ଓଡିଶା

odisha

ETV Bharat / sukhibhava

Beauty Tips: ଏହିପରି ଦୂର କରନ୍ତୁ ପିମ୍ପଲ୍ ସମସ୍ୟା - ସ୍କିନ୍ କେୟାର୍ ଟିପ୍ସ

ସୁନ୍ଦର ଓ ଆକର୍ଷଣୀୟ ତ୍ବଚା କିଏ ବା ଚାହିଁନଥାଏ । ହେଲେ ପିମ୍ପଲ୍(pimples) ଓ କଳାଦାଗ ନାନା ସମସ୍ୟା ସୃଷ୍ଟି କରିଥାଏ । ଯଦି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ଏହିପରି କରନ୍ତୁ ଉପଚାର । ଅଧିକ ପଢନ୍ତୁ

Beauty Tips: ଏହିପରି ଦୂର କରନ୍ତୁ ପିମ୍ପଲ୍ ସମସ୍ୟା
Beauty Tips: ଏହିପରି ଦୂର କରନ୍ତୁ ପିମ୍ପଲ୍ ସମସ୍ୟା

By

Published : Dec 11, 2022, 10:00 AM IST

ହାଇଦ୍ରାବାଦ: ଶରୀରର ସମସ୍ତ ଅଙ୍ଗ ତୁଳନାରେ ଆମେମାନେ ମୁହଁର ଧ୍ୟାନ ଅଧିକ ନେଇଥାନ୍ତି । ମାତ୍ର ଏହି ମୁହଁରେ ହିଁ ନାନା ଚର୍ମ ସମସ୍ୟା ଦେଖାଯାଏ, ଆଉ ଯଦି ଜଣେ ବ୍ୟକ୍ତିଙ୍କର ସେନ୍ସିଟିଭ୍ ସ୍କିନ୍ ହୋଇଥାଏ ତେବେ ସମସ୍ୟା ଆହୁରି ଗମ୍ଭୀର ହୋଇଯାଏ । କାରଣ ସାମାନ୍ୟ ପାଣି, ସାବୁନ୍, ଫେସ୍‌ୱାଶ୍ କିମ୍ବା ପାଗରେ ପରିବର୍ତ୍ତନ ହେଲେ ପିମ୍ପଲ୍ କିମ୍ବା ଦାଗ ସୃଷ୍ଟି ହୋଇଯାଏ । ଚେହେରାରେ ପିମ୍ପଲ୍ ଦେଖାଯିବା ସାଧାରଣ କଥା, କିନ୍ତୁ ଏଗୁଡିକ ବେଳେ ବେଳେ କଳା ଦାଗ ସୃଷ୍ଟି କରିଥାଏ । ତେବେ କିପରି ଏହି ସମସ୍ୟାରୁ ମୁକୁଳିବେ ଜାଣନ୍ତୁ...

ମୁହଁ ଧୋଇ ଦିଅନ୍ତୁ: ଯଦି ମୁହଁରେ ପିମ୍ପଲ୍ ଥାଏ, ତେବେ ସବୁବେଳେ ମୁହଁକୁ ସଫା ରଖିବା ଉଚିତ୍ । ଚର୍ମ ପ୍ରକାର ଅନୁଯାୟୀ ଫେସ୍‌ୱାଶ୍ ବାଛନ୍ତୁ । ଦିନକୁ ଅତି କମରେ ତିନିଥର ମୁହଁ ଧୋଇ ଦିଅନ୍ତୁ । ବିଶେଷ କରି ମୁହଁକୁ ବାହ୍ୟ ଧୂଳିକଣାରୁ କିପରି ଦୂରେଇ ରଖିବେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

ଡାଲଚିନି ଉପଚାର: ମୁହଁରେ ପିମ୍ପଲ୍ ହୋଇଥିଲେ, ଭୁଲରେ ମଧ୍ୟ ଏହାକୁ ସ୍ପର୍ଶ କରନ୍ତୁ ନାହିଁ । ଯଦି ଏହାକୁ ଘରୋଇ ଚିକିତ୍ସା ମାଧ୍ୟମରେ ଦୂର କରିବାକୁ ଚାହୁଁଛନ୍ତି, ତେବେ ଡାଲଚିନି ପାଉଡର ନିଅନ୍ତୁ । ଏଥିରେ କିଛି ମହୁ ମିଶାଇ ଭଲ ଭାବେ ଏକ ପ୍ୟାକ୍ ପ୍ରସ୍ତୁତ କରିବା ପରେ ପିମ୍ପଲ୍ ଉପରେ ଲଗାନ୍ତୁ । ରାତିରେ ଏହି ପ୍ୟାକ୍‌କୁ ଲଗାଇ ପାରିବେ ।

ମହୁ: ମହୁରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଉପାଦାନ ରହିଛି । ଏହି କାରଣରୁ ପିମ୍ପଲ୍ ଚିକିତ୍ସାରେ ଏହା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ରାତିରେ ଶୋଇବା ପୂର୍ବରୁ ପିମ୍ପଲରେ କିଛି ମହୁ ଲଗାନ୍ତୁ ଏବଂ ଶୁଖିଗଲେ ଏହାକୁ ସାଦା ପାଣିରେ ଧୋଇ ଦିଅନ୍ତୁ ।

ହଳଦୀ: ହଳଦୀରେ ଅନେକ ପ୍ରକାର ରୋଗ ଉପଶମକାରୀ ଗୁଣ ରହିଛି । ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଭରପୂର ଥାଏ, ଯାହା ବ୍ରଣକୁ ସହଜରେ ଦୂର କରିପାରିବ । ହଳଦୀ ପାଉଡରକୁ ମହୁରେ ମିଶାଇ ପିମ୍ପଲରେ ଲଗାଇବା ଦ୍ବାରା ଧୀରେ ଧୀରେ ପିମ୍ପଲ୍ ଦୂର ହୋଇଥାଏ ।

Disclaimer:ଉପରସ୍ଥ ସମସ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଅପରିହାର୍ଯ୍ୟ ।

ABOUT THE AUTHOR

...view details