ଓଡିଶା

odisha

ETV Bharat / sukhibhava

Face Steaming is Beneficial: ଫେସିଆଲ ସମୟରେ ଦିଆଯାଏ ଷ୍ଟିମ, ଜାଣନ୍ତୁ ଏହା ପଛର କାରଣ - ଫେସିଆଲ ଷ୍ଟିମ

ଫେସିଆଲ ସମୟରେ ଦିଆଯାଏ ଷ୍ଟିମ । ଜାଣନ୍ତୁ ଏହା ପଛରେ କଣ ରହିଛି ବୈଜ୍ଞାନିକ କାରଣ

Face Steaming is Beneficial
Face Steaming is Beneficial

By

Published : Jun 10, 2023, 1:04 PM IST

ହାଇଦ୍ରାବାଦ:ତ୍ବଚାରେ ଚମକ ଆଣିବା ପାଇଁ ସମସ୍ତେ ଚାହିଁ ଥାଆନ୍ତି । ଏଥିପାଇଁ ଅନେକ ସମୟରେ ମହିଳା ବା ଯୁବତୀମାନେ ପାଲରରେ ଫେସିଆଲ କରିଥାଆନ୍ତି । ତେବେ ଫେସିଆର କରିବା ଦ୍ବାରା ମୁହଁରେ ରହିଥିବା ମୃତକୋଷ ଗୁଡିକ ବାହାରି ଯିବା ସହ ରକ୍ତ ସଞ୍ଚାଳନ ମଧ୍ୟ ଠିକ ଭାବେ ହୋଇଥାଏ । ତେବେ ଫେସିଆଲରେ ସମୟରେ ଷ୍ଟିମ ମଧ୍ୟ ଦିଆଯାଇଥାଏ । ଏହା ଦ୍ବାରା ଚେହେରା ଉପରେ କୌଣସି ପ୍ରଭାବ ପଡେ କି ? ଷ୍ଟିମ ନେବା ଦ୍ବାରା କିଛି ଲୋକ ଏଥିରେ ନିମ୍ବ, ଲୁଣ ଏବଂ ଲେମ୍ବୁ ମିଶାଇ ଥାଆନ୍ତି । ଏଦା ଦ୍ବାରା ତ୍ବଚା ଆହୁରି ଉଜ୍ବଳ ଦେଖାଯାଇଥାଏ । ତେବେ ଫେସିଆଲ ସମୟରେ କାହିଁକି ଷ୍ଟିମ ଦିଆଯାଇଥାଏ ଏବଂ ଏହା ଦ୍ବାରା କଣ ଲାଭ ହୋଇଥାଏ ଜାଣନ୍ତୁ । ଏହା ପଛର ବୈଜ୍ଞାନିକ କାରଣ

କ୍ଲିଞ୍ଜିଂ: ଷ୍ଟିମ ନେବା ଦ୍ବାରା ତ୍ବଚାର କ୍ଲିଞ୍ଜିଂ ହୋଇଥାଏ । ମୁହଁରେ ରହିଥିବା ମୃତକୋଶ ଗୁଡିକ ବାହାରକୁ ଆସିଯାଇଥାଏ । ଏହା ସହ ମୁହଁର ଚର୍ମ ଫ୍ଲେକ୍ସିଂବଲ ହୋଇଥାଏ । ବ୍ଲାକହେଡ ଏବଂ ହ୍ବାଇଟହେଡ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଏହା ରାମବାଣ ସଦୃଶ ଅଟେ । ଏହା ମୁହଁର ଚର୍ମକୁ କୋମଳ କରିଥାଏ । କ୍ଲିଞ୍ଜିଂ ଦ୍ବାରା ବୃଦ୍ଧାବସ୍ଥା, ପିଗମେଣ୍ଟେସନ୍ ଏବଂ ବ୍ରଣ ସମସ୍ୟା ଦୂର ହୋଇଥାଏ ।

ରକ୍ତ ସଞ୍ଚାଳନ ଠିକ ହୋଇଥାଏ: ଷ୍ଟିମ ନେବା ଦ୍ବାରା ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ । ଜଣେ ମୁହଁରେ ଯେତେ ଯତ୍ନ ନେଲେ ମଧ୍ୟ ଚର୍ମ ଭିତରୁ ସଫା ହୋଇନଥାଏ । ମୃତ କୋଶ ଗୁଡିକ ବାହାରକୁ ଆସିନଥାଏ । ଫଳରେ ସ୍କିନ ଡଲ ଲାଗିବା ସହ ଡିହାଇଡ୍ରେଟ ଲାଗିନଥାଏ । ତେବେ ଫେସିଆଲ ପରେ ମୁହଁରେ ଷ୍ଟିମ ଦେବା ଦ୍ବାରା ତ୍ବଚା ଉଜ୍ବଳ ଦେଖାଯିବା ସହ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ । ତେବେ ଚର୍ମ ବିଶେଷଜ୍ଞଙ୍କ କହିବା ଅନୁସାରେ ସପ୍ତାହରୁ 3 ଥର ଷ୍ଟିମ ନେବାର ଆବଶ୍ୟକତା ରହିଛି । ଷ୍ଟିମ ନେବା ଦ୍ବାରା ସ୍କିନ ବାର୍ଦ୍ଧକ୍ୟକୁ ଲୁଚାଇବାରେ ସାହାଯ୍ୟ କରିଥାଏ ।

ଏହା ମଧ୍ୟ ପଢନ୍ତୁ: Reduce Blood Pressure: ବିନା ଔଷଧରେ ରକ୍ତଚାପ ହ୍ରାସ କରିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ଏହି ପରିବା

ଷ୍ଟିମ ଫେସିଆଲ କିପରି କରାଯାଏ:ପାର୍ଲରରେ ଫେସିଆଲ କରିଲା ବେଳେ ଷ୍ଟିମ ଦିଆଯାଇଥାଏ । କିନ୍ତୁ ଏହାକୁ ଘରେ କରିବା ମଧ୍ୟ ସହଜ ଅଟେ । କିଛି ଟିପ୍ସକୁ ଅନୁସରଣ କରି ଆପଣ ଷ୍ଟିମ ନେଇପାରିବେ । ପ୍ରଥମେ ଯେକୌଣସି ଏକ ଫେସଓ୍ବାଶରେ ମୁହଁକୁ ଭଲ ଭାବେ ଧୋଇଦିଅନ୍ତୁ । ଏହାପରେ ଏକ କପଡାରେ ପୋଛି ଦିଅନ୍ତୁ । ଫୁଟୁଥିବା ପାଣିରେ କିଛି ପରିମାଣର ତେଲ ପକାନ୍ତୁ । ତେବେ ଏହାପରେ ମୁହଁକୁ ବାଷ୍ପ ଆଡକୁ ଦେଖାଇ 5 ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଯେପରି ବାଷ୍ପ ବାହାରକୁ ବାହାରିବ ନାହିଁ ସେ ଉପରେ ନଜର ରଖବା ଆବଶ୍ୟକ । ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା ଷ୍ଟିମ ନେବା ସମୟରେ ଆଖି ବନ୍ଦ କରିବା ଆବଶ୍ୟକ । ଷ୍ଟିମ ନେବା ପରେ ଟୋନର ବ୍ୟବହାର କରନ୍ତୁ । ଏହା ଦ୍ବାରା ସ୍କିନ ଆହୁରି ଗ୍ଲୋ କରିଥାଏ ।

ଫେସିଆଲ ପରେ ଏହା କରିବା ଠିକ ନୁହେଁ:

ମେକଅପର ବ୍ୟବହାର: ଫେସିଆଲ ପରେ ଆପଣଙ୍କ ଚର୍ମ ଭିତରୁ ସଫା ହୋଇଯାଏ ଏବଂ ଚର୍ମ ଖୋଲି ଯାଇଥାଏ । ଏପରି ପରିସ୍ଥିତିରେ, ଫେସିଆଲ ପରେ ତୁରନ୍ତ ମେକ୍ ଅପ୍ ପ୍ରୟୋଗ କରିବା ଦ୍ୱାରା ଏଥିରେ ଥିବା ରାସାୟନିକ ପଦାର୍ଥ ଚର୍ମରେ ପ୍ରବେଶ କରି ଅନେକ ଚର୍ମ ସମସ୍ୟା ସୃଷ୍ଟି କରିଥାଏ ।

ସୂର୍ଯ୍ୟାଲୋକ: ଫେସିଆଲ କରିବାର କିଛି ଦିନ ପର୍ଯ୍ୟନ୍ତ ସୂର୍ଯ୍ୟାଲୋକରୁ ଦୂରେଇ ରହିବା ଆବଶ୍ୟକ । ସୂର୍ଯ୍ୟକିରଣ, ଧୂଳି ଲାଗିବା ଦ୍ବାରା ଚର୍ମ ଇନଫେକ୍ସନ ହେବା ସମ୍ଭାବନା ଥାଏ ।

ଫେସଓ୍ବାଶ ଏବଂ ସାବୁନର ବ୍ୟବହାର:ଫେସିଆଲ କରିବା ଦ୍ବାରା ତ୍ବଚା ଉଜ୍ବଳ ହୋଇଥାଏ । ଯଦି ଫେସଓ୍ବାଶ କିମ୍ବା ସାବୁନର ବ୍ୟବହାର କରାଯାଏ ତାହାଲେ ତ୍ବଚାର ଉଜ୍ବଳତା ନଷ୍ଟ ହୋଇଥାଏ।

ବିଦ୍ର: ଏଥିରେ ଦିଆଯାଇଥିବା ବିଦ୍ଧିକୁ ଆପଣାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ଅଟେ।

ABOUT THE AUTHOR

...view details