚାଲଚିନି ତେଲ କେଶ ଉପରେ କେଉଁ ପ୍ରଭାବ ପକାଇଥାଏ ?
କେଶ ଝଡିବା ବନ୍ଦ କରେ:ସଠିକ ଭାବେ ରକ୍ତ ସଞ୍ଚାଳନ ନହେବା ଏବଂ କେଶର ଠିକ ଭାବେ ଯତ୍ନ ନନେବା କାରଣରୁ କେଶ ଦୁର୍ବଳ ହୋଇଯାଇଥାଏ । କେଶର ମୂଳ ଦୁର୍ବଳ ହେବା କାରଣରୁ ଝଡ଼ିବା ଆରମ୍ଭ ହୋଇଥାଏ । ଡାଲଚିନି ତେଲ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା କେଶ ମୂଳକୁ ମଜଭୁତ କରିଥାଏ ।
ଏହା ମଧ୍ୟ ପଢନ୍ତୁ: Mango Overeating: ସ୍ବାଦ ଲୋଭରେ ଖାଆନ୍ତୁ ନାହିଁ ଅଧିକ ଆମ୍ବ, ଏହି ସମୟରେ ଖାଇବା ଆବଶ୍ୟକ