ଓଡିଶା

odisha

ETV Bharat / sukhibhava

Beauty tips: ଫେସିଆଲର କିଛି ସମୟରେ ଏପରି କରନ୍ତୁ ନାହିଁ, ତ୍ବଚାରେ ପଡିପାରେ କୁପ୍ରଭାବ - ତ୍ବଚାର ଯତ୍ନ

ଫେସିଆଲ ସହ ତ୍ବଚାରେ ଚମକ୍ ପାଇଁ ସମସ୍ତେ ଅପେକ୍ଷା କରିଥାନ୍ତି । ମାତ୍ର ଫେସିଆଲର କିଛି ସମୟ ପରେ ମୁହଁରେ ଏହିସବୁ ପ୍ରୟୋଗ ଦ୍ବାରା ତ୍ବଚା ଅଧିକ କ୍ଷତିଗ୍ରସ୍ତ ହୋଇଥାଏ । ତେବେ ଫେସିଆଲ(facial tips) ପରେ କଣ କରିବା ଉଚିତ୍ ଏବଂ ଅନୁଚିତ୍ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

beauty tips: ଫେସିଆଲର କିଛି ସମୟରେ ଏପରି କରନ୍ତୁ ନାହିଁ, ତ୍ବଚାରେ ପଡିପାରେ କୁପ୍ରଭାବ
beauty tips: ଫେସିଆଲର କିଛି ସମୟରେ ଏପରି କରନ୍ତୁ ନାହିଁ, ତ୍ବଚାରେ ପଡିପାରେ କୁପ୍ରଭାବ

By

Published : Sep 10, 2022, 5:16 PM IST

ହାଇଦ୍ରାବାଦ: ଫେସିଆଲ କରିବା ଦ୍ବାରା ମୁହଁରେ ଥିବା ମୃତ କୋଷଗୁଡ଼ିକୁ ବାହାରି ଯାଇଥାଏ । ଏହିସମୟରେ ଚର୍ମକୁ ଟାଣିବା ଦ୍ବାରା ରକ୍ତ ସଞ୍ଚାଳନ ମଧ୍ୟ ଉନ୍ନତ ହୋଇଥାଏ । କିନ୍ତୁ ଯଦି ଫେସିଆଲ୍ ପରେ ମଧ୍ୟ ଆପଣଙ୍କ ଚେହେରାରେ ଚମକ ଆସିନଥାଏ ତେବେ ତ୍ବଚାରେ ଏହିସବୁ ପ୍ରୟୋଗ କରନ୍ତୁ ନାହିଁ, ଏହା ଚେହେରାକୁ ଉଜ୍ବଳ କରିବା ପରିବର୍ତ୍ତେ ଅଧିକ କ୍ଷତି ପହଞ୍ଚାଇଥାଏ । ତେବେ ଆସନ୍ତୁ ଜାଣିବା ଫେସିଆଲ ପରେ କଣ କରିବା ଅନୁଚିତ୍...

ମେକଅପ୍ ଠାରୁ ଦୂରେଇ ରୁହନ୍ତୁ-

ଫେସିଆଲ ପରେ, ଆପଣଙ୍କ ଚର୍ମ ଭିତରୁ ସଫା ହୋଇଯାଏ ଏବଂ ଚର୍ମ ଖୋଲି ଯାଇଥାଏ । ଏପରି ପରିସ୍ଥିତିରେ, ଫେସିଆଲ ପରେ ତୁରନ୍ତ ମେକ୍ ଅପ୍ ପ୍ରୟୋଗ କରିବା ଦ୍ୱାରା ଏଥିରେ ଥିବା ରାସାୟନିକ ପଦାର୍ଥ ଚର୍ମରେ ପ୍ରବେଶ କରି ଅନେକ ଚର୍ମ ସମସ୍ୟା ସୃଷ୍ଟି କରିଥାଏ ।

ସାବୁନ ବ୍ୟବହାର କରନ୍ତୁ ନାହିଁ-

ଫେସିଆଲ ପରେ ତୁରନ୍ତ ମୁହଁ ଏବଂ ବେକରେ ସାବୁନ ଲଗାନ୍ତୁ ନାହିଁ । ଏହା ବଦଳରେ ଗୋଲାପ ପାଣିରେ ମୁହଁ ସଫା କରିପାରିବେ । ସାବୁନ ବ୍ୟବହାର କରିବା ଦ୍ୱାରା ତ୍ବଚାର ଉଜ୍ବଳତା ହ୍ରାସ ପାଇଥାଏ ।

କ୍ଷତି ପହଞ୍ଚାଇଥାଏ ଥ୍ରେଡିଂ-

ସବୁବେଳେ ଉପର-ଓଠ ଥ୍ରେଡିଂକୁ ଫେସିଆଲ ପୂର୍ବରୁ କରିବା ଉଚିତ୍ । ଫେସିଆଲ ପରେ ତୁରନ୍ତ ଏହା କରିବା ଦ୍ୱାରା ଆପଣଙ୍କ ଚେହେରାର ଚର୍ମ ନଷ୍ଟ ହୋଇପାରେ । କାରଣ ଫେସିଆଲ ପରେ ତ୍ବଚାରେ ଚର୍ମ ଅଧିକ ସେନ୍ସିଟିଭ ହୋଇଯାଏ ଏବଂ ବ୍ରେକଆଉଟ୍ ହୋଇପାରେ ।

ସୂର୍ଯ୍ୟକିରଣରୁ ଦୂରେଇ ରୁହନ୍ତୁ-

ନିଜ ଘର ନିକଟରେ ଥିବା ଏକ ପାର୍ଲରରେ ସର୍ବଦା ଫେସିଆଲ କରନ୍ତୁ । ଯଦି ପାର୍ଲର ବହୁତ ଦୂରରେ ଅଛି, ଆପଣ ଘରକୁ ଫେରିବାବେଳେ ଆପଣଙ୍କୁ ଧୂଳି ଏବଂ ମଇଳା ସାମ୍ନା କରିବାକୁ ପଡିପାରେ । ଯେଉଁଥିପାଇଁ ଆପଣଙ୍କ ଚର୍ମରେ କ୍ଷତି ପହଞ୍ଚିପାରେ । ଫେସିଆଲ ପରେ ତ୍ବଚାକୁ କିଛି ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ କିରଣରୁ ଦୂରେଇ ରଖନ୍ତୁ ।

ABOUT THE AUTHOR

...view details